Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'NHRC ରିପୋର୍ଟ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
'NHRC ରିପୋର୍ଟ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ'

କିଟ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ । NHRC ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଲେ, ଛାତ୍ରୀଙ୍କ ସୁରକ୍ଷା ନେଇ ଆଦୌ ଚିନ୍ତିତ ନଥିଲେ କିଟ୍ କର୍ତ୍ତୃପକ୍ଷ । ସମ୍ବେଦନଶୀଳ ଘଟଣାକୁ ଅତି ହାଲୁକା ଭାବେ ନେଇଥିଲେ । ଆଇନମନ୍ତ୍ରୀ କହିଲେ NHRC ରିପୋର୍ଟ ଆଧାରରେ ନିଆଯିବ ପଦକ୍ଷେପ ।

୪ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ପୋଲିସ କମିଶନର, ୟୁଜିସି ଏବଂ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ତଦନ୍ତର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦାଖଲ କରିବେ ଭୁବନେଶ୍ୱର ଏବଂ କଟକ ପୋଲିସ କମିଶନର।

NHRC ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଛାତ୍ରୀଙ୍କ ସୁରକ୍ଷା ନେଇ ଆଦୌ ଚିନ୍ତିତ ନଥିଲେ କିଟ୍ କର୍ତ୍ତୃପକ୍ଷ । ସମ୍ବେଦନଶୀଳ ଘଟଣାକୁ ଅତି ହାଲୁକା ଭାବେ ନେଇଥିଲେ । ୟୁଜିସି ଗାଇଡଲାଇନର ଉଲ୍ଲଘଂନ କରିଛି କିଟ୍ । ସେ କହିଛନ୍ତି, ନେପାଳି ଛାତ୍ରୀଙ୍କୁ ବ୍ଲାକମେଲିଂ କରାଯାଉଥିବା ଏବଂ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ପୀଡ଼ିତା ଜଣକ କିଟ୍ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ କିଟ୍ କର୍ତ୍ତୃପକ୍ଷ ଏନେଇ ଥାନାରେ କୌଣସି ଅଭିଯୋଗ କରିନଥିଲେ। କୌଣସି ଆକ୍ସନ ମଧ୍ୟ ନେଇନଥିଲେ । ଯେଉଁଥିପାଇଁ ପୀଡ଼ିତାଙ୍କର ମୃତ୍ୟୁ ହୋଇଛି । ପୀଡ଼ିତାଙ୍କ ଆତ୍ମହତ୍ୟା ପାଇଁ କିଟ୍ କର୍ତ୍ତୃପକ୍ଷ ପ୍ରୋତ୍ସାହିତ କରିଛନ୍ତି ।

ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି, ଏହା ଏକ ସ୍ପର୍ଶକାତର ଘଟଣା। ଆଇନରେ ଗଳା ବାଟ ରହିବନି । ଯେତେ ବଡ ଲୋକ ହେଉନା କାହିଁକି ଆଇନ ଦୃଷ୍ଟିରୁ ଯାହା ପଦକ୍ଷେପ ନେବା କଥା ନିଆଯିବ । ହ୍ୟୁମାନ ରାଇଟସ କମିଶନ ଯେଉଁ ରିପୋର୍ଟ ଦେଇଛନ୍ତି ସେହି ଅନୁସାରେ ପଦକ୍ଷେପ ନିଆଯିବ।

କିସ ସମ୍ପର୍କିତ ଶିଶୁ କଲ୍ୟାଣ କମିଟିର କାର୍ଯ୍ୟକାରିତା ବିଷୟରେ ସ୍ପଷ୍ଟିକରଣ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି NHRC ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
KIIT Case: Action will be taken as per the NHRC report. | Argus News