Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Crime / ଓଲା ଡ୍ରାଇଭରଙ୍କୁ କୋଲ୍ଡ ବ୍ଲଡେଡ୍ ମର୍ଡର୍

Banajyotshna Ray
Browse all articles by Banajyotshna Ray
·9 months ago·1 min read
ଓଲା ଡ୍ରାଇଭରଙ୍କୁ କୋଲ୍ଡ ବ୍ଲଡେଡ୍ ମର୍ଡର୍

Key Points

ରାସ୍ତା କଡ଼ରେ ଗାଡ଼ି, ଜଙ୍ଗଲରେ ଡେଡବଡ଼ି
ଓଲା ଡ୍ରାଇଭରଙ୍କୁ କୋଲ୍ଡ ବ୍ଲଡେଡ୍ ମର୍ଡର୍
ମୁଣ୍ଡ ଜାମିନ୍ ରଖି କରିଥିଲେ ଅପହରଣ

୨ କୋଟି ଟଙ୍କାର ମୁଣ୍ଡ ଜାମିନ ରଖି କମିଶନରେଟ ପୋଲିସକୁ ଅପରାଧୀ ଦେଇଥିଲେ ଖୋଲା ଚ୍ୟାଲେଞ୍ଜ। ଅପହରଣର ୫ ଦିନ ପରେ ରାସ୍ତା କଡରୁ ମିଳିଲା ଟ୍ୟାକ୍ସି ଡ୍ରାଇଭରଙ୍କ କ୍ଷତ ବିକ୍ଷତ ଡେଡ୍ ବଡି। ଖୋର୍ଦ୍ଧା ବାଣପୁର ଅରାଙ୍ଗ ଅଞ୍ଚଳର ବିଦ୍ୟାଧର ସାହୁଙ୍କୁ ଅପହରଣ ହୋଇଥିବା ଗତ ୧୫ ତାରିଖରେ ବଡଗଡ ଥାନାରେ ଅଭିଯୋଗ କରିଥଲେ ପାରିବାର ଲୋକେ । ଅପହରଣକାରି ଅଜଣା ଫୋନ ନମ୍ବରରୁ ଫୋନ୍ କରି ମୁଣ୍ଡ ବଦଳରେ ୨ କୋଟି ଟଙ୍କା ଯାଏଁ ପାରିବାର ଲୋକଙ୍କୁ ଡିମାଣ୍ଡ କରିଥିବା ପୋଲିସକୁ ଅବଗତ କରାଇଥିଲେ ବିଦ୍ୟାଧରଙ୍କ ପାରିବାର। ହେଲେ ପୋଲିସ୍ ଅପହରଣକାରିଙ୍କ ପାଖରେ ପହଞ୍ଚିବା ପୁର୍ବରୁ ବିଦ୍ୟାଧରଙ୍କୁ ହତ୍ୟା କରି ତାଙ୍କ ପାରିବାର ଉଜାଡି ଦେଇଛନ୍ତି ଅପରାଧି।

ବାରଙ୍ଗ - ଚନ୍ଦକା ମୂଖ୍ୟ ରାସ୍ତା ନିକଟରେ ବିଦ୍ୟାଧର ଚଳାଉଥିବା ଟ୍ୟାକ୍ସି ଗାଡ଼ି ସହ ରାସ୍ତାର ପାଚେରୀ କଡ଼ରୁ ମିଳିଛି ବିଦ୍ୟାଧର ସାହୁଙ୍କ ମୃତ ଦେହ। ଘଟଣା ସ୍ଥଳରେ ମନିପର୍ଷ, ଛତା, ଗାଡ଼ି ଚାବି ସହ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। କ୍ରାଇମ ଏଭିଡେନ୍ସକୁ ଜବତ କରି କ୍ରାଇମ ସ୍ପଟରେ ତଥ୍ଯ ପ୍ରମାଣ ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ୍। ଏହି ହତ୍ୟାକାଣ୍ଡ ପଛରେ ଟଙ୍କା ନେଣ ଦେଣ କାରବାରର ଆଭାସ ମିଳିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି।

ଡ଼୍ରାଇଭରଙ୍କ ମୁଣ୍ଡ ପାଇଁ କାହିଁକି ୨ କୋଟି ଟଙ୍କାର ଡିମାଣ୍ଡ। ଘଟଣା ପଛର କାରଣ କଣ। ଅପହରଣକୁ ୫ ଦିନ ପୁରିଥିବା ପରେ ବି କାହିଁକି ଅପରାଧୀଙ୍କ ପାଖରେ ପହଞ୍ଚି ପାରିଲାନି ପୋଲିସ। ଟଙ୍କା ନେଣଦେଣ ନା ଘଟଣା ପଛରେ ଆଉ କିଛି। ଏମିତି ଅସମାହିତ ପ୍ରଶ୍ନ ଏହି ଘଟଣା ପଛରେ ଛନ୍ଦୀ ହେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Crime | Khordha Taxi Driver Murder: Kidnappers Demand ₹2 Crore Ransom | Argus News | Argus News