ପଦ୍ମିନୀଙ୍କ ସ୍ୱପ୍ନ ପୂରଣ ପାଇଁ ଆଗେଇ ଆସିଲା ଖିମଜୀ ଫାଉଣ୍ଡେସନ୍

Key Points
ପଦ୍ମିନୀଙ୍କ ସ୍ୱପ୍ନ ହେବ ପୂରଣ
ସାହାଯ୍ୟର ହାତ ବଢ଼ାଇଲା ଖିମଜୀ ଫାଉଣ୍ଡେସନ୍
ଗରିବ ଝିଅର ସବୁ ଖର୍ଚ୍ଚ ବହନ କରିବେ ଖିମଜୀ ଫାଉଣ୍ଡେସନ୍
କୋରାପୁଟର ହରିଜନ ସାହିର ମାରବାଇଗୁଡ଼ା ଗ୍ରାମ। ଯେଉଁଠାରେ ଗୋଟିଏ ଝିଅର ଆଗକୁ ବଢିବାର ସ୍ୱପ୍ନ ପାଣିରେ ଗାର ପରି ଫିକା ପଡ଼ିଯାଏ। ସେଠାରେ ୧୭ ବର୍ଷୀୟା ପଦ୍ମିନୀ ଖରା ନିଜର ଅଟଳ ଦୃଢ଼ ଶକ୍ତି ଦେଖାଇ ଏକ ନିଷ୍ଠାର ପ୍ରତୀକ ଭାବରେ ଉଭା ହୋଇଛନ୍ତି। ଖିମଜୀ ଫାଉଣ୍ଡେସନ୍ରର ହସ୍ତକ୍ଷେପ ମାଧ୍ୟମରେ, ଏକ ପ୍ରତିକୂଳ ପରିସ୍ଥିତି ସହିତ ଦୃଢ଼ ମୁକାବିଲା କରିବା ଏବଂ ନୂତନ ଆଶା ଖୋଜିବାର ତାଙ୍କର କାହାଣୀ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ହୋଇଛି । ଚାରି ବର୍ଷ ପୂର୍ବେ, ପଦ୍ମିନୀଙ୍କ ଦୁନିଆ ସବୁଦିନ ପାଇଁ ବଦଳି ଯାଇଥିଲା ଯେତେବେଳେ ତାଙ୍କ ବାପା ଏକ ଗୁରୁତର ମସ୍ତିଷ୍କ ରୋଗର ଶିକାର ହୋଇ, ଶଯ୍ୟାଶାୟୀ ହୋଇଥିଲେ । ମିଶନ ଶକ୍ତି ଚାକିରିରୁ ସ୍ୱଳ୍ପ ଆୟ କରୁଥିବା ତାଙ୍କ ମାଆଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ଏବଂ ତିନି ଝିଅଙ୍କୁ ପାଳନପୋଷଣ କରିବାର ଦାୟିତ୍ୱକୁ ବହୁ କଷ୍ଟର ସହ ପାଳନ କରିଥିଲେ । ସମସ୍ତ ସଂଘର୍ଷ ସତ୍ତ୍ୱେ, ପଦ୍ମିନୀ ତାଙ୍କ ପଛକୁ ହଟିନଥିଲେ । ନିରନ୍ତର ଚେଷ୍ଟା ସହିତ, ସେ ତାଙ୍କ ପାଠପଢ଼ାରେ ଉତ୍କର୍ଷ ହାସଲ କଲେ ।
ଦଶମ ବୋର୍ଡ ପରୀକ୍ଷାରେ ୯୬% ଏବଂ ତାଙ୍କ ଦ୍ୱାଦଶ ପରୀକ୍ଷାରେ ୯୪% ପାଇଲେ। ହେଲେ ତାଙ୍କର ଶିକ୍ଷା ପ୍ରତି ଶ୍ରଦ୍ଧା ଓ ପ୍ରତିଭା, ଆର୍ଥିକ ହତାଶା ଦ୍ୱାରା ଢାଙ୍କି ହୋଇଗଲା। ଭାଗ୍ୟ ହସ୍ତକ୍ଷେପ ନକରିବା ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ଏକ ଅସମ୍ଭବ ସ୍ୱପ୍ନ ପରି ମନେ ହେଉଥିଲା। ହେଲେ ଏହି ସମୟରେ ଜନସେବା ପାଇଁ ଲୋକପ୍ରିୟ ଖିମଜୀ ଜୁଏଲର୍ସର ସିଏସଆର ଶାଖା, ଖିମଜୀ ଫାଉଣ୍ଡେସନର ଦୃଷ୍ଟିକୁ ଆସିଥିଲା ଏକ ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ପଦ୍ମିନୀଙ୍କ ଦୁର୍ଦ୍ଦଶା । ତାଙ୍କର ଅସାଧାରଣ ସମ୍ଭାବନାକୁ ଆଖିରେ ରଖି, ଫାଉଣ୍ଡେସନ ସହାୟତା ପାଇଁ ଆଗକୁ ଆସିଥିଲା ।
📱 Get Argus News App
✨ଖିମଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିତେଶ ଖିମଜୀ କହିଛନ୍ତି ଯେ, "ଖିମଜୀ ଫାଉଣ୍ଡେସନରେ, ଆମେ ଅସାଧାରଣ ପ୍ରତିଭା ଦେଖାଉଥିବା ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସମର୍ଥନ କରିବାକୁ ସର୍ବଦା ପ୍ରତିବଦ୍ଧ। ପଦ୍ମିନୀଙ୍କ ସଫଳତାକୁ ସ୍ୱୀକୃତି ଦେଇ ଏବଂ ତାଙ୍କ ପରିବାରର ଆର୍ଥିକ ସମସ୍ୟାକୁ ବିଚାର କରି, ଆମ ଫାଉଣ୍ଡେସନ ତାଙ୍କ ଶିକ୍ଷାଗତ ଯାତ୍ରାରେ ପୂର୍ଣ୍ଣ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ପଦ୍ମିନୀଙ୍କୁ ପ୍ରଶଂସା କରି ଶ୍ରୀ ଖିମଜୀ କହିଛନ୍ତି ଯେ "ପ୍ରତିକୂଳ ପରିସ୍ଥିତି ଏବଂ ଆର୍ଥିକ ଅନାଟନ ମଧ୍ୟରେ ଏତେ ଭଲ ସ୍କୋର କରିବା ତାଙ୍କ ସମର୍ପଣ, ସ୍ଥିରତା ଏବଂ ସମ୍ଭାବନାର ପ୍ରମାଣ।" ଫାଉଣ୍ଡେସନ୍ ତାଙ୍କ ପରିବାରର ବୋଝ କମ କରିବା ପାଇଁ କେବଳ ଏକ ଲକ୍ଷ ଟଙ୍କା ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିନଥିଲା ବରଂ ପଦ୍ମିନୀଙ୍କୁ ତାଙ୍କର ସ୍ନାତକ ସମାପ୍ତ କରିବା ପର୍ଯ୍ୟନ୍ତ ତାଙ୍କର ସମସ୍ତ ସହାୟତା ପ୍ରଦାନ କରିବ ବୋଲି ଆଶ୍ୱାସନା ଦେଇଥିଲା। ଏହି ସହାୟତା ତାଙ୍କର ଟ୍ୟୁସନ୍ ଫିସ୍, ବୋର୍ଡିଂରେ ରହିବା, କୋଚିଂ ଏବଂ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚକୁ ବହନ କରିବ ବୋଲି କୁହାଯାଇଛି ।
ଖିମଜୀ ଫାଉଣ୍ଡେସନ୍ ତରଫରୁ ସହାୟତା ପାଇ ପଦ୍ମିନୀ ଖୁସି ହୋଇଥିଲେ ଓ କୃତଜ୍ଞତାର ସହ କହିଥିଲେ, ଫାଉଣ୍ଡେସନ ଆର୍ଥିକ ସହାୟତା ଅପେକ୍ଷା ସମର୍ଥନ ଅଧିକ କରିଛି ଓ ମୋର ସମସ୍ତ ଆଶାର ପୁନରୁଦ୍ଧାର କରିଛି । "ମୁଁ ପ୍ରାୟ ହାର ମାନିଯାଇଥିଲି, କିନ୍ତୁ ଖିମଜୀ ଫାଉଣ୍ଡେସନ୍ ମୋ ଉପରେ ବିଶ୍ୱାସ କରିଛି ତେଣୁ ଏବେ ମୁଁ ପଛକୁ ନହଟି ମୋର ସ୍ୱପ୍ନଗୁଡ଼ିକୁ ଅନୁସରଣ କରିପାରିବି।"