Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Drinking water / ଖରା ଆସିନି,ଦେଖା ଦେଲାଣି ଜଳ ଯନ୍ତ୍ରଣା, ପୂର୍ବ ସରକାରଙ୍କ ଠିକାଦାର ପୋଷାନୀତିର ଫଳ ଭୋଗୁଛନ୍ତି ଲୋକେ

Bikash Mohanty
Browse all articles by Bikash Mohanty
·5 months ago·2 min read
ଖରା ଆସିନି,ଦେଖା ଦେଲାଣି ଜଳ ଯନ୍ତ୍ରଣା, ପୂର୍ବ ସରକାରଙ୍କ ଠିକାଦାର ପୋଷାନୀତିର ଫଳ ଭୋଗୁଛନ୍ତି ଲୋକେ
water

Key Points

ଖରା ଆସିନି,ଦେଖା ଦେଲାଣି ଜଳ ଯନ୍ତ୍ରଣା
କେଉଁଠି ପ୍ରକଳ୍ପ କାମ ଆରମ୍ଭ ହୋଇନି ତ କେଉଁଠି ଅଧପନ୍ତିରିଆ 
ପୂର୍ବ ସରକାରଙ୍କ ଠିକାଦାର ପୋଷାନୀତିର ଫଳ ଭୋଗୁଛନ୍ତି ଲୋକେ
ବିଜେଡି ସରକାରର 7 ବର୍ଷରେ ମାତ୍ର 3 ମେଗା ଜଳ ପ୍ରକଳ୍ପ, ବିଜେପିର 20 ମାସରେ 23
ଖରା ଆସିନି ହେଲେ ସାରା ରାଜ୍ୟରେ ଦେଖା ଦେଲାଣି ଜଳ ଯନ୍ତ୍ରଣା।  କେଉଁଠି ପ୍ରକଳ୍ପ କାମ ଆରମ୍ଭ ହୋଇନି ତ କେଉଁଠି ଅଧପନ୍ତିରିଆ ଭାବେ ପଡ଼ି ରହିଛି ପ୍ରକଳ୍ପ।  
ପୂର୍ବ ସରକାରଙ୍କ ଠିକାଦାର ପୋଷାନୀତିର ଫଳ ଭୋଗୁଛନ୍ତି ଲୋକେ। ବିଜେଡି ସରକାରର 7 ବର୍ଷରେ ମାତ୍ର 3 ମେଗା ଜଳ ପ୍ରକଳ୍ପ ହୋଇଥିବା ବେଳେ  ବିଜେପି ସରକାରରେ  20 ମାସରେ 23 ପ୍ରକଳ୍ପ ହୋଇଛି। 


ସମସ୍ତଙ୍କୁ ବିଶୁଦ୍ଧ ପାଇପ୍ ପାଣି ମିଳିବ। ଏଥିପାଇଁ ଜଳଜୀବନ ମିଶନରେ ଶହ ଶହ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ମୋଦି ସରକାର। କିନ୍ତୁ ରାଜ୍ୟରେ 24 ବର୍ଷ ଧରି ଶାସନ କରିଥିବା ବିଜେଡି ଶାସନର ଅପାରଗତା ଓ ଭୟଙ୍କର ଦୁର୍ନୀତି କାରଣରୁ କେମିତି ଓଡ଼ିଶାବାସୀ ଜଳ ଯନ୍ତ୍ରଣା ଭୋଗୁଛନ୍ତି ସେ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। 2017ରୁ 2024 ଜୁନ୍ ମାସ । ରାଜ୍ୟରେ ବିଜେଡି ସରକାରର ଶେଷ ସାଢ଼େ ସାତ ବର୍ଷରେ ରାଜ୍ୟରେ ମାତ୍ର 3ଟି ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା। ଏହାର କାରଣ ହେଲା ବିଜେଡି ସରକାରର ଅଣ ଓଡ଼ିଆ ଠିକାଦାର ପୋଷା ନୀତି। ମନଇଚ୍ଛା ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେଇ ମୋଟା କମିଶନ ଆୟ କରିଥିଲେ ବିଜେଡି ସରକାର। ଆଉ ପ୍ରକଳ୍ପ ସମ୍ପୂର୍ଣ୍ଣ ନ କରି ଟଙ୍କା ନେଇ ଛୁ ମାରିଲେ ଠିକାଦାର।

କେନ୍ଦ୍ରାପଡା ଅଞ୍ଚଳର ଜଳ ସମସ୍ୟା ନେଇ ଆରଟିଆଇ ରିପୋର୍ଟରୁ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ । ଜିଲ୍ଲାରେ ଜଳ ସମସ୍ୟା ଦୂର କରିବାକୁ ପୂର୍ବ ବିଜେଡି ସରକାର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଥିଲା ୬ଟି ମେଗା ପ୍ରୋଜେକ୍ଟ । 24ରେ ସରିବା କଥା, ବର୍ତ୍ତମାନ ସୁଦ୍ଧା ସରିନି ଗୋଟିଏ ବି ପ୍ରକଳ୍ପର କାମ। ମହାକାଳପଡ଼ା, ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର, ମାର୍ଶାଘାଇ ଏବଂ ଗରଦପୁରରେ ପ୍ରକଳ୍ପର ୫୦ ପ୍ରତିଶତ କାମ ବି ସରିପାରୁନି । ହେଲେ ସେପଟେ ପ୍ରକଳ୍ପ କାର୍ଯ୍ୟ ଅଧା ସରିନଥିଲେ ବି ଠିକାଦାର ନେଇ ସାରିଲେଣି ପ୍ରକଳ୍ପର ଅଧାରୁ ଅଧିକ ଟଙ୍କା ।

ଏବେ ଦେଖିବା କଳାହାଣ୍ଡି ଜିଲ୍ଲାର ଚିତ୍ର, ୨୦୨୧ ମାର୍ଚ୍ଚ ୩ରେ ଗୋଲାମୁଣ୍ଡା ବ୍ଲକର ବନ୍ଧା ଗାଁ ତେଲ ନଦୀ କୂଳରେ ୧୬୮ କୋଟି ଟଙ୍କା ବ୍ୟୟ ଅଟକଳରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ଆଜି ପର୍ଯ୍ୟନ୍ତ ୮୬ ଟି ଗାଁକୁ ପାଣି ପହଞ୍ଚି ପାରିନାହିଁ ।

ଅନ୍ୟପଟେ ମଙ୍ଗଳବାର ରାଜ୍ୟରେ ପାନୀୟ ଜଳ ଯୋଗାଣର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗାଁକୁ ପାଇପ ଜଳ ଯୋଗାଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । ବର୍ତ୍ତମାନ ରାଜ୍ୟର ୪୬ ହଜାର ୫୩୧ଟି ଗ୍ରାମ ମଧ୍ୟରୁ ୨୧ ହଜାର ୭୨୧ଟି ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି ସରକାର । ଏଥିପାଇଁ ସରକାର ୫୪ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

୨୦୧୭ରୁ ୧୨ ଜୁନ ୨୦୨୪ ମଧ୍ୟରେ ରାଜ୍ୟରେ ୩ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଉ ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୨୩ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସେହିଭଳି, ଜୁନ ୨୦୨୪ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ମାତ୍ର ୨୦ ମାସ ମଧ୍ୟରେ ରାଜ୍ୟରେ ୨ ହଜାର ୯୫୧ଟି ସିଙ୍ଗିଲ୍ ଭିଲେଜ ପ୍ରଜେକ୍ଟ, ୨ ହଜାର ୭୦୨ଟି ସୌର ଶକ୍ତି ପାନୀୟ ଜଳ ପ୍ରକଳ୍ପ ଏବଂ ୨୬ ହଜାର ୧୩୭ଟି ନଳକୂପ ସ୍ଥାପିତ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drinking water | Puri Speed Limit News: Challan Issued Even at 50 Kmph in Puri City | Argus News