ନେପାଳୀ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ, ଏବେ ଜେଲ୍ରେ !

କିଟ ନେପାଳି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ଇନ୍ଫୋସିଟି ଥାନା ପୋଲିସ । ଗତ ଫେବ୍ରୁଆରୀ ୧୭ରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରୁଥିବା ବେଳେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଯଥାଶୀଘ୍ର ଚାଲିଯିବା ଲାଗି କହିଥିଲେ। ଛାତ୍ରଛାତ୍ରୀ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେବାରୁ ଅଭିଯୁକ୍ତମାନେ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ । ସେ ଘଟଣାର ସିସିଟିଭି ଗୁଡିକୁ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଦାଲତ ୫ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବା ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ କୁମାର ସ୍ୱାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ୱାଇଁ, ସୁଧାଂଶୁ ଶେଖର ସ୍ୱାଇଁ ଓ ରମାକାନ୍ତ ସେଠୀ।
ଏହି ଘଟଣାରେ ପୂର୍ବରୁ ୩ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ସେମାନଙ୍କୁ ଜାମିନ ମିଳିଥିଲା । ଠିକ୍ ସେମିତି ଆଜି ଯେଉଁ ଭଡ଼ାଟିଆ ଗୁଣ୍ଡାମାନଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କୁ ମଧ୍ୟ ଶ୍ରୀଘ୍ର ଜାମିନ ମିଳିଯାଉଛି ନା ସେମାନେ ଜେଲରେ ରହିବେ । ତାଉପରେ ସମସ୍ତଙ୍କ ନଜର । ଅନ୍ୟପଟେ ମୃତ ନେପାଳୀ ଛାତ୍ରୀଙ୍କ ଅଭିଯୋଗକୁ ଭୃକ୍ଷେପ କରିନଥିବା ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ବ୍ୟାପାର ସହ ଜଡ଼ିତ ପଦାଧିକାରୀମାନଙ୍କୁ ଛୁଇଁବାକୁ ପୋଲିସ ଏଯାଏଁ ସାହାସ କରିପାରିନି । ଯଦିଓ ମୃତ ନେପାଳୀ ଛାତ୍ରୀ ଜଣକ କିଟ୍ କ୍ୟାମ୍ପସ ପରିସରରେ ଥିବା ଇଂଟରନ୍ୟାସନାଲ ରିଲେସନ୍ ଅଫିସ (ଆଇଆରଓ)ରେ ୩ ଥର ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।
ଅନ୍ୟପଟେ ବିଶ୍ୱ ଦରବାରରେ ଦେଶକୁ ଅପମାନିତ ଓ ନିନ୍ଦିତ କରିବା ଏବଂ ରାଜ୍ୟ ସରକାରଙ୍କ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ପଶିଲା କିଟ୍ ପ୍ରତିଷ୍ଠାତାଙ୍କ ଚେତା। ନେପାଳ ଛାତ୍ରଛାତ୍ରୀଙ୍କୁ ଫେରିଆସିବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ନିଜ ସଂସ୍ଥାର କାରନାମା ପାଇଁ କ୍ଷମା ମାଗିଛନ୍ତି। ଆଗକୁ ବିଶ୍ୱ ବିଦ୍ୟାଳୟ ଶାନ୍ତିଶୃଙ୍ଖଳାର ସହ ଚାଲିବ ବୋଲି କହିଛନ୍ତି ଅଚ୍ୟୁତ।
ତେବେ ଆସନ୍ତାକାଲି ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ୍ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ସଂଧ୍ୟା ସାଢ଼େ ୬ଟାରେ ହାଜର ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ ନିର୍ଦ୍ଦେଶ । ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ ।
📱 Get Argus News App
✨ଗତକାଲି KIIT କ୍ୟାମ୍ପସରେ ପହଞ୍ଚି ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ କମିଟି ତଦନ୍ତ କରିଥିଲା । ଏନେଇ ପ୍ରତିକ୍ରିୟା ରଖି, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ- ନେପାଳ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଠାକୁ ଆସିଛୁ । ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରାଉଚୁରା କରାଯାଇଛି । ଏବେ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ ।
#WATCH | Nepali Girl Student's Death At #KIITUniversity | Four bouncers among 5 arrested for thrashing protesting students following suicide of a girl student from Nepal in the KIIT hostel #NepaliStudents #Odisha #KIITStudentPrakritiLamsal #kiitmismanagement #KIIT pic.twitter.com/XJF9W9zke3
— Argus News (@ArgusNews_in) February 20, 2025