|
logo
Live

Argus News - ଶୃଙ୍ଗାର ପ୍ରିୟ କାଳିଆ ସାଆନ୍ତ

Odisha

ଶୃଙ୍ଗାର ପ୍ରିୟ କାଳିଆ ସାଆନ୍ତ

Smruti Parija
Browse all articles by Smruti Parija
·2 years ago·1 min read
ଶୃଙ୍ଗାର ପ୍ରିୟ କାଳିଆ ସାଆନ୍ତ

ପୁରୀ: ରସିକ ନାଗର କାଳିଆ ଠାକୁର । ସର୍ବଦା ଶୃଙ୍ଗାର ପ୍ରିୟ । ବେଶ ଓ ଅଳଙ୍କାରରେ ତାଙ୍କର ରୁଚି । ସେଇଥିପାଇଁ ମହାପ୍ରଭୁଙ୍କୁ ଦୈନଦିନ ବିଭିନ୍ନ ବେଶରେ ସଜେଇ ଦିଆଯାଇଥାଏ । ବିଭିନ୍ନ ପର୍ବରେ ମଧ୍ୟ ଦୁର୍ଲଭ ବେଶରେ ସଜ୍ଜିତ ହେବାର ରହିଛି ପରମ୍ପରା । ଏମିତିକି ଶୃଙ୍ଗାର ପ୍ରିୟ କଳା ଠାକୁର ଦୈନନ୍ଦିନ ବଡ ସିଂହାର ବେଶରେ ରତ୍ନ,ବସ୍ତ୍ର ଓ ପୁଷ୍ପ ,,ତିନି ଶୃଙ୍ଗାରରେ ଭୂଷିତ ହୁଅନ୍ତି ମହାପ୍ରଭୁ । ତେବେ ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ମନୋହର ଓ ଦୁର୍ଲଭ ବେଶ ବିଷୟରେ । ଶ୍ରୀମନ୍ଦିର ଯାଇ କେବେ କେଉଁ ବେଶ ଦର୍ଶନ କରିବାର ମିଳିବ ସୌଭାଗ୍ୟ ।  

ଅବକାଶ ବେଶ

ପ୍ରତ୍ୟେହ ସକାଳ ସମୟରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି ଓ ମଇଲମ ନୀତି ଶେଷ ହେବା ପରେ ଅବକାଶ (ସ୍ନାନ) ନୀତି ହୋଇଥାଏ । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ସାଧାରଣତଃ ଠାକୁରମାନଙ୍କ ଦନ୍ତମାର୍ଜନ ଓ ସ୍ନାନ ବିଧିକୁ ଅବକାଶ କୁହାଯାଏ । ପୂର୍ବ ରାତ୍ରର ବଡ଼ସିଂହାର ବେଶରେ ରତ୍ନ ସିଂହାସନସ୍ଥ ଦାରୁ ବିଗ୍ରହମାନଙ୍କ ପରିଧାନ କରିଥିବା ଗୀତ ଗୋବିନ୍ଦ ଖଣ୍ଡୁଆ ବସ୍ତ୍ର ଓ ପୁଷ୍ପ ଅଳଙ୍କାର ଇତ୍ୟାଦି ମଙ୍ଗଳ ଆଳତି ନୀତି ଶେଷ ହେବା ପରେ ମଇଲମ (ଓଲାଗି) ହୋଇଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁଷ୍ପାଳକ ସେବକ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ବିଗ୍ରହଙ୍କୁ ତିନିଗୋଟି ତଡ଼ପ ଓ ସୁଦର୍ଶନଙ୍କୁ ଏକ ଗୋଟି ତଡ଼ପ ବସ୍ତ୍ର ଏବଂ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଉତ୍ତରୀୟ ବସ୍ତ୍ର ଲାଗି କରନ୍ତି । ଏହି ତଡ଼ପ ଓ ଉତ୍ତରୀୟ ସୂତା ବସ୍ତ୍ରଗୁଡିକ ପାରମ୍ପାରିକ କୁଶଳୀ ବୁଣାକାରମାନଙ୍କ ଦ୍ୱାରା ଏକ ନିର୍ଦ୍ଧିଷ୍ଟ ମାପରେ ନିର୍ମିତ ହୋଇଥାଏ ।


 

Sponsored
ଶୃଙ୍ଗାର ପ୍ରିୟ କାଳିଆ ସାଆନ୍ତ | Argus News