Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଟ୍‌ ଛାତ୍ରୀ ମୃତ୍ୟୁ: ହଷ୍ଟେଲରୁ ମୃତଦେହ ଉଦ୍ଧାର କଲା କିଏ ?

Rashmita Mishra
Browse all articles by Rashmita Mishra
·1 year ago·2 min read
କିଟ୍‌ ଛାତ୍ରୀ ମୃତ୍ୟୁ: ହଷ୍ଟେଲରୁ ମୃତଦେହ ଉଦ୍ଧାର କଲା କିଏ ?

କିଟ୍‌ରେ ଛାତ୍ରୀ ମୃତ୍ୟୁକୁ ୩ ମାସ ପୁରିନି ପୁଣି ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଚାଲିଯାଇଛି ଜୀବନ । ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରୀଙ୍କ ମୃତଦେହ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି, କାଲି ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କଲା କିଏ ? ପୋଲିସ ନା କିଟ୍ କର୍ମଚାରୀ ? କାରଣ ଇନଫୋସିଟି ଥାନାର କନେଷ୍ଟବଳ ନିରାକାର ଖଟୁଆଙ୍କ କହିବା କଥା, ପୋଲିସ କିମ୍ସ ମେଡିକାଲ ଏମରଜେନ୍ସିରୁ ମୃତଦେହକୁ ଧରି ଭୁବନେଶ୍ୱର ଏମ୍ସସକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲେ ।

ଏହାର ଅର୍ଥ ହଷ୍ଟେଲ ଭିତରୁ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ପୋଲିସ ନୁହେଁ ବରଂ କିଟ୍ କର୍ମଚାରୀ ଉଦ୍ଧାର କରିଥିଲେ କି ? ତେବେ କେଉଁ ଆଧାରରେ ପୋଲିସ ବଦଳରେ ଝୁଲନ୍ତା ଅବସ୍ଥାରେ ଥିବାବେଳେ ଛାତ୍ରୀଙ୍କୁ ଉଦ୍ଧାର କଲେ କିଟ୍ କର୍ମଚାରୀ ? ସେନେଇ ଅନେକ ପ୍ରଶ୍ନ ଉଠୁଛି । ସେହିପରି ଏହା ହତ୍ୟା ନା ଆତ୍ମହତ୍ୟା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ପୁଣି କିଟ୍‌ରେ ଛାତ୍ରୀଙ୍କ ଆତ୍ମହତ୍ୟା। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହା ବିଶ୍ୱବିଦ୍ୟାଳୟର ପରିଚାଳନା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ପୋଲିସ କମିଶନର ଏସ. ଦେବଦତ୍ତ ସୂଚନ ଦେଇଛନ୍ତି।

ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ ଏବଂ ଆତ୍ମହତ୍ୟା ନେଇ କିଟ୍‌ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ମୃତ ଛାତ୍ରୀଙ୍କ ନାଁ ସନ୍ନି ଶାହା । ୪ନମ୍ୱର କ୍ୟାମ୍ପସ ରୁମ୍ ନମ୍ୱର ୧୧୧ରୁ ମିଳିଲା ମୃତଦେହ । ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଡିସିପି ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।

ଗତ ଫେବୃଆରୀ ୧୬, ୨୦୨୫ରେ ଜଣେ ୨୦ ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକୃତି ସାମଲଙ୍କ ଆତ୍ମହତ୍ୟା ପରେ ଏହା ଦ୍ୱିତୀୟ ଏଭଳି ଘଟଣା ବୋଲି ଜଣାପଡ଼ିଛି। ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଛାତ୍ରୀ ଜଣଙ୍କ ଜଣେ ସହପାଠୀଙ୍କ ଦ୍ୱାରା ଉତ୍ପୀଡ଼ନର ଶିକାର ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kit-student-death-who-rescued-the-body-from-the-hostel | Argus News