Videos
|
Odisha

ପିଲା ଚୋରକୁ ଧରିବା ସହ ଶିଶୁକୁ ଉଦ୍ଧାର କଲେ ଅନ୍ୟ କିନ୍ନର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପିଲା ଚୋରକୁ ଧରିବା ସହ ଶିଶୁକୁ ଉଦ୍ଧାର କଲେ ଅନ୍ୟ କିନ୍ନର

କିନ୍ନର ବେଶରେ ଆସି ପିଲା ଚୋରି ମାମଲା । ପିଲା ଚୋରି କରିଥିବା ବ୍ୟକ୍ତିଙ୍କୁ ଧରିବା ସହ ଶିଶୁକୁ ଉଦ୍ଧାର କଲେ ଅନ୍ୟ କିନ୍ନର ମାନେ । ଠାକୁରମୁଣ୍ଡା ଅଞ୍ଚଳରୁ ୩ ଦିନ ତଳେ ୫ ବର୍ଷର ଶିଶୁକନ୍ୟାକୁ ଚୋରି କରିନେବା ଘଟଣାର ପଦ୍ଦାଫାଶ ହୋଇଛି । ଅପହରଣ ହେବାର ତିନି ଦିନ ପରେ ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ କିନ୍ନର ପୁରୁଷଠାରୁ ଉଦ୍ଧାର କରିଛନ୍ତି ଯାଜପୁର ରୋଡ କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତା ମାନେ । ୩ ଦିନ ତଳେ ଠାକୁରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଶିଶୁକନ୍ୟାକୁ ଲିପୁ ନାୟକ ନାମକ ଛଦ୍ମ ବେଶୀ କିନ୍ନର ଅପହରଣ କରି ଆଣି ଯାଜପୁର ରୋଡ ଅଞ୍ଚଳରେ ରଖିଥିଲା ।


ଅପହରଣକାରୀ ଲିପୁ ନାୟକ ଓ ତାର ଜଣେ ସହଯୋଗୀଙ୍କୁ ଯାଜପୁର ରୋଡ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଦିନକୁ ଦିନ ପିଲା ଚୋରି ମାମଲା ବଢ଼ି ବଢ଼ି ଚାଲିଛି। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇପଡୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
kid-catches-thief-and-rescues-baby-from-other-kinner | Argus News