Videos
|
Odisha

କିଟ୍ ଘଟଣା: ଆଜି ଭୁବନେଶ୍ଵର ଆସିବ NHRC ଟିମ୍

Rashmita Mishra
Browse all articles by Rashmita Mishra
·1 year ago·1 min read
କିଟ୍ ଘଟଣା: ଆଜି ଭୁବନେଶ୍ଵର ଆସିବ NHRC ଟିମ୍

କିଟ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା। ଘଟଣାର ଛାନଭିନ ପାଇଁ ଆଜି ଭୁବନେଶ୍ବର ଆସିବ NHRC ଟିମ। ଛାତ୍ରୀଙ୍କ ମୃତ୍ୟୁ ଏବଂ ପରବର୍ତ୍ତି ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାର ହେବ ତନାଘନା । 


କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଘାଣ୍ଟିବ NHRC। NHRCର ଏକ ଟିମ୍ ଆଜି ଭୁବନେଶ୍ବର ଆସିବ । KIITରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାର ତଦନ୍ତ କରିବ NHRCର ଏହି ଟିମ୍। ଏନେଇ ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ ଟ୍ବିଟ କରି ସୂଚନା ଦେଇଛନ୍ତି। ପୂର୍ବରୁ କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି NHRC । ଟିମ୍‌ ଗଠନ କରି ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତରେ ସହାୟତା କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

10 ମାର୍ଚ୍ଚ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ। କିଟ୍ ପରିସରର ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଓ ପରେ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଏଥିସହ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା । ସେମାନଙ୍କୁ କିଟ୍ ଅଧିକାରୀ ଶାରୀରିକ, ମାନସିକ, ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ନ୍ୟାୟ ପାଇଁ ନେପାଳ ମାନବାଧିକାର କମିଶନ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।