କିଟ୍ କାଣ୍ଡ: ପ୍ରାୟ ୩ ଘଣ୍ଟାର ଜେରା ପରେ ବାହାରିଲେ ଅଚ୍ୟୁତ ସାମନ୍ତ

Key Points
କିଟ୍ କାଣ୍ଡର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଅଚ୍ୟୁତ ସାମନ୍ତଙ୍କ ସହ କିଟର ୮ ଅଧିକାରୀଙ୍କୁ ଡାକିଥିଲେ । ରାଜ୍ୟ ଅତିଥି ଭବନରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରାୟ ୩ ଘଣ୍ଟ ଧରି ଜେରା କରାଯାଇଛି ।
ଭୁବନେଶ୍ଵର: କିଟ୍ ବିଶ୍ଵବିଦ୍ୟାଳୟରେ କେମିତି ହେଲା ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ? ବିଶ୍ଵବିଦ୍ୟାଳୟ ପରିସରରେ କାହିଁକି ନେପାଳ ଛାତ୍ରଛାତ୍ରୀଙ୍କ ମାଡ ମାରିଲେ ସିକ୍ୟୁରିଟି ଗାର୍ଡ ? ସାଇନ୍-ଡାଏ କାହିଁକି କରା ଯାଇଥିଲା ? କିଟ୍ର ଜଣଙ୍କ ପରେ ଜଣେ କର୍ମଚାରୀ ଓ ଶେଷରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏମିତି ପ୍ରଶ୍ନ କରିଛନ୍ତି ଉଚ୍ଚସ୍ତରୀୟ କମିଟି ।
ରାଜ୍ୟ ଅତିଥି ଭବନରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରାୟ ୩ ଘଣ୍ଟ ଧରି ଜେରା କରାଯାଇଛି । ୩ ଘଣ୍ଟାର ଜେରା ପରେ ଅତିଥି ଭଵନରୁ ବାହାରିଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଅଚ୍ୟୁତ ସାମନ୍ତ ରଖିଥିବା ସୂଚନା ମିଳିଛି ।
କିଟ୍ କାଣ୍ଡର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଅଚ୍ୟୁତ ସାମନ୍ତଙ୍କ ସହ କିଟର ୮ ଅଧିକାରୀଙ୍କୁ ଡାକିଥିଲେ । ନୋଟିସ ପାଇଥିବା ଲେଡିଜ ହଷ୍ଟେଲ ୱାଡେନ ମଞ୍ଜୁଶ୍ରୀ ପାଣ୍ଡେ, ଜୟନ୍ତୀ ନାଥ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ, ଆଡମିଷ୍ଟ୍ରେଟିଭ ହେଡ୍, ଆଡମିଷ୍ଟ୍ରେଟିଭ ନିର୍ଦ୍ଦେଶକଙ୍କୁ ଉଚ୍ଚସ୍ତରୀୟ କମିଟି ପଚରାଉଚରା କରିଛନ୍ତି ।
ଅନ୍ୟପଟେ ଆଜି ବିଧାନସଭାରେ କିଟ୍ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ମାମଲାରେ ଆଜି ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି । ଉଚ୍ଚସ୍ତରୀୟ କମିଟି ୪ଟି ଦିଗ ଉପରେ ଧ୍ୟାନ ଦେଇ ତଦନ୍ତ କରୁଛି ।
📱 Get Argus News App
✨* କଣ ପାଇଁ ବିଶ୍ୱବିଦ୍ୟାଳୟରେ ସାଇନ-ଡାଏ ହୋଇଥିଲା ?
* ଛାତ୍ରଛାତ୍ରଙ୍କୁ କାହିଁକି କଟକ ଭୁବନେଶ୍ୱର ରେଳ ଷ୍ଟେସନରେ ଛାଡ଼ଗଲା ?
* ଛାତ୍ରଛାତ୍ରୀଙ୍କୁ କାହିଁକି ମାଡ଼ ମରାଗଲା ?
* ବାରମ୍ବାର ଅଭିଯୋଗ କରିଥିବା ସତ୍ତ୍ୱେ ମୃତ ଝିଅର କାହିଁକି ଅଭିଯୋଗ ଗ୍ରହଣ କରାଗଲା ନାହିଁ ?
ଏଥିସହ ମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ଯେଉଁ କଲ ଅଡିଓ ଭାଇରଲ ହେଉଛି, ତାର ଉନ୍ନତ ଜ୍ଞାନକୌଶଳରେ ତଦନ୍ତ କରାଯିବ । ସରକାରଙ୍କ ଉପରେ ରାଜନୈତିକ ଚାପ ନାହିଁ, ବିରୋଧୀଙ୍କ ଉପରେ ଚାପ ରହିଛି । ଦୋଷୀ ଯେତେ ସାମର୍ଥ୍ୟବାନ ହେଉ ସରକାର ତାକୁ କାଠଗଡ଼ାରେ ଠିଆ କରିବାକୁ ପ୍ରୟାସ କରିବେ । ତତ୍କାଳୀନ ସରକାରରେ ଆଇନ ତା ବାଟରେ ଯାଉ ବୋଲି କୁହାଯାଉଥିଲା, କିନ୍ତୁ ଆଇନ ତା ବାଟରେ ଯାଉଥିଲା, ଆଉ ଦୋଷୀ ତା ବାଟରେ ଯାଉଥିଲା ।
ସୂଚନାଯୋଗ୍ୟ, ୨୦୨୫ ଫେବ୍ରୁଆରୀ ୧୬ରେ କିଟ୍ ବିଶ୍ଵବିଦ୍ୟାଳୟରେ ବି.ଟେକ୍ ତୃତୀୟ ବର୍ଷର ଜଣେ ଛାତ୍ରୀଙ୍କ ମୃତଦେହ ମିଳିଲା । କିଟ୍ ହଷ୍ଟେଲରୁ ନେପାଳୀ ଛାତ୍ରୀଙ୍କ ମୃତଦେହ ମିଳିଥିବା ବେଳେ କର୍ତ୍ତୃପକ୍ଷ କହିଥିଲେ ଆତ୍ମହତ୍ୟା । ଆଉ ଏହା ପରେ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ଉତ୍ତେଜନା, ସୃଷ୍ଟି ହୋଇଥିଲା ଅରାଜକତା । ନେପାଳୀ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିିଥିଲେ ସିକ୍ୟୁରିଟି ଗାର୍ଡ । ହଷ୍ଟେଲ୍ ଛାଡ଼ି ନେପାଳ ପଳାଇବାକୁ ବି ଧମକ ଦେଇଥିଲେ କର୍ତ୍ତୃପକ୍ଷ ।