ଲୋୟର ପିଏମଜିରେ ଵୁଲୁଛନ୍ତି କୁନି ରାମ
·2 years ago·1 min read

ଭୁବନେଶ୍ୱର: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବ ମୁଖର ସାରା ଦେଶ ହୋଇଥିବାବେଳେ ଜୟ ଶ୍ରୀ ରାମ ଧ୍ୱନିରେ ରାମମୟ ହୋଇଥିଲା ରାଜଧାନୀର ରାସ୍ତା । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଦେଖିବାକୁ ମିଳିଛି କୁନି ରାମଙ୍କୁ । ଆଉ ଏହି କୁନି ରାମଙ୍କ ସହ ଶରୀରରେ ଜୟଶ୍ରୀ ରାମ ଲେଖି ଜୟ ଶ୍ରୀ ରାମ ନାରା ଦେଇ ଲୋୟର ପିଏମଜିରେ ଵୁଲୁଛନ୍ତି ।
ବିଭିନ୍ନ ସମୟରେ ଜାତୀୟ ଦିବସ ବା ଉତ୍ସବରେ ସଚେତନତା ବାଣ୍ଟୁଥିବା ବନ୍ଦେମାତରଂ ସଂଗଠନର ମୁଖ୍ୟ ବନ୍ଦେମାତର ହାତରେ ତ୍ରିରଙ୍ଗା ସହ ରାମଙ୍କ ପତାକା ଧରି ସଂଗଠନର ଜଣେ ଶିଶୁଙ୍କୁ ରାମଚନ୍ଦ୍ରଙ୍କ ବେଶରେ ସଜେଇ ଲୋୟର ପିଏମଜିରେ ବୁଲୁଥିବା ଦେଖିବାକୁ ମିଳିଛି । ଗାନ୍ଧୀ ମାର୍ଗରେ ଏହି କୁନିରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଏକ ସ୍ମରଣୀୟ ଦିବସ ଭାବେ ମନେ ରଖିବାକୁ ବୁଲୁଥିବାବେଳେ ତାଙ୍କ ସହ ରାସ୍ତାରେ ଯାଉଥିବା ଲୋକେ ଛିଡା ହୋଇ ସେଲ୍ଫି ନେଇ ଖୁସି ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: