Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଚ୍ୟୁତଙ୍କୁ ହାଇଲେବୁଲ କମିଟିର କଡ଼ା ନୋଟିସ !

Odisha

ଅଚ୍ୟୁତଙ୍କୁ ହାଇଲେବୁଲ କମିଟିର କଡ଼ା ନୋଟିସ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଅଚ୍ୟୁତଙ୍କୁ ହାଇଲେବୁଲ କମିଟିର କଡ଼ା ନୋଟିସ !

ଅଚ୍ୟୁତ ସାମନ୍ତଙ୍କୁ ହାଜର ନିର୍ଦ୍ଦେଶ । କିଟ୍‌ ପ୍ରସଙ୍ଗରେ ସାରା ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ଏବେ ଅଚ୍ୟୁତଙ୍କୁ ନେଇ ଆସିଛି ବଡ଼ ଖବର । କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ୍‌ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ସଂଧ୍ୟା ସାଢ଼େ ୬ଟାରେ ହାଜର ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ ନିର୍ଦ୍ଦେଶ । ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ ।



ଗତକାଲି KIIT କ୍ୟାମ୍ପସରେ ପହଞ୍ଚି ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ କମିଟି ତଦନ୍ତ କରିଥିଲା । ଏନେଇ ପ୍ରତିକ୍ରିୟା ରଖି, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ- ନେପାଳ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଠାକୁ ଆସିଛୁ । ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରାଉଚୁରା କରାଯାଇଛି । ଏବେ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଅଭିଯୁକ୍ତ ପୁରୁଷ ବନ୍ଧୁ ଆଦ୍ଵିକ ଶ୍ରୀବାସ୍ତବକୁ ୩ ଦିନିଅଆ ରିମାଣ୍ଡରେ ନେଇଛି ଇନଫୋସିଟି ଥାନା ପୋଲିସ । ରାଜ୍ୟ ଫରେନସିକରେ ଅଭିଯୁକ୍ତର ହେବ ଭଏସ୍ ସ୍ପେକ୍ଟୋଗ୍ରାଫି ଟେଷ୍ଟ । ଯୁବତୀଙ୍କୁ ଦେଇଥିବା ଗାଳି ଗୁଲଜ ଅଡିଓ ସହ ପୁରୁଷ ବନ୍ଧୁ ଭଏସର ଯାଞ୍ଚ କରାଯିବ । କେଉଁ ଫଟୋ ଓ ଭିଡିଓକୁ ନେଇ ଛାତ୍ରୀଙ୍କୁ ବ୍ଲାକମେଲ କରୁଥିଲା । ଲାପଟପ ମୋବାଇଲ ଫୋନରେ କଣ ଅଛି । କାହିଁକି ଭୁବନେଶ୍ୱର ଛାଡି ପଳାଉଥିଲା ଅଭିଯୁକ୍ତ ପୁରୁଷ ବନ୍ଧୁ । ମୃତ୍ୟୁ ପୂର୍ବରୁ ଛାତ୍ରୀଙ୍କ ସହ କଥା ହୋଇଥିଲେ କି ? ଏସବୁ ସଂପର୍କରେ ଅଭିଯୁକ୍ତକୁ ଅଧିକ ପଚରାଉଚରା କରିବ କମିଶନରେଟ୍ ପୋଲିସ୍ ।


ଅନ୍ୟପଟେ କିଟ୍ ଘଟଣାକୁ ନିନ୍ଦା କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସେ କହିଛନ୍ତି ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ କର୍ତ୍ତୃପକ୍ଷଙ୍କ ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ । କିଟ୍ କର୍ତ୍ତୃପକ୍ଷଙ୍କ ମନମାନି ଆଦୌ ଗ୍ରହଣୀୟ ନୁହେଁ । ସମ୍ବେଦନତା ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା । କିଟ୍ ଜମି କେଳାଙ୍କାରୀ ପ୍ରସଙ୍ଗ ଅଭିଯୋଗ ଆଧାରରେ ମଧ୍ୟ ତଦନ୍ତ ହେବ । ଏହି ସରକାରରେ କୌଣସି ପ୍ରକାର ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ । ତଦନ୍ତ ରିପୋର୍ଟ ଆସିଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Sponsored
KIIT & KISS Founder Achyuta Samanta to appear before the High-Level Committee | Argus News