Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଟ ଛାତ୍ରୀ ମୃତ୍ୟୁ ମାମଲା: ଆଦଭିକ୍‌ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବ ପୋଲିସ

Ritu Das
Browse all articles by Ritu Das
·1 year ago·1 min read
କିଟ ଛାତ୍ରୀ ମୃତ୍ୟୁ ମାମଲା: ଆଦଭିକ୍‌ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବ ପୋଲିସ

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଅନ୍ୟପକ୍ଷେ ଘଟଣାର ମୁଖ୍ୟଅଭିଯୁକ୍ତ, ଆଦଭିକ୍‌ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବା ପାଇଁ ବୁଧବାର ପୋଲିସ କୋର୍ଟରେ ଆବେଦନ କରିବ । ଅଧିକ ପଚରାଉଚରା ପାଇଁ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବାକୁ ଇନଫୋସିଟି ଥାନା ପୋଲିସ କୋର୍ଟଙ୍କ ନିକଟରେ ଆବେଦନ କରିବ। ମୃତ ଛାତ୍ରୀଙ୍କ ନିକଟରୁ ଜବତ ମୋବାଇଲ ଓ ଲାପ୍‌ଟପ୍‌କୁ ତଥ୍ୟ ଜାଣିବା ପାଇଁ ରାଜ୍ୟ ଫରେନସିକ୍‌ ଲାବକୁ ପୋଲିସ ପଠାଇଛି । ତେବେ କିଟ୍‌ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ ଆଇଆରଓ, ହଷ୍ଟେଲ ୱାଡେନଙ୍କୁ ଜେରା ପାଇଁ ନୋଟିସ କରାଯାଇଛି ।


ନେପାଳୀ ଛାତ୍ରୀ ଆତ୍ମହତ୍ୟାର ପ୍ରଥମ ଭିଡିଓ ସାମନାକୁ ଆସିଛି। ଏହା ନେପାଳୀ ଛାତ୍ରୀଙ୍କ ହଷ୍ଟେଲ ରୁମ୍‌ କବାଟ ଭାଙ୍ଗିବା ବେଳର ଭିଡିଓ । ଯାହା ଏବେ ବେଶୀ ଭାଇରାଲ ହେବାରେ ଲାଗିଛ। ପୋଲିସ ଆସିବା ଆଗରୁ ହଷ୍ଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଜୋରଜବରଦସ୍ତ କବାଟ ଭାଙ୍ଗି କଲେଜ ଛାତ୍ରୀ ଏବଂ କର୍ତ୍ତୃପକ୍ଷ ଭିତରକୁ ପଶିଥିଲେ। ରୁମ୍‌ ଭିତରେ ନେପାଳୀ ଛାତ୍ରୀଙ୍କ ମୃତଦେହ ଝୁଲୁଥିବାର ଭିଡିଓରେ ଦେଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kiit-student-death-case-police-to-take-aadvik-srivastava-on-remand | Argus News