Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଚ୍ଚସ୍ତରୀୟ କମିଟିରେ ହାଜର ହେଲେ କିଟ୍‌ର ୬ ଅଧିକାରୀ: ପୂର୍ବରୁ ଅଚ୍ୟୁତଙ୍କ ସହ ୮ ଜଣଙ୍କୁ ହୋଇଥିଲା ଜେରା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଉଚ୍ଚସ୍ତରୀୟ କମିଟିରେ ହାଜର ହେଲେ କିଟ୍‌ର ୬ ଅଧିକାରୀ: ପୂର୍ବରୁ ଅଚ୍ୟୁତଙ୍କ ସହ ୮ ଜଣଙ୍କୁ ହୋଇଥିଲା ଜେରା

Key Points

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ଆଜି କିଟ୍‌ର ଆଉ ୬ ଜଣ ଅଧିକାରୀ ହାଜର ହୋଇଛନ୍ତି । ଜଣଙ୍କ ପରେ ଜଣେ କିଟ୍ ଅଧିକାରୀଙ୍କୁ ପ୍ରଶ୍ନ ବାଣରେ ଛନ୍ଦୁଛନ୍ତି ଉଚ୍ଚସ୍ତରୀୟ କମିଟି ।

ଭୁବନେଶ୍ଵର: କିଟ୍ ବିଶ୍ଵବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ବଢ଼ିବାରେ ଲାଗିଛି ଅଚ୍ୟୁତଙ୍କ ଅଡ଼ୁଆ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ଆଜି କିଟ୍‌ର ଆଉ ୬ ଜଣ ଅଧିକାରୀ ହାଜର ହୋଇଛନ୍ତି । ଜଣଙ୍କ ପରେ ଜଣେ କିଟ୍ ଅଧିକାରୀଙ୍କୁ ପ୍ରଶ୍ନ ବାଣରେ ଛନ୍ଦୁଛନ୍ତି ଉଚ୍ଚସ୍ତରୀୟ କମିଟି ।


ଉଚ୍ଚସ୍ତରୀୟ କମିଟିରେ କିଟ୍‌ର ସିନିୟର ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସିନିୟର ଆଡମିନଷ୍ଟ୍ରଟିଭ୍ ଅଫିସର ସିଦ୍ଧାର୍ଥ ରାୟ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପ୍‌ସିତା ଶତପଥୀ, ଚିଫ୍‌ ପ୍ରୋକ୍ଟର ପି. କେ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି ହାଜର ହୋଇଛନ୍ତି । ହାଜର ହେବା ଲାଗି ଉଚ୍ଚଶିକ୍ଷା ବିଭାଗ ନୋଟିସ୍ ଜାରି କରିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପୂର୍ବରୁ ୨୧ ତାରିଖରେ ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ୮ ଜଣ ହାଜର ହୋଇଥିଲେ । ତେବେ କିଭଳି ସ୍ଥିତିରେ କାହିଁକି କିଟ୍ ଛାତ୍ରୀଙ୍କ ମୃତ୍ୟୁ ହେଲା ? ପ୍ରକ୍ରିତି ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ବି କାହିଁକି ଶୁଣି ନଥିଲା କିଟ୍ ବିଶ୍ଵବିଦ୍ୟାଳୟ ? ବିଦେଶୀ ଛାତ୍ରଛାତ୍ରୀଙ୍କୁ କାହିଁକି ଦୁର୍ବ୍ୟବହାର କରାଗଲା ? ଆଇନ୍‌କୁ କାହିଁକି ହାତକୁ ନେଲେ କର୍ତ୍ତୃପକ୍ଷ ? ଏ ସମ୍ପର୍କିତ ପ୍ରଶ୍ନ କରୁଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ।


ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୬ରେ କିଟ୍‌ର ୬ ନମ୍ବର କ୍ୟାମ୍ପସ୍‌ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଉ ଛାତ୍ରଙ୍କ ଉପରେ ବଳପ୍ରୟୋଗ କରିଥିଲେ କିଟ୍‌ର ସୁରକ୍ଷାକର୍ମୀ । ଏପରିକି ଜୋରଜବରଦସ୍ତି ଭାବେ ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍ କର୍ତ୍ତୃପକ୍ଷ ବସ୍ ଯୋଗେ କଟକ ରେଲୱେ ଷ୍ଟେସନକୁ ପଠାଇ ଦେଇଥିଲେ ।

Sponsored
Kiit Student Death Row, More Six Employee Appear In High Level Committee | Argus News