ଧରାପଡିଲା KIITର ମାଫିଆଗିରି, ସରକାରୀ ଜମିକୁ ହଡପ କରି ତିଆରି କରିଛି ଗେଟ୍ !

ଭୁବନେଶ୍ୱର: ଅଚ୍ୟୁତ ସାମନ୍ତ ଓ KIITର ମାଫିଆଗିରିର ଗୋଟିଏ ପରେ ଗୋଟେ ପ୍ରମାଣ ସାମ୍ନାକୁ ଆସୁଛି । ସରକାରୀ ରାସ୍ତାକୁ ଅବରୋଧ କରି ତିଆରି ହୋଇଛି ଗେଟ୍ ଆଉ ତୋରଣ । ସରକାରୀ ଜାଗାର ଗେଟ୍ କୁ ଲାଗି କିଟ୍ ନିର୍ମାଣ କରିଛି ସିକ୍ୟୁରିଟି ରୁମ୍ ଓ ମୁଖ୍ୟ ଲୋକସମ୍ପର୍କ କାର୍ଯ୍ୟାଳୟ । ଏଠାରେ ୨୪ ଘଣ୍ଟିଆ ପହରା ଦେଉଛନ୍ତି କିଟର ସୁରକ୍ଷା କର୍ମୀ। ଏହି ରାସ୍ତା ସରକାରଙ୍କର କିନ୍ତୁ ସାଧାରଣ ଲୋକଙ୍କୁ ରାସ୍ତା ଦେଇ ଯିବା ମନା। ଏଠାରେ କେବଳ ଚାଲେ କିଟ୍ ର ମନମାନି । ସବୁଠୁ ସାଂଘାତିକ କଥା ହେଉଛି ଏଠାରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦୁଇଟି ସଂସ୍ଥା ଉପରେ ବି କିଟ୍ ଚଳାଇଛି ଦାଦାଗିରି ।
କେନ୍ଦ୍ର ସରକାରଙ୍କ ସସ୍ଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫାସନ ଟେକ୍ନୋଲୋଜି ଏବଂ ରାଜ୍ୟ ସରକାରଙ୍କ ସଂସ୍ଥା ପରିଧାନ ଉଷ୍ମାୟନ କେନ୍ଦ୍ରକୁ ଯିବାକୁ ହେଲେ ସରକାରୀ ଜାଗାରେ କିଟ୍ ନିର୍ମାଣ କରିଥିବା ଗେଟ୍ ପାର ହୋଇ ଯିବାକୁ ପଡ଼ିବ । ଏପରିକି ଦୁଇ ସଂସ୍ଥାର କର୍ମାଚାରୀଙ୍କୁ ବି ନିଜ କାର୍ଯ୍ୟାଳୟକୁ ଯିବାକୁ ହେଲେ କିଟ୍ ସୁରକ୍ଷା କର୍ମୀଙ୍କୁ ଦୟା ଉପରେ ନିର୍ଭର କରିବାକୁ ପଡୁଛି । ଯେହେତୁ ରାଜ୍ୟରେ ୨୪ ବର୍ଷ ଧରି ଚାଲିଥିଲା ବିଜେଡି ରାଜ୍ । ତେଣୁ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତଙ୍କ KIITର ଦାଦାଗିରିକୁ ମୁଣ୍ଡପାତି ସହି ଆସୁଛନ୍ତି ଏହି ଦୁଇ ସଂସ୍ଥା ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: