Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଟ୍‌ ଛାତ୍ରଛାତ୍ରୀ ମୃତ୍ୟୁ ମାମଲା: ଛାତ୍ରଛାତ୍ରୀଙ୍କ ଉପରେ କାଲି କରିଥିଲେ ଜୁଲମ, ଆଜି ମାଗିଲେ କ୍ଷମା

Ritu Das
Browse all articles by Ritu Das
·1 year ago·2 min read
କିଟ୍‌ ଛାତ୍ରଛାତ୍ରୀ ମୃତ୍ୟୁ ମାମଲା: ଛାତ୍ରଛାତ୍ରୀଙ୍କ ଉପରେ କାଲି କରିଥିଲେ ଜୁଲମ, ଆଜି ମାଗିଲେ କ୍ଷମା

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ ଦେଶକୁ ନିନ୍ଦା କରାଯାଉଛି। ଘଟଣାକୁ ନେଇ ପ୍ରତିବାଦ କରିବା ସମୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଅସଭ୍ୟ ବ୍ୟବହାରର ଭିଡିଓ ଭାଇରାଲ ହୋଇଛି। ନେପାଳ ଛାତ୍ରୀଛାତ୍ରଙ୍କ ବିରୋଧରେ ଦିଆଯାଇଥିବା ସମ୍ବେଦନହୀନ ମନ୍ତବ୍ୟ ପାଇଁ ପରେ ବିଶ୍ୱବିଦ୍ୟାଳୟ କର୍ମଚାରୀମାନେ ଏବେ କ୍ଷମା ମାଗିଛନ୍ତି। ଗୋଟିଏ ଭିଡିଓରେ, ଦୁଇଜଣ ବିଶ୍ୱବିଦ୍ୟାଳୟ ଅଧିକାରୀ ଛାତ୍ରଙ୍କ ଉପରେ ଚିତ୍କାର କରୁଥିବାର ଭିଡିଓ ଭାଇରାଲ ହେଉଥିଲା। ଜମହିଳା ଅଧିକାରୀଜଣକ କହିଥିଲେ, ଆମେ ମାଗଣାରେ 40,000 ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଖାଦ୍ୟ ଦେଉଛୁ ଏବଂ ଶିକ୍ଷା ଦେଉଛୁ। ଏହା ତୁମ ଦେଶର ବଜେଟ ଠାରୁ ଅଧିକ। ତେବେ ଭିଡିଓ ଭାଇରାଲ ହେବା ପରେ ସବୁଠି ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ଦେଖି ଗୋଟିଏ ଦିନ ପରେ ଜୟନ୍ତୀ ନାଥ, joint director of girls hostel and student affairs ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ନେପାଳ ଉପରେ ମୋର ସାମ୍ପ୍ରତିକ ମନ୍ତବ୍ୟ ପାଇଁ ମୁଁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛ।


ମୋର ଉଦ୍ଦେଶ୍ୟ କେବେବି କାହାକୁ ଆଘାତ ଦେବା କିମ୍ବା ଅପମାନିତ କରିବା ନଥିଲା। ଯଦି ମୋର ଶବ୍ଦଗୁଡ଼ିକ ଅଜାଣତରେ କାହାର ଭାବନାକୁ ଆଘାତ ଦେଇଥାଏ ତେବେ ମୁଁ ଗଭୀର ଭାବରେ ଦୁଃଖିତ। ମୁଁ ଜୋର ଦେଇ କହିବାକୁ ଚାହୁଁଛି ଯେ ମୋର ଶବ୍ଦଗୁଡ଼ିକ ବିଶ୍ୱବିଦ୍ୟାଳୟ କିମ୍ବା କୌଣସି ଅଧ୍ୟାପକଙ୍କ ମତାମତକୁ ପ୍ରତିଫଳିତ କରେ ନାହିଁ। ଯାହା ଘଟିଛି ସେଥିପାଇଁ ମୁଁ ଗଭୀର ଭାବରେ ଦୁଃଖିତ ଏବଂ କ୍ଷମା ପ୍ରାର୍ଥନା କରୁଛି। ସେହିପରି ସହଯୋଗୀ ପ୍ରଫେସର ମଞ୍ଜୁଷା ପାଣ୍ଡେ ମଧ୍ୟ ଏକ ଭିଡିଓରେ କ୍ଷମା ପ୍ରାର୍ଥନା କରିଛନ୍ତି। ପାଣ୍ଡେ କହିଛନ୍ତି, ୧୬ ଫେବୃଆରୀ ରାତିରେ ମୁଁ ଦେଇଥିବା ବୟାନ ପାଇଁ କ୍ଷମା ମାଗୁଛି। ମୁଁ କହିବାକୁ ଚାହୁଁଛି ଯେ ମୁଁ ଦେଇଥିବା ସମସ୍ତ ବୟାନ ମୋର ଏବଂ KIIT ବିଶ୍ୱବିଦ୍ୟାଳୟ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଯଦି ମୋର କୌଣସି ବୟାନ ମୋର କୌଣସି ନେପାଳୀ ଛାତ୍ର କିମ୍ବା ନେପାଳର ଲୋକଙ୍କ ଭାବନାକୁ ଆଘାତ ଦେଇଥାଏ, ତେବେ ମୁଁ ଏଥିପାଇଁ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kit students' death case: Yesterday they tortured the students, today they apologized | Argus News