Videos
|
Odisha

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଖସାପଡା ନିତି: ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

Rashmita Mishra
Browse all articles by Rashmita Mishra
·1 year ago·1 min read
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଖସାପଡା ନିତି: ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

Key Points

ଆଜି ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥି
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀୟୁମାନଙ୍କର ଖସାପଡା ନିତି
ମଧ୍ୟାନ୍ନ ଧୂପ ପରେ ଚାରିଘଣ୍ଟା ଧରି ସମ୍ପାଦନ ହେବ ଶ୍ରୀଜୀୟୁଙ୍କ ଗୁପ୍ତନିତି
ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଆଜି ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥି । ଆଜିର ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀୟୁମାନଙ୍କର ଖସାପଡା ନିତି । ମଧ୍ୟାନ୍ନଧୂପ ପରେ ଦଇତାପତି ସେବକ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ । ସେଥିପାଇଁ ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ଖସାପଡା ନିତି ଶ୍ରୀଜୀୟୁ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ବର୍ଷକରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ । ଏହା ଏକ ଗୁପ୍ତନିତି ହୋଇଥିବାରୁ ୪ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
khasapada-niti-to-be-held-at-the-temple-darshan-closed-from-6-pm-to-10-pm | Argus News