Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ଆଜି ହେବ ଶବ ବ୍ୟବଚ୍ଛେଦ

Odisha

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ଆଜି ହେବ ଶବ ବ୍ୟବଚ୍ଛେଦ

Rashmita Mishra
Browse all articles by Rashmita Mishra
·1 year ago·2 min read
କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ଆଜି ହେବ ଶବ ବ୍ୟବଚ୍ଛେଦ

କିଟ୍‌ରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଛାତ୍ରୀଙ୍କ ମୃତଦେହ ଏବେ ଭୁବନେଶ୍ବର ଏମ୍ସରେ ରହିଛି । ସେପଟେ ଘଟଣାର ତଦନ୍ତ ପାଇଁ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି । ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ବବିଦ୍ୟାଳୟ ବା IGNOUର ପୂର୍ବତନ କୁଳପତି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ ତାଙ୍କ ସହ ୩ଜଣ ସଦସ୍ୟ ରହିଛନ୍ତି ।

ଏହି କମିଟି ୭ଟି ପ୍ରମୁଖ ଦିଗ ଉପରେ ତଦନ୍ତ କରିବେ। କେଉଁ ପରିସ୍ଥିତିରେ କିଟରେ ବାରମ୍ବାର ଛାତ୍ରୀ ଆତ୍ମହତ୍ୟା ଭଳି ଅଘଟଣ ଘଟୁଛି, ସେ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିବେ । ଏହି କମିଟି ଯାଞ୍ଚ ସାରି 10 ଦିନ ଭିତରେ UGCକୁ ରିପୋର୍ଟ ଦେବେ । ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ ପ୍ରଫେସର ନାଗେଶ୍ବର ରାଓ ଚେୟାରମ୍ୟାନ୍ ଥିବାବେଳେ NIEPAର କୁଳପତି ପ୍ରଫେସର ଶଶିକଳା, ସାଉଥ୍ ବିହାର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଏଚ. ସି. ଏସ ରାଠୋର ମେମ୍ବର ଅଛନ୍ତି।

କୋର୍ଡିନେଟିଂ ଅଫିସର ଦାୟିତ୍ବରେ ରହିବେ ୟୁଜିସିର ଯୁଗମ ସଚିବ ଡକ୍ଟର ସୁନୀତା ସିବାଚ। ଫେବ୍ରୁଆରୀ ୧୬ରେ ଅନ୍ୟ ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣାର ମଧ୍ୟ ଯାଞ୍ଚ କରିବେ ଏହି କମିଟି । ଯେଉଁ ୭ଟି ଦିଗକୁ ନେଇ ଏହି କମିଟି ଯାଞ୍ଚ କରିବ, ତାହା ହେଲା..ଶିକ୍ଷାନୁଷ୍ଠାନରେ କେଉଁ ବାତାବରଣରେ ପିଲା ପାଠ ପଢ଼ୁଛନ୍ତି , ଶିକ୍ଷାନୁଷ୍ଠାନର ପଲିସି କଣ ଅଛି। ବିଶ୍ୱ ବିଦ୍ୟାଳୟର ଫ୍ରେମ୍ ୱାର୍କ, ଫ୍ୟାକଲଟିଙ୍କ ଗତିବିଧି, ପିଲାଙ୍କ ଉପରେ ମାନସିକ ଚାପ ପଡୁଥିଲା କି ? ଛାତ୍ରଛାତ୍ରୀଙ୍କ ପାଇଁ ସିକ୍ୟୁରିଟି, ସେଫଟି ପ୍ରୋଟୋକଲ, ଆଣ୍ଟି ହାରସମେଣ୍ଟ ଗ୍ରୀଭାନ୍ସ ବ୍ୟବସ୍ଥା ଥିଲା କି । ଛାତ୍ରଛାତ୍ରୀ, ଆଡମିନିଷ୍ଟ୍ରେସନ୍, ଫ୍ୟାକଲ୍ଟି, ଷ୍ଟେକ୍ ହୋଲଡରଙ୍କ ପାରସ୍ପରିକ ସମ୍ପର୍କ କଣ ରହିଥିଲା। ଏ ସବୁ ବିଷୟରେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ୟୁଜିସିକୁ ରିପୋର୍ଟ ଦେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kit-student-death-incident-autopsy-to-be-conducted-today | Argus News