KIIT ଓ KISSକୁ ମିଳିନି ଫାୟାର ସେଫ୍ଟି ସାର୍ଟିଫିକେଟ

ସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଓଡ଼ିଶା ଅଗ୍ନି ନିରାପତ୍ତା ବିଭାଗକୁ ମାଗିଥିବା ତଥ୍ୟରୁ ମିଳିଲା ସାଂଘାତିକ ତଥ୍ୟ । ୨୦୧୮ ରୁ ୨୦୨୪ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଦିଆଯାଇଥିବା ଅଗ୍ନି ନିରାପତ୍ତା ସାର୍ଟିଫିକେଟର ସଂସ୍ଥାଗୁଡିକ ଉପରେ ବିବରଣୀ ମାଗିଥିଲେ। ଏଥିରେ ତଥ୍ୟ ଦେବାକୁ ଯାଇ ୨୩୦ରୁ ଅଧିକ ହୋଟେଲ, ସ୍କୁଲ ଓ ହସ୍ପିଟାଲ ଓ ଅନ୍ୟାନ୍ୟ ସଂସ୍ଥା ଗୁଡିକର ବିବରଣୀ ଓଡ଼ିଶା ଅଗ୍ନି ନିରାପତ୍ତା ବିଭଗ ପକ୍ଷରୁ ଦିଆଯାଇଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ KIIT ଓ KISS ସଂସ୍ଥାର ନାଁ ନାହିଁ ।
କେବଳ ସେତିକି ନୁହେଁ ଅଚ୍ୟୁତ ସାମନ୍ତଙ୍କ ସଂସ୍ଥା ଜୋର୍ ଜବରଦସ୍ତ ଅନେକ ଜଙ୍ଗଲ ଜମି ଓ ରାଜସ୍ୱ ରେକର୍ଡ଼ ଥିବା ଘରୋଇ ଜମି ହଡ଼ପ କରି ସେ ଜମି ଉପରେ ମଲ୍ଟି ଷ୍ଟୋରେଜ ବିଲ୍ଡିଙ୍ଗ ନିର୍ମାଣ କରିଥିବା ଯୋଗୁଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ KIIT ଓ KISS କୁ ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନଥିବା ବେଳେ ହଜର ହଜାର ବିଦେଶ ଛାତ୍ର ଛାତ୍ରୀ ଓ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ଅନ୍ତେବାସୀକରି KIIT ଓ KISS କିଭଳି ଏହାକୁ ପରିଚାଳନା କରୁଛନ୍ତି ତାକୁ ନେଇ ଉଠିଛି ବଡ ପ୍ରଶ୍ନ।
📱 Get Argus News App
✨କିଟ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ବରରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ସେପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, କିଟ୍ ପ୍ରସଙ୍ଗର ନୀରବ ନାହାଁନ୍ତି ଆମ ସରକାର । ନଚେତ୍ ଏତେ କଥା ସାମ୍ନାକୁ ଆସୁଛି କେମିତି । ବିଧାନସଭାରେ ଆଲୋଚନା ହୋଇଥିଲା । ତଦନ୍ତ ଚାଲିଛି । ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନଥାଇ କିଟ୍ ଓ କିସ୍ ପକ୍ଷରୁ ବଡ ବଡ ବିଲ୍ଡିଂ ନିର୍ମାଣ କରି ଅଚ୍ୟୁତ ସାମନ୍ତଙ୍କ ସଂସ୍ଥା ପକ୍ଷରୁ ପରିଚାଳନା କରାଯାଉଛି । ସରକାର ଏହା ଉପରେ ଆଗକୁ କେଉଁ ପଦକ୍ଷେପ ନେଉଛନ୍ତି ତାକୁ ହିଁ ଅପେକ୍ଷା।