Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାଦ ମଧ୍ୟରେ ପୁରୀ ସ୍ବର୍ଗଦ୍ବାରରେ ହେଲା ଅନ୍ତିମ ସଂସ୍କାର

Smruti Parija
Browse all articles by Smruti Parija
·1 year ago·2 min read
ବିବାଦ ମଧ୍ୟରେ ପୁରୀ ସ୍ବର୍ଗଦ୍ବାରରେ ହେଲା ଅନ୍ତିମ ସଂସ୍କାର

ପୁଣି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ କିଟ୍ ବିଶ୍ବବିଦ୍ୟାଳୟ ପୁଣି ବିବାଦ ଘେରକୁ ଆସିଥିବାବେଳେ ଆଜି କରାଯାଇଛି ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ନେପାଳରୁ ଆସିଥିବା ଛାତ୍ରୀଙ୍କ ପରିବାର ଲୋକେ, ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯାଇଛି। ସେ ସମୟର ଭିଡିଓ ଗ୍ରାଫି ବି କରାଯାଇଛି। ମୃତଦେହ ନେପାଳ ନେବାକୁ ଛାତ୍ରୀଙ୍କ ପରିବାର ଲୋକେ ମନା କରିବାରୁ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସେପଟେ କେଉଁ କାରଣରୁ ପ୍ରିଶାଙ୍କ ମୃତ୍ୟୁ ହେଲା ତଦନ୍ତ କରିବାକୁ ଦାବି କରିଛନ୍ତି ପ୍ରୀଶାଙ୍କ ପରିବାର ଲୋକ ।


ଏହି ସ୍ପର୍ଶକାତର ଘଟଣାର ତଦନ୍ତ କରିବେ ୟୁଜିସିର 4 ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି । ଏହି କମିଟି ୭ଟି ପ୍ରମୁଖ ଦିଗ ଉପରେ ତଦନ୍ତ କରିବେ। କେଉଁ ପରିସ୍ଥିତିରେ କିଟରେ ବାରମ୍ବାର ଛାତ୍ରୀ ଆତ୍ମହତ୍ୟା ଭଳି ଅଘଟଣ ଘଟୁଛି, ସେ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିବେ । ଏହି କମିଟି ଯାଞ୍ଚ ସାରି 10 ଦିନ ଭିତରେ UGCକୁ ରିପୋର୍ଟ ଦେବେ ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ କମିଟି । ଫେବ୍ରୁଆରୀ ୧୬ରେ ଅନ୍ୟ ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣାର ମଧ୍ୟ ଯାଞ୍ଚ କରିବେ ଏହି କମିଟି । ଯେଉଁ ୭ଟି ଦିଗକୁ ନେଇ ଏହି କମିଟି ଯାଞ୍ଚ କରିବ, ତାହା ହେଲା..ଶିକ୍ଷାନୁଷ୍ଠାନରେ କେଉଁ ବାତାବରଣରେ ପିଲା ପାଠ ପଢ଼ୁଛନ୍ତି , ଶିକ୍ଷାନୁଷ୍ଠାନର ପଲିସି କଣ ଅଛି। ବିଶ୍ୱ ବିଦ୍ୟାଳୟର ଫ୍ରେମ୍ ୱାର୍କ, ଫ୍ୟାକଲଟିଙ୍କ ଗତିବିଧି, ପିଲାଙ୍କ ଉପରେ ମାନସିକ ଚାପ ପଡୁଥିଲା କି ? ଛାତ୍ରଛାତ୍ରୀଙ୍କ ପାଇଁ ସିକ୍ୟୁରିଟି, ସେଫଟି ପ୍ରୋଟୋକଲ, ଆଣ୍ଟି ହାରସମେଣ୍ଟ ଗ୍ରୀଭାନ୍ସ ବ୍ୟବସ୍ଥା ଥିଲା କି । ଛାତ୍ରଛାତ୍ରୀ, ଆଡମିନିଷ୍ଟ୍ରେସନ୍, ଫ୍ୟାକଲ୍ଟି, ଷ୍ଟେକ୍ ହୋଲଡରଙ୍କ ପାରସ୍ପରିକ ସମ୍ପର୍କ କଣ ରହିଥିଲା। ଏ ସବୁ ବିଷୟରେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ୟୁଜିସିକୁ ରିପୋର୍ଟ ଦେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ କିଟ୍‌ ଛାତ୍ରୀ ଆତ୍ମହତ୍ୟା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ୍‌ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ। ତୁରନ୍ତ ମାମଲା ରୁଜୁ କରି 9 ତାରିଖ ସୁଦ୍ଧା ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 3 ମାସରେ କିଟ୍‌ରେ 2 ଛାତ୍ରୀଙ୍କ ମୃତ୍ୟୁ ଉଦ୍‌ବେଗଜନକ, ‘ପୀଡ଼ିତାଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ ହୋଇଥିବା କହିଛନ୍ତି NHRC ।

Sponsored
kiit-university-is-again-in-controversy-over-the-death-of-a-nepali-student | Argus News