Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତକୁ ନିନ୍ଦିତ କରିଥିବା ସଂସ୍ଥା ସପକ୍ଷରେ ବିଜେଡିର ଓକିଲାତି

Odisha

ଭାରତକୁ ନିନ୍ଦିତ କରିଥିବା ସଂସ୍ଥା ସପକ୍ଷରେ ବିଜେଡିର ଓକିଲାତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାରତକୁ ନିନ୍ଦିତ କରିଥିବା ସଂସ୍ଥା ସପକ୍ଷରେ ବିଜେଡିର ଓକିଲାତି

Key Points

ଭାରତକୁ ନିନ୍ଦିତ କରିଥିବା ସଂସ୍ଥା ସପକ୍ଷରେ ବିଜେଡିର ଓକିଲାତି
ଦଳୀୟ ସ୍ବାର୍ଥ ଥିବା କାରଣରୁ କିଟ୍ ଓ ଅଚ୍ୟୁତଙ୍କୁ ସୁରକ୍ଷା ଦେଉଛନ୍ତି ?
ଆଇନ ମନ୍ତ୍ରୀ କହିଲେ ଦୋଷୀ ଯେତେ ବଡ଼ ହୋଇଥିଲେ ବି ନିଆଯିବ ଆକ୍ସନ
ଶିଳ୍ପମନ୍ତ୍ରୀ କହିଲେ ଜମି କେଳେଙ୍କାରୀ ଅଭିଯୋଗ ଆଧାରରେ ବି ହେବ ତଦନ୍ତ
ଅର୍ଗସ ହାତରେ ନେପାଳୀ ଛାତ୍ରଙ୍କ ଉପରେ ବର୍ବରତାର ବଡ଼ ପ୍ରମାଣ
ଜିମ୍ ଟ୍ରେନରଙ୍କୁ ଲଗାଇ ଛାତ୍ରଙ୍କ ଉପରେ କରାଯାଇଥିଲା ଆକ୍ରମଣ
ଅଭିଯୁକ୍ତ ପୁରୁଷ ବନ୍ଧୁ ଆଦ୍ଵିକର ହେବ ଭଏସ ସ୍ପେକ୍ଟୋଗ୍ରାଫି ପରୀକ୍ଷା
ତିନି ଦିନିଆ ରିମାଣ୍ଡରେ ଆଣି ପୋଲିସ ଆରମ୍ଭ କଲା ପଚରାଉଚରା

ଭୁବନେଶ୍ୱର:  କିଟ ବିରୋଧରେ କହିଲେ ବିଜେଡିକୁ ବାଧୁଛି। ଯେଉଁ ସଂସ୍ଥା ପାଇଁ ସାରା ବିଶ୍ବରେ ବଦନାମ ମୁଣ୍ଡଇଲା ଭାରତ। ସେ ସଂସ୍ଥା ପ୍ରତି ଯାଉନି ବିଜେଡି ନେତାଙ୍କ ପ୍ରେମ। କିଟକୁ ସୁରକ୍ଷା ଦେବା ପାଇଁ ମଇଦାନକୁ କୁଦିଛନ୍ତି ଆଉ ଜଣେ ବିଜେଡି ନେତା। ବିଧାୟକ ଗୌତମ ବୁଦ୍ଧ ଦାସ କରିଛନ୍ତି ଗୋଟିଏ ଓଡ଼ିଆ ବିଶ୍ବସ୍ତରୀୟ ଅନୁଷ୍ଠାନକୁ ବିଜୁ ଜନତା ଦଳର କହି ବଦନାମ କରାନଯାଉ। ଏହାକୁ ନେଇ ପ୍ରଶ୍ନ ଉଠିଛି ଦଳୀୟ ସ୍ୱାର୍ଥ କାରଣରୁ ବିଜେଡି ନେତା ଦେଉଛନ୍ତି କି କିଟ୍ କୁ ସୁରକ୍ଷା ?

କିଟ୍ ରେ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ବର୍ବରତାକୁ ନେଇ କଠୋର ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର। ଆଇନମନ୍ତ୍ରୀ କହିଛନ୍ତି ସରକାର ଗଠନ କରୁଥିବା ଉଚ୍ଚ ସ୍ତରୀୟ କମିଟି କିଟ୍ କୁ ଯାଇ ତଦନ୍ତ କରିଛନ୍ତି ।ତଦନ୍ତ ପ୍ରକ୍ରିୟାରେ ଯାହା ନାଁ ଆସିବ, କାହାକୁ ବି ଛଡାଯିବ ନାହିଁ । ସେପଟେ ଶିଳ୍ପ ମନ୍ତ୍ରୀ କହିଛନ୍ତି କିଟ ଜମି କେଳେଙ୍କାରି ନେଇ ଅଭିଯୋଗ ଆଧାରରେ କରାଯିବ ତଦନ୍ତ। ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ। କଂଗ୍ରେସ ବିଧାୟକ ତାରା ବହିନୀପତି କହିଛନ୍ତି କିଟ୍ ପ୍ରସଙ୍ଗରେ ଲୋକଙ୍କ ଅନ୍ତରଆତ୍ମା କାନ୍ଦୁଛି । ବହୁ IAS, IPSଙ୍କ ସହ ଧର୍ମିଣୀ କିଟ ରେ କାମ କରୁଛନ୍ତି କିନ୍ତୁ ଓଡିଶାର ସ୍ୱାଭିମାନ ଆଗ।  

ଏହାରି ଭିତରେ ସାମ୍ନାକୁ ଆସିଛି ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ କିଟ୍ କର୍ତ୍ତୃପକ୍ଷଙ୍କ ବର୍ବରତାର ଆଉ ଏକ ବଡ଼ ପ୍ରମାଣ। କେବଳ ସିକ୍ୟୁରୀଟି ଗାର୍ଡ ନେପାଳ ଛାତ୍ରଛାତ୍ରୀଙ୍କୁ ମାଡ଼ ମରିନଥିଲେ ସ୍ଥାନୀୟ ଜିମ ଟ୍ରେନର ଗ୍ୟାଙ୍ଗର ଲୋକେ ବି ପିଲାଙ୍କ ଉପରେ କରିଥିଲେ ଆକ୍ରମଣ। ମାଡ଼ ଏତେ ଜୋରଦାର ଥିଲା ଯେ ପିଲାଙ୍କ ହାତ ଫାଟି ରକ୍ତ ଝରିଥିଲା। ଏବେ ପ୍ରଶ୍ନ ଉଠୁଛି ସ୍ଥାନୀୟ ଜିମ ଟ୍ରେନର୍ କାହା ଇସାରାରେ ପିଲାଙ୍କୁ ହଷ୍ଟେଲ ଭିତରେ ପଶି ମାଡ଼ ମାରିଲେ? ସେମାନଙ୍କୁ କାହିଁକି ଏଯାଏ ଗିରଫ କରିନି ପୋଲିସ ?

ସେପଟେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କ ପୁରୁଷବନ୍ଧୁ ଆଦ୍ଵିକ ଶ୍ରୀବାସ୍ତବକୁ ତିନି ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରୁଛି ଇନଫୋସିଟି ପୋଲିସ। କେଉଁ ଫଟୋ ଓ ଭିଡିଓକୁ ନେଇ ଛାତ୍ରୀଙ୍କୁ ବ୍ଲାକମେଲ କରୁଥିଲା ଅଭିଯୁକ୍ତ ? ତାର ଲାପଟପ୍ ଓ ମୋବାଇଲ ଫୋନରେ କଣ ଅଛି ? କାହିଁକି ଭୁବନେଶ୍ୱର ଛାଡି ପଳାଉ ଥିଲ ? ଆତ୍ମହତ୍ୟା ପୂର୍ବରୁ ମୃତ ଛାତ୍ରୀଙ୍କ ସହ କଥା ହୋଇଥିଲା କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବ ପୋଲିସ ? ଏଥିସହ ଅଭିଯୁକ୍ତ ପୁରୁଷ ବନ୍ଧୁର ହେବ ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ। ରାଜ୍ୟ ଫରେନସିକ ଲ୍ୟାବରେ ହେବ ଏହି ପରୀକ୍ଷା। ଯୁବତୀଙ୍କୁ ଦେଇଥିବା ଗାଳି ଗୁଲଜ ଅଡିଓ ସହ ପୁରୁଷବନ୍ଧୁ ଭଏସ ସହ ଯାଞ୍ଚ କରାଯିବ ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
KIIT University suicide case | Argus News