Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶେଷ ହେଲା ଖରିଫ ଧାନ କିଣା ଅବଧି: ରେକର୍ଡ ଧାନ କିଣିଲେ ସରକାର

Ritu Das
Browse all articles by Ritu Das
·1 year ago·2 min read
ଶେଷ ହେଲା ଖରିଫ ଧାନ କିଣା ଅବଧି: ରେକର୍ଡ ଧାନ କିଣିଲେ ସରକାର

ଧାନର ଟଙ୍କା ରେକର୍ଡ। ଏଥର ଖରିଫ ଧାନ କିଣାରେ ହୋଇଛି ନୂଆ ରେକର୍ଡ। 4 ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର। ଗତବର୍ଷ ଖରିଫରେ କିଣିଥିଲେ ୫୮ଲକ୍ଷ ମେଟ୍ରିକ ଟନ। ୧୬ଲକ୍ଷ ମେଟ୍ରିକ ଟନ ଅଧିକ ଧାନ କିଣାଯାଇଥିବା ବେଳେ ଏମ ଏସ ପି ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୧୬୫୩୧ କୋଟି ଟଙ୍କା। ଯାହା ଗତବର୍ଷ ତୁଳନାରେ ୩୦ପ୍ରତିଶତ ଅଧିକ। ଗତବର୍ଷ ଧାନ କିଣା ବାବଦକୁ ଚାଷୀଙ୍କ ସରକାର ଦେଇଥିଲେ ୧୨.୬୬୯କୋଟି ଟଙ୍କା। ତେବେ ଏମଏସପି ବାଦ୍ ଅଧିକ ଆଠ ଶହ ଲେଖାଁଏ ସବସିଡି ଆକାରରେ ଚାଷୀଙ୍କ ଆକାଉଣ୍ଟକୁ ଦେଇଛନ୍ତି ସରକାର। ହିସାବ କହୁଛି କୁଇଣ୍ଟାଲ ପିଛା ଗତ ବର୍ଷ ତୁଳନାରେ ଏମଏସପି ୧୧୭ ଓ ୮୦୦ ସବସିଡିକୁ ମିଶାଇ ଚାଷୀ ପାଇଛନ୍ତି ୯୧୭ ଟଙ୍କା ଅଧିକ। ପୁରା ହିସାବ କଲେ ଚାଷୀଙ୍କ ଆକାଉଣ୍ଟକୁ ୧୪୬୭ କୋଟି ୨୦ ଲକ୍ଷ ଟଙ୍କା ଅଧିକ ପାଇଛନ୍ତି ଚାଷୀ।


ଏଥର କଟନୀ ଛଟନୀ ନ କରିବାକୁ ସରକାର ଦେଇଥିଲେ ଚେତବାନୀ। ତଥାପି ଯେଉଁଠି କଟନୀଛଟନୀ ହୋଇ ନଜରରକୁ ଆସିଛି ବା ଧାନ କିଣାରେ ଅବ୍ୟବସ୍ଥା ହୋଇଥିଲେ ସେଠି ଆକ୍ସନ ନେଇଛନ୍ତି ସରକାର। ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ସମବାୟ ବିଭାଗର 61 ଜଣ ଓ ଖାଦ୍ୟ ଯୋଗାଣ ବିଭାଗର ୨ ଜଣ ଅଧିକାରୀଙ୍କୁ ମିଶାଇ ୧୮ଜଣ ମିଲରଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସରକାର। ଚାଷୀଙ୍କ ରୋଜଗାର ବୃଦ୍ଧି ରାଜ୍ୟ ବିକାଶର ଚାବି କାଠି। ହେଲେ କ୍ରମାଗତ ଭାବେ ଓଡିଶାର ଚାଷୀଙ୍କ ଆୟ ତଳ ଆଡୁ ଦ୍ବିତୀୟ ରହିଛି। ନିକଟରେ ନାବାର୍ଡ ପକ୍ଷରୁ ପ୍ରକାଶିତ ରିପୋର୍ଟ କହୁଛି ଓଡିଶାରେ ଚାଷୀଙ୍କ ଆୟ 9290 ଟଙ୍କା। ପ୍ରଶ୍ନ କେବଳ ଧାନ ଚାଷ ଚାଷୀଙ୍କୁ ଆୟକୁ ବଢାଇ ପାରିବ କି। ବିଶେଷଜ୍ଞ କହିବା କଥା ଧାନରୁ ବାହାରି ବ୍ୟବସାୟିକ ଚାଷକୁ ଓଡିଶାରେ ଗୁରୁତ୍ବ ଦିଆଯିବା କଥା। କାରଣ ଓଡ଼ିଶା ବଜାରରେ ସବୁ କିଛି ଆନ୍ଧ୍ରର। ପନିପରିବାରୁ ନେଇ ଫଳ ଓ ପଇଡ ପର୍ଯ୍ୟନ୍ତ ଆନ୍ଧ୍ର ଉପରେ ନିର୍ଭର କରୁଛି ଓଡ଼ିଶାର କୃଷି ବଜାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିର୍ବାଚନ ପୂର୍ବରୁ ବିଜେପି ଏଥର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ଟଙ୍କା ଦେବାକୁ ଘୋଷଣା କରିଥିଲେ। ଘୋଷଣା ମୁତାବକ ଚାଷୀ ଧାନ ବିକି ୪୮ ଘଣ୍ଟା ଭିତରେ ପଇସା ବି ପାଇଛନ୍ତି। ଧାନ କିଣା ସମୟରେ ସମସ୍ୟା ଭୋଗିଲେ ଚାଷୀଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଥିଲେ ସରକାର। ୫ଲକ୍ଷ ୭୩ହଜାର ଅଭିଯୋଗ ବି ପାଇଥିଲେ ସରକାର। ସବୁ ଅଭିଯୋଗର ସମାଧାନ କରିଥିବା ଦାବି କରୁଛନ୍ତି ସରକାର। ତେବେ କେବଳ ଧାନ ଚାଷ କଣ ଓଡିଶା ଚାଷୀଙ୍କ ଆୟ ବଢାଇପାରିବ। କେତେ ଦିନ ଚାଷୀଙ୍କୁ ସବସିଡି ଦେଉଥିବେ ସରକାର। ଧାନରୁ ବାହାରି ଅନ୍ୟ ଅର୍ଥକାରୀ ଫସଲ ଚାଷକୁ କେବେ ଦିଆଯିବ ଗୁରୁତ୍ବ।


Sponsored
kharif-grain-procurement-period-ends-government-purchases-record-grain | Argus News