Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Kidney Disease / କିଡନୀ ରୋଗରେ ମାଲକାନଗିରି ଏମ୍ ପି ଭି-33 ଗାଁ

Rashmita Mishra
Browse all articles by Rashmita Mishra
·5 months ago·2 min read
କିଡନୀ ରୋଗରେ ମାଲକାନଗିରି ଏମ୍ ପି ଭି-33 ଗାଁ
Kidney Disease

Key Points

କିଡନୀ ରୋଗ ଭୟରେ ଆତଙ୍କିତ ଲୋକେ
ଫେଲ୍ ମାରିଛି ବସୁଧା ଯୋଜନା
ବିଶୁଦ୍ଧ ପାନୀୟ ଜଳ ପାଲଟିଛି ଦିବା ସ୍ୱପ୍ନ

କିଡନୀ ରୋଗରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋମେଟଲା ପଞ୍ଚାୟତ ଏମ୍ ପି ଭି-୩୩ ଗାଁ । କିଡନୀ ରୋଗ ଭୟରେ ଆତଙ୍କିତ ଲୋକେ । ଗାଁରେ ଫେଲ୍ ମାରିଛି ବସୁଧା ଯୋଜନା । ନଳକୂପର ଦୂଷିତ ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ଆମେ କହୁଛୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋମେଟଲା ପଞ୍ଚାୟତ ଏମ୍ ପି ଭି-୩୩ ଗାଁର କଥା । ଗାଁରେ ବସବାସ କରନ୍ତି ୨୦୦ରୁ ଉର୍ଦ୍ଧ ପରିବାର । ହେଲେ ବିକାଶ ଏମାନଙ୍କ ପାଇଁ ସାତ ସପନ । ଦୈନନ୍ଦିନ ଜୀବନ କାଟିବାକୁ ନା ଅଛି ସ୍ବାସ୍ଥ୍ୟ ସେବା, ନା ପିଇବାକୁ ମିଳୁଛି ବିଶୁଦ୍ଧ ପାଣି । ଗାଁର ମୁଖ୍ୟ ସମସ୍ୟା ହେଲା କିଡ଼ନୀ ରୋଗ l ଦୀର୍ଘ ବର୍ଷ ଧରି ଏହି ରୋଗ କାୟା ବିସ୍ତାର କରି ଅନେକ ଲୋକର ଜୀବନ ନେଲାଣି । ୫ ବର୍ଷରେ ୩୦ରୁ ଉର୍ଦ୍ଧ କିଡ଼ନୀ ରୋଗ ମୃତ୍ୟୁ ମୁଖରେ ପଡିଥିବା ବେଳେ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ୩ ଜଣଙ୍କ ମୃତ୍ୟ ହୋଇଛି । ଆଜିବି ୨୦ରୁ ଉର୍ଦ୍ଧ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।

ଗାଁରେ ୯ ଟି ନଳକୂପ ରହିଥିବା ବେଳେ ସେଥିରୁ ୪ଟି ଅଚଳ ହୋଇ ପଡ଼ି ରହିଛି । ଅନ୍ୟ ନଳକୂପରୁ ଆଇରନ୍ ସହ ଗୋଳିଆ ପାଣି ବାହାରୁଛି । ଅନ୍ୟ କୌଣସି ଉପାୟ ନପାଇ ଲୋକେ ବାଧ୍ୟ ହୋଇ ସେହି ପାଣି ପିଉଥିବାରୁ ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଗାଁରେ ବସୁଧା ଯୋଜନା ପାଲଟିଛି ଧୋକା । ଏଠାରେ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ପାନୀୟ ପ୍ରକଳ୍ପ ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ l ଏଠାରେ ଯନ୍ତ୍ରୀ ଓ ଠିକାଦାରଙ୍କ ମିଲତ ଭଗତରେ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି ।

ଏମ୍. ପି. ଭି. ୩୩ ଗ୍ରାମ ଭଳି ଅନେକ ଦୁର୍ଗମ ଗାଆଁର ଗ୍ରାମବାସୀ ଆଜି ବି ଅଭିଶପ୍ତ ଜୀବନ ବିତାଉଛନ୍ତି । କେବଳ ପାଣି ପରୀକ୍ଷା ନାଁରେ ବର୍ଷ ବର୍ଷ ଧରି ସମୟ ଗଡି ଚାଲିଛି । ହେଲେ ସମାଧାନର ରାସ୍ତା ଏପର୍ଯ୍ୟନ୍ତ ବାହାରି ପାରିନାହିଁ l ତେବେ କେବେ ହେଉଛି ପାଣି ସମସ୍ୟାର ସମାଧାନ ତାକୁ ହିଁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kidney Disease | Kidney Disease Outbreak in Malkangiri: Alarming Condition in MPV-33 Village | Argus News