Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାକ୍ତରଖାନାରେ ଆଣ୍ଠୁଏ ଆଣ୍ଠୁଏ ପାଣି, ରୋଗୀ ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡାକ୍ତରଖାନାରେ ଆଣ୍ଠୁଏ ଆଣ୍ଠୁଏ ପାଣି, ରୋଗୀ ହନ୍ତସନ୍ତ

Key Points

ଡାକ୍ତରଖାନାରେ ଭାସୁଛି ପାଣି

ରୋଗୀସେବା ବିପର୍ଯ୍ୟସ୍ତ


ଡାକ୍ତରଖାନାରେ ପାଣି ପାଣି । ପାଣିରେ ଭାସୁଛି CT SCAN ଓ MRI ମେସିନ୍। ବାରିପଦା ସହର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ନିଶୁଳ୍କ ନିବାରଣ ସେବା ଅନ୍ତର୍ଗତ 'C.T SCAN ଓ MRI ବିଭାଗରେ ଦେଖିବାକୁ ମିଳିଛି ଏ ଦୃଶ୍ୟ । C.T SCAN ଓ MRI ଚେମ୍ବରରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଲଗାଣ ବର୍ଷା ଯୋଗୁ ଡାକ୍ତରଖାନାରେ ଏ ସ୍ଥିତି ଉପୁଜିଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ମେସିନ୍ ସବୁ ଏବେ ପାଣିରେ ନଷ୍ଟ ହେବାକୁ ବସିଛି । ନିଶୁଳ୍କରେ ସେବା ଯୋଗାଇ ଆସୁଥିବା ଏହି ବିଭାଗରେ ଏବେ ଦୟନୀୟ ପରିସ୍ଥିତି । ବିପଦ ସଂକୁଳ ଅବସ୍ଥାରେ ଚାଲିଛି ରୋଗୀ ସେବା ।


ରାଜ୍ୟରେ ଗତ କିଛି ଦିନ ହେବ ନାହିଁ ନଥିବା ବର୍ଷା ଲାଗି ରହିଛି। ଯାହା ପ୍ରଭାବରେ କେଉଁଠି ଘର ଭିତରେ ପାଣି ପଶିଲାଣି ତ ଆଉ କେଉଁଠି ମେଡିକାଲ ଭିତରେ। ତେବେ ମେଡିକାଲ ଭିତରେ ଏତେ ମାତ୍ରାରେ ପାଣି ଥିବା କାରଣରୁ ରୋଗୀ ସେବା ବିପର୍ଯ୍ୟସ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
knee-deep-water-in-hospital-patients-in-distress | Argus News