Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ: ୪ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ NHRCଙ୍କ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·1 year ago·1 min read
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ: ୪ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ NHRCଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ । ୪ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ପୋଲିସ କମିଶନର, ୟୁଜିସି ଏବଂ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ୍ ଅଧ୍ୟକ୍ଷଙ୍କୁ ଜତୀୟ ମାନବାଧିକାର ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।


କିସ୍ ସମ୍ପର୍କିତ ଶିଶୁ କଲ୍ୟାଣ କମିଟିର କାର୍ଯ୍ୟକାରୀତା ବିଷୟରେ ସ୍ପଷ୍ଟୀକରଣ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ତଦନ୍ତର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦାଖଲ କରିବେ ଭୁବନେଶ୍ୱର ଏବଂ କଟକ ପୋଲିସ କମିଶନର ।


ମାମଲାରେ କଣ କଣ ପଦକ୍ଷେପ ନିଆଯାଇଛି ସେ ନେଇ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦାଖଲ କରିବାକୁ NHRC ନିର୍ଦ୍ଦେଶ ଦେଇଛନ୍ତି । କିଟ୍ ଓ କିସ୍ ବିଶ୍ଵବିଦ୍ୟାଳୟ କେଉଁ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରିଛନ୍ତି, କଣ ପଦକ୍ଷେପ ନିଆଯାଇଛି ସେ ନେଇ ରିପୋର୍ଟ ଦେବାକୁ ୟୁଜିସିକୁ କୁହାଯାଇଛି । ଏଥିସହ ଛାତ୍ରୀ ମାମଲାରେ ରିପୋର୍ଟ ଦେବାକୁ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍ ଅଧ୍ୟକ୍ଷଙ୍କୁ କହିଛନ୍ତି ଜାତୀୟ ମାନବାଧିକାର କମିଶନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୬ରେ କିଟ୍‌ର ୬ ନମ୍ବର କ୍ୟାମ୍ପସ୍‌ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଉ ଛାତ୍ରଙ୍କ ଉପରେ ବଳପ୍ରୟୋଗ କରିଥିଲେ କିଟ୍‌ର ସୁରକ୍ଷାକର୍ମୀ । ଏପରିକି ଜୋରଜବରଦସ୍ତି ଭାବେ ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍ କର୍ତ୍ତୃପକ୍ଷ ବସ୍ ଯୋଗେ କଟକ ରେଲୱେ ଷ୍ଟେସନକୁ ପଠାଇ ଦେଇଥିଲେ ।

Sponsored
KIIT Nepali Student Row, NHRC Seeks Report With in 4 Weeks | Argus News