Kidney / କଟକରେ କିଡନୀ ରୋଗ ନେଉଛି ଜୀବନ
·5 months ago·2 min read

Key Points
ଓଡ଼ିଶାରେ ଘାତକ ସାଜୁଛି କିଡନୀ ରୋଗ
ଗତ 3 ବର୍ଷରେ ଯାଇଛି 4,718 ଜୀବନ
ହଟସ୍ପଟ୍ ପାଲଟିଛି କଟକ
ଦୂଷିତ ଜଳ କିଡନୀ ରୋଗର ମୁଖ୍ୟ କାରଣ
ଗତ 3 ବର୍ଷରେ ଯାଇଛି 4,718 ଜୀବନ
ହଟସ୍ପଟ୍ ପାଲଟିଛି କଟକ
ଦୂଷିତ ଜଳ କିଡନୀ ରୋଗର ମୁଖ୍ୟ କାରଣ
କିଡନୀ ଜନିତ ରୋଗର ହଟସ୍ପଟ୍ ପାଲଟିଛି କଟକ ଜିଲ୍ଲା। କଟକ ଜିଲ୍ଲା ବଡମ୍ବା, ବାଙ୍କି ଓ ନରସିଂହପୁର ବ୍ଲକର ବିଭିନ୍ନ ଗାଁରେ ମାଳମାଳ କିଡନୀ ରୋଗୀ। ଏହି ରୋଗ କାହାର ଜୀବନ ନେଉଛି ତ ଆଉ କାହାକୁ ରୋଗରେ ପୀଡ଼ିତ କରି ରଖିଛି। ବର୍ଷ ବର୍ଷ ଧରି ଏହି ରୋଗରେ ପୀଡିତ ଏହି ବ୍ଲକର ଅନେକ ଗ୍ରାମବାସୀ।
କଟକ ଜିଲ୍ଲା ବଡମ୍ବା, ବାଙ୍କି ଓ ନରସିଂହପୁର ବ୍ଲକର ବିଭିନ୍ନ ଗ୍ରାମରେ ଏବେ ବି ହାରାହାରି ୫ ହଜାରରୁ ଉର୍ଦ୍ଧ୍ବ କିଡନୀ ରୋଗୀ ରହିଛନ୍ତି। ପ୍ରତ୍ୟେକ ଦିନ ନରସିଂହପୁର ମେଡିକାଲରେ ୨୦ ରୋଗୀ ଚିକିତ୍ସିତ ହେଉଛନ୍ତି। "ଦୂଷିତ ପାନୀୟଜଳ ଯୋଗୁଁ ଏହି ରୋଗ ଅଧିକ ବ୍ୟାପୁଛି" ବୋଲି କହିଛନ୍ତି କିଡନୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅରୁଣା ଆଚାର୍ଯ୍ୟ।
ଏଠି ପାନୀୟଜଳରେ ଟିଡିଏସ ଓ କ୍ଲୋରାଇଡ଼ର ପରିମାଣ ଅଧିକ ରହୁଥିବାରୁ, ଘରେ ଘରେ କିଡନୀ ରୋଗ ମହାମାରୀ ସାଜିଛି। ବଡମ୍ବା ନରସିଂହପୁରର ୭୫ଗୋଟି ପଞ୍ଚାୟତରେ ହଜାର ହଜାର ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି। ରୋଗର କାରଣ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଗବେଷଣା କେନ୍ଦ୍ରରୁ ନେଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯାଇଛି ହେଲେ ଏହାର ମୁଖ୍ୟ କାରଣ ଜଣାପଡିନାହିଁ ।
ନରସିଂହପୁର ମେଡିକାଲରେ ଡାଇଲେସିସ କେନ୍ଦ୍ରରେ ସମୁଦାୟ ୧୨ ଟି ମେସିନରେ ଏବେ ରୋଗୀମାନଙ୍କୁ ଟ୍ରିଟମେଣ୍ଟ କରାଯାଉଛି। ବଡମ୍ବା ନରସିଂହପୁରରେ ଅନେକ ପଜିଟିଭ କେଶ୍ ରହୁଥିବାରୁ ତାଙ୍କୁ ଅଲଗା ଏକ କକ୍ଷରେ ମଧ୍ୟ ଚିକିତ୍ସା କରାଯାଉଛି।
କେବଳ ଏହି ଦୁଇଟି ବ୍ଲକ ନୁହେଁ ଜିଲ୍ଲାର ବାଙ୍କୀ ବ୍ଲକର ମଧ୍ୟ ଅନେକ ଗାଁରେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବାଙ୍କୀ କନ୍ତପଂହଁରା ଗାଁରେ ଏବେ ବି କିଡ଼ନୀ ରୋଗୀଙ୍କ ସଂଖ୍ୟା ଥମିବାର ନାଁ ଧରୁନି। ଗାଁରେ ଲୋକଙ୍କଠାରେ କିଡ଼ନୀ ରୋଗର ଲକ୍ଷଣ ଏବେ ବି ପରିଲକ୍ଷିତ ହେଉଛି। ଲୋକେ ଡାକ୍ତରଙ୍କ ପରାମର୍ଶ କରି ମେଡ଼ିସିନ ଖାଉଛନ୍ତି ସତ, ହେଲେ ପୂର୍ବରୁ ପାଖାପାଖି 50 ଜଣ ଲୋକ କିଡ଼ନୀ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ଗାଁରେ ଡାକ୍ତରୀ ଟିମ ପାଣି ଓ ଲୋକଙ୍କ ରକ୍ତର ନମୁନା ପରୀକ୍ଷା କରିଥିଲେ। ଏହାସତ୍ତ୍ୱେ ଏହି ଗାଁରେ ଏବେ ବି ଥମିବାର ନାଁ ନେଉନାହିଁ କିଡନୀ ରୋଗ।
ପୂର୍ବ ବିଜେଡି ସରକାର ବେଳେ ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ଅନେକ ସ୍ଥାନରେ ପାନୀୟଜଳ ପ୍ରକଳ୍ପ ଅଧପନ୍ତରିଆ ଭାବେ ରହି ଯାଇଥିଲା। ବାଧ୍ୟହୋଇ ଲୋକେ ଦୂଷିତ ପାଣି ପିଉଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories