Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢୁଛି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପାଇଁ ଅଡୁଆ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବଢୁଛି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପାଇଁ ଅଡୁଆ

Key Points

ବଢୁଛି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପାଇଁ ଅଡୁଆ
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନେପାଳ ମନ୍ତ୍ରୀ ଓ ଅଧିକାରୀ କଲେ ଦୃଢ ଆକ୍ସନ ଦାବି
ବିଧାୟକ ବାବୁ ସିଂ ପୁଣି ଦୋହରାଇଲେ ଅଚ୍ୟୁତଙ୍କ ଗିରଫ ଦାବି
କିଟ୍ ଆଗରେ ଅଚ୍ୟୁତଙ୍କ ଗିରଫ ଦାବିରେ କଂଗ୍ରେସ ବି କଲା ହଲ୍ଲାବୋଲ
ପୂର୍ବତନ ସିଏସ୍ ବିଜୟ ପଟ୍ଟନାୟକ ଖୋଲିଲେ କିଟ୍ ଜମି କେଳେଙ୍କାରୀର ପୋଲ

ଭୁବନେଶ୍ୱର:  ବନ୍ଧା ହେବେ କି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ? ଜୋର୍ ଧରୁଛି ଅଚ୍ୟୁତଙ୍କ ଗିରଫ ଦାବି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀ । ଏଥିସହ ନେପାଳ ଦୂତାବାସର ଦୁଇ ଅଧିକାରୀ ମଧ୍ୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ପିଲା ମାନଙ୍କ ଭରସା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଅଚ୍ୟୁତ ସାମନ୍ତଙ୍କୁ ଗରଫ କରାଯାଉ ବୋଲି ପୁଣି ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । କିଟ୍ କ୍ୟାମ୍ପସ ସମ୍ମୁଖରେ କଂଗ୍ରେସ କରିଛି ହଲ୍ଲାବୋଲ୍। ଅଚ୍ୟୁତ ସାମନ୍ତଙ୍କ ଫଟୋରେ ନିଆଁ ଲଗାଇଛନ୍ତି କଂଗ୍ରେସ କର୍ମୀ । ଆନ୍ଦୋଳନ ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ଦେଖିବାକୁ ମିଳିଥିଲା । ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କଂଗ୍ରେସ। ତେବେ ଖାଲି ରାଜଧାନୀ ନୁହେଁ, ବ୍ରହ୍ମପୁରରେ ବି ମିଳିଛି କିଟ୍ ଘଟଣାକୁ ନେଇ ହୋଇଛି ବିରୋଧ ପ୍ରଦର୍ଶନ। ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପରିସରରେ ଏବିଭିପି ପକ୍ଷରୁ କରାଯାଇଛି ବିକ୍ଷୋଭ।


ସେପଟେ କିଟ୍ ବିରୋଧରେ ଲମ୍ବିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କିଟ୍ ଜମି କେଳେଙ୍କାରୀକୁ ନେଇ କରିଛନ୍ତି ବିସ୍ଫୋରକ ଖୁଲାସା । ବିଜୟ କହିଛନ୍ତି, ମୁଁ ମୁଖ୍ୟ ଶାସନ ସଚିବ ଥିବା ସମୟରେ କିଟ୍ ଜମି ଜାଲିଆତି ନେଇ ଆସିଥିଲା ବଡ ଅଭିଯୋଗ । e-state ଅଫିସରଙ୍କ କୋର୍ଟରେ ମାମଲା ହୋଇଥିଲା । ସରକାରୀ ଜମି, ଜଙ୍ଗଲ ଜମି ଜବରଦଖଲ, ବିନା approvalରେ ନିର୍ମାଣ ଭଳି ଅଭିଯୋଗ ଆସିଥିଲା । ୨୦୧୦ ରୁ ୨୦୧୨ -୨୦୧୩ ଭିତରେ ଆସିଥିଲା ଅଭିଯୋଗ । ତଥାପି ବିଜେଡି ଟିକେଟରେ ଅଚ୍ୟୁତ ସାମନ୍ତ ରାଜ୍ୟସଭା ଯାଇଥିଲେ । ତେଣୁ ଏଥିରେ ସନ୍ଦେହ ନାହିଁ ଯେ ବିଜେଡ଼ି ସରକାର ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିଲେ । କିଟ୍ ଘଟଣା ଦେଶକୁ ନିନ୍ଦିତ କରିଥିବାରୁ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଟ୍ ଘଟଣାରେ ଗତକାଲି ଅଚ୍ୟୁତଙ୍କ ସମେତ କିଟ୍ ର ୮ ଜଣ ଅଧିକାରୀ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଥିଲେ। ଅଚ୍ୟୁତଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରାଯାଇଥିଲା। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ବି ଚଳାଇଛି । ଫରେନସିକ ଲ୍ୟାବରେ କିଟର ସିସି ଟିଭି ଫୁଟେଜ ଯାଞ୍ଚ ପରେ ରିପୋର୍ଟ ସରକାରଙ୍କ ପାଖକୁ ଆସିଛି । ଏଥିସହ ଯେଉଁ କଲ୍ ରେକର୍ଡିଂ ସାମ୍ନାକୁ ଆସିଛି । ସେ ଅଡିଓର ସତ୍ୟାସତ୍ୟ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ଭଏସ ସ୍ପେକ୍ଟ୍ରୋଗ୍ରାଫି ଜରିଆରେ ତଦନ୍ତ ଚାଲିଛି । ଯଦି ତାହା ସତ ହୋଇ ଥାଏ । ତେବେ IT ଆକ୍ଟ ବି ଲାଗିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।


ଦେଶ ଓ ରାଜ୍ୟ ପାଇଁ ନିନ୍ଦା ଆଣିଛି କିଟ୍ ଘଟଣା । ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ତା ପରବର୍ତ୍ତୀ ସ୍ଥିତି ପାଇଁ ବଢୁଛି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଅସନ୍ତୋଷ । ଏଭଳି ସ୍ଥିତିରେ ସମସ୍ତଙ୍କ ନଜର...ସରକାର କଣ ନେବା କାର୍ଯ୍ୟାନୁଷ୍ଠାନ ଓ ଅଚ୍ୟୁତଙ୍କୁ କେବେ କରାଯାଉଛି ଗିରଫ।

Sponsored
KIIT founder Achyuta Samanta, other functionaries appear before Odisha govt. panel | Argus News