Videos
|
Odisha

ଖୋ ଖୋ ଆସୋସିଏସନ୍ ପକ୍ଷରୁ ଦୁଇ ଜଣ ଖେଳାଳିଙ୍କୁ ସମ୍ବର୍ଦ୍ଧନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖୋ ଖୋ ଆସୋସିଏସନ୍ ପକ୍ଷରୁ ଦୁଇ ଜଣ ଖେଳାଳିଙ୍କୁ ସମ୍ବର୍ଦ୍ଧନା

କଟକ:  ଆଠଗଡ଼ ଖୋ ଖୋ ଆସୋସିଏସନ୍ ପକ୍ଷରୁ ଦୁଇ ଜଣ ଜାତୀୟ ଖୋ ଖୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏ ସମ୍ପର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଠଗଡ଼ ଖୋ ଖୋ ଆସୋସିଏସନ୍ ର ସଭାପତି ଲକ୍ଷ୍ମୀ ନାରାୟଣ ଭଞ୍ଜ ଜାତୀୟ ଖୋ ଖୋ ଦଳ ତରଫରୁ ପ୍ରତିନିଧିତ୍ୱ କରି ରୋୖପ୍ୟ ପଦକ ପାଇଥିବା ଆଠଗଡ଼ର ଟି ଜଗନ୍ନାଥ ଦାସ ଏବଂ ଟି ବଳରାମ ଦାସଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ମାନୀତ କରିଛନ୍ତି। ଆଠଗଡ଼ରେ କ୍ରୀଡାର ଉନ୍ନତି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ଭିତରେ ଆସୋସିଏସନ୍ ପକ୍ଷରୁ ଏହି କ୍ରୀଡାର ଉନ୍ନତି ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଇଛି। ଫଳ ସ୍ୱରୂପ ଟି ଜଗନ୍ନାଥ ଦାସ ଭାରତୀୟ ରେଳ ବିଭାଗ ପକ୍ଷରୁ ଖୋ ଖୋ ଖେଳାଳି ଭାବରେ ମନୋନୀତ ହୋଇଥିବା ଜଣାପଡିଛି ।


ଅତ୍ୟନ୍ତ ଗରିବ ପରିବାରରୁ ଆସି ଏହି ଦୁଇ ଜଣ ନିଜର ପ୍ରତିଭାକୁ ପ୍ରମାଣିତ କରି ଥିବା ଯୋଗୁଁ ସେମାନେ ଅନ୍ୟ ଖେଳାଳୀ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଅଵସରରେ ଆଠଗଡ଼ର ଅନ୍ୟ ଦୁଇଜଣ ଖୋ ଖୋ ଖେଳାଳି ବବୁଲ ବେହେରା ଏବଂ ବିଗିନି ସ୍ବାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୨୦୨୨ ଏବଂ ୨୩/୨୪ ପାଇଁ ପ୍ରତିନିଧିତ୍ଵ କରିଥିବା ଯୋଗୁଁ ସେମାନଙ୍କୁ ମଧ୍ୟ ଆସୋସିଏସନ୍ ପକ୍ଷରୁ ସମ୍ମାନୀତ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kho Kho Association felicitates two players | Argus News