Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କିଟରେ ନେପାଳର ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ଖୋଲିଲା ଭାନୁମତୀ ପେଡି

Odisha

କିଟରେ ନେପାଳର ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ଖୋଲିଲା ଭାନୁମତୀ ପେଡି

Sushanta Sahoo
Browse all articles by Sushanta Sahoo
·1 year ago·2 min read
କିଟରେ ନେପାଳର ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ଖୋଲିଲା ଭାନୁମତୀ ପେଡି

Key Points

ଶହ ଶହ ଏକର ଜଙ୍ଗଲ ଜମି ମାଡ଼ି ବସିଛନ୍ତି ଅଚ୍ୟୁତ !

ସାଂସଦ ଥିବା ସମୟରେ କନ୍ଧମାଳରେ ମାଡ଼ି ବସିଥିଲେ ଜମି

ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ କେଳେଙ୍କାରୀ

ବିଜେଡି ପୃଷ୍ଠପୋଷକତାରେ ଅଚ୍ୟୁତ ଚଳାଇଥିଲେ କି କେଳେଙ୍କାରୀ ?

ଭୁବନେଶ୍ଵର: ଖୋଲୁଛି କିଟ୍‌ର ଭାନୁମତୀ ପେଡ଼ି । ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ କେଳେଙ୍କାରୀ । ଅଭିଯୋଗ, ଶହ ଶହ ଏକର ଜଙ୍ଗଲ ଜମି ମାଡ଼ି ବସି ଅଚ୍ୟୁତ ଚଳାଇଥିଲେ ସାମ୍ରାଜ୍ୟ । ସାଂସଦ ଥିବା ସମୟରେ କନ୍ଧମାଳରେ ବି କରିଥିଲେ ଜମି ଜବରଦଖଲ । ବିଜେଡି ପୃଷ୍ଠପୋଷକତାରେ ସାମନ୍ତ ଚଳାଇଥିଲେ କି ମନମାନୀ ?


ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଏବେ ବିବାଦରେ କିଟ୍ ଏବଂ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଅଚ୍ୟୁତଙ୍କ ନାଁରେ ରହିଛି ଜମି କେଳେଙ୍କାରୀର ସଙ୍ଗୀନ ଅଭିଯୋଗ । ବେଆଇନ ଭାବେ ଜଙ୍ଗଲ ଜମି ମାଡ଼ି ବସିଛନ୍ତି କିଟ୍ କର୍ତ୍ତୃପକ୍ଷ । ବିଜେଡି ପୃଷ୍ଠୋପୋଷକତାରେ ଅଚ୍ୟୁତ ଚଲାଇଥିଲେ କି କେଳେଙ୍କାରୀ ? ଅଚ୍ୟୁତ ସାମନ୍ତ କେଉଁ ଦଳର ସାଂସଦ ଥିଲେ ଏବଂ ତାଙ୍କୁ କିଏ କୋଳରେ ବସାଇଥିଲେ ବୋଲି ପଚାରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।


କେଳେଙ୍କାରୀ ନମ୍ବର-୧


ଭୁବନେଶ୍ଵରରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ ବା କିସ୍‌କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ କେନ୍ଦ୍ର ସରକାର । କିସକୁ ଦିଆ ଯାଇଥିବା ୪ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉପରେ ରୋକ ଲଗାଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ମୁଖ୍ୟ ସଚିବଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଳେଙ୍କାରୀ ନମ୍ବର- ୨


ଅଭିଯୋଗ ହୋଇଛି ଯେ, ଶହ ଶହ ଏକର ଜଙ୍ଗଲ ଜମି ମାଡ଼ି ବସି ଅଚ୍ୟୁତ ସାମନ୍ତ ଚଳାଇଥିଲେ ମାଫିଆ ରାଜ୍ । କେବେ ଜଙ୍ଗଲ ଜମି ଅଧିଗ୍ରହଣ କରିଛନ୍ତି ତ ଆଉ କେବେ ବିନା BDA ଅନୁମତିରେ ଜଙ୍ଗଲ ଜମିରେ ନିର୍ମାଣ କରିଛନ୍ତି ମଲ୍ଟି ଷ୍ଟୋରେଜ ବିଲ୍ଡିଂ । ସୂଚନା ଅଧିକାର ଆଇନ୍ ବଳରେ KIIT କେଳେଙ୍କାରୀର ଅନେକ ଗୁମର ଖୋଲିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ କେଲେଙ୍କାରୀ ଅନେକ ଚିଠା ହସ୍ତଗତ ହୋଇଛି ।


କେଳେଙ୍କାରୀ ନମ୍ବର- ୩


ଏମିତିକି ଅନେକ ଜଙ୍ଗଲ ଜମି ହାତେଇଥିବା KIIT,KISSର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପରବର୍ତ୍ତୀ ସମୟରେ ପୂର୍ବ BJD ରାଜ୍ୟ ସରକାରଙ୍କ ଅଫିସରଙ୍କୁ ହାତ କରି ଶହ ଶହ ଏକର ଜମିକୁ GA, PG ଓ IDCOକୁ ହାତ କରି ହାତେଇ ନେଇଥିବା ଅଭିଯୋଗ ହୋଇଛି । କିଟ କ୍ୟାମ୍ପସରେ ବିଭିନ୍ନ ସମୟରେ ମାନବାଧିକାର ଉଲ୍ଲଂଘନର ଅଭିଯୋଗମାନ ମଧ୍ୟ ଆସିଛି ।


Argus Whatsapp Channel Mobile Top
Sponsored
KIIT Founder Achyuta Samanta Grab's Forest Land | Argus News