Videos
|
Odisha

Leave Cancelled / ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି, ୪ ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି,  ୪ ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
Leave Cancelled

Key Points

ଖୋର୍ଦ୍ଧାରେ ଦୁଇ ଦିନ ସ୍କୁଲ ଛୁଟି
ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ
ସ୍କୁଲରେ ଉପସ୍ଥିତ ରହିବେ ଶିକ୍ଷକ
ବନ୍ୟା ମୁକାବିଲା ପାଇଁ ସ୍କୁଲ ଗୁଡିକୁ ପ୍ରସ୍ତୁତ କରାଯିବ 

ଖୋର୍ଦ୍ଧାରେ ଦୁଇ ଦିନ ସ୍କୁଲ ଛୁଟି... ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ସ୍କୁଲରେ ଉପସ୍ଥିତ ରହିବେ ସମସ୍ତ ଶିକ୍ଷକ । ବନ୍ୟା ମୁକାବିଲା ପାଇଁ ସ୍କୁଲ ଗୁଡିକୁ ପ୍ରସ୍ତୁତ କରାଯିବ । ଖୋର୍ଦ୍ଧାର ସବୁ BEOଙ୍କୁ ଆସିଲା ନିର୍ଦ୍ଦେଶନାମା ।

ଆଜିଠୁ କମିବ ବର୍ଷାର ପରିମାଣ... ତଥାପି ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପବନ ବହିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କତା ଜାରି କରିଛି ବିଭାଗ । ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡା ଏହି ୧୮ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।

ସେହିପରି ଅଗଷ୍ଟ ୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୪ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ଏପଟେ ୭୦୦ମିମି ଅତିକ୍ରମ କରିଛି ମୌସୁମୀ ବର୍ଷା । ଜୁନ ମାସରେ ନିଅଣ୍ଟିଆ ସ୍ୱତେ ଜୁଲାଇ ମାସରେ ଭଲ ବର୍ଷା ପ୍ରଭାବରେ ୭୦୦ ମିମି ଅତିକ୍ରମ କରିଛି ମୌସୁମୀ ବର୍ଷା ।

ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ମଧ୍ୟ ଜଳସ୍ତର ବଢୁଛି । ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସଜାଗ ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ୪ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର, ଯାଜପୁର ଆଦି ୪ ଜିଲ୍ଲାରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ଏସବୁ ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ସହ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: