Videos
|
Odisha

ନିଶା ମହାରଣାଙ୍କ ଅଶ୍ଲୀଳ ନୃତ୍ୟକୁ ବିରୋଧ, ଚେୟାର ଫିଙ୍ଗିଲେ ଦର୍ଶକ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ନିଶା ମହାରଣାଙ୍କ ଅଶ୍ଲୀଳ ନୃତ୍ୟକୁ ବିରୋଧ, ଚେୟାର ଫିଙ୍ଗିଲେ ଦର୍ଶକ

Key Points

ନିଶା ମହାରଣାଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଷ୍ଟେଜ୍‌ର ଉଭୟ ପାର୍ଶ୍ଵରୁ ଦର୍ଶକ ନିଶା ମହାରଣାଙ୍କ ଉପରକୁ ଚେୟାର ଫିଙ୍ଗି ପ୍ରତିବାଦ କରିଛନ୍ତି ।

ଖୋର୍ଦ୍ଧା: ଗଣେଶ ପୂଜା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟକୁ ବିରୋଧ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଛକ ପଡ଼ିଆରେ ପାର୍ବତୀ ଗଣନାଟ୍ୟରେ ବିରୋଧ କରିଛନ୍ତି ଦର୍ଶକ । ପାର୍ବତୀ ଗଣନାଟ୍ୟରେ ନିଶା ମହାରଣା ଅଶ୍ଲୀଳ ନୃତ୍ୟ ପରିବେଷଣକୁ ଜୋରଦାର ବିରୋଧ କରାଯାଇଛି । ନିଶା ମହାରଣା ମଞ୍ଚରେ ବିବାଦୀୟ କଥା କହିବା ସହ ଅଶ୍ଲୀଳ ନୃତ୍ୟ କରିଥିଲେ ।


ସେଠାରେ ନିଶା ମହାରଣାଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଷ୍ଟେଜ୍‌ର ଉଭୟ ପାର୍ଶ୍ଵରୁ ଦର୍ଶକ ନିଶା ମହାରଣାଙ୍କ ଉପରକୁ ଚେୟାର ଫିଙ୍ଗି ପ୍ରତିବାଦ କରିଛନ୍ତି । ସେଠାରେ ଉପସ୍ଥିତି ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ସବ୍ୟ ନିଶାଙ୍କୁ ବିରୋଧ କରିଥିବା ବେଳେ ଯାତ୍ରା କମିଟି ସଦସ୍ୟ ତାଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।


ନିଶାଙ୍କ ନୃତ୍ୟ ଓ ଚେୟାର ଫିଙ୍ଗିବାକୁ ନେଇ ସେଠାରେ କିଛି ସମୟ ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଦର୍ଶକ ଓ ଯାତ୍ରା କମିଟି ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ତେବେ ଏହା ଗୋଟିଏ ଘଟଣା ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ବେଳେ ନିଶା ମହାରଣାଙ୍କୁ ଲୋକେ ବିରୋଧ କରୁଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: