Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାତ୍ୟା ଏବେ କେଉଁଠି, ପ୍ରତିଟି ବ୍ରେକିଂଙ୍ଗ ପାଇଁ ଦେଖନ୍ତୁ ଅର୍ଗସ୍‌

Odisha

ବାତ୍ୟା ଏବେ କେଉଁଠି, ପ୍ରତିଟି ବ୍ରେକିଂଙ୍ଗ ପାଇଁ ଦେଖନ୍ତୁ ଅର୍ଗସ୍‌

Banajyotshna Ray
Browse all articles by Banajyotshna Ray
·1 year ago·3 min read
ବାତ୍ୟା ଏବେ କେଉଁଠି, ପ୍ରତିଟି ବ୍ରେକିଂଙ୍ଗ ପାଇଁ ଦେଖନ୍ତୁ ଅର୍ଗସ୍‌

ଅର୍ଗସ ବ୍ୟୁରୋ: ପାଖଉଛି ବାତ୍ୟା ବଢ଼ାଉଛି ଭୟ। ସମୁଦ୍ରରେ ବଳ ଗୋଟାଇ ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା' । ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍ତ ଅପଡେଟ୍‌।

  • ଭୀଷଣ ବାତ୍ୟାର ରୂପ ନେଲା ‘ଦାନା’
  • ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ମାଡିଆସୁଛି ଦାନା
  • ପାରାଦୀପଠାରୁ ୨୬୦ ଓ ଧାମରାଠାରୁ ୨୯୦ କିମି ଦକ୍ଷିଣ-ପୂର୍ବ ଦିଗରେ ଭୀଷଣ ବାତ୍ୟା ରହିଛି । ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ମାଡି ଆସୁଛି ।
  • ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା’ ।
  • ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ।
  • ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି
  • ପାରାଦ୍ଵୀପରେ ସର୍ବାଧିକ ବର୍ଷା 51 ମିଲିମିଟର ବର୍ଷା ରେକର୍ଡ
  • ଚାନ୍ଦବାଲିରେ 39 ଏବଂ ପୁରୀରେ 4.8 ମିଲିମିଟର
  • ଜଗତସିଂହପୁରରେ 0.5 ରୁ 1 ମିଟର ଜୁଆର ଉଠିବାର ସମ୍ଭାବନା
  • ପୁରୀ, ବାଲେଶ୍ବରରେ 1 ରୁ 2 ମିଟର ଜୁଆର ଉଠିବା ସମ୍ଭାବନା
  • ଲ୍ୟାଣ୍ଡଫଲ ପରେ ରିକର୍ଭ କରିବ ଭୀଷଣ ବାତ୍ୟା 'ଦାନା' ।
  • ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା ।
  • ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା ।
  • ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ।
  • ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା ।
  • ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଦାନା ।
  • ଆଜି ମଧ୍ୟରାତ୍ରରେ ଭିତରକନିକା ଏବଂ ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ ।
  • ଲ୍ୟାଣ୍ଡଫଲ ପରେ ଭଦ୍ରକରୁ ରିକର୍ଭ କରି ପଶ୍ଚିମ ଓଡିଶା କୁ ମୁହିଁଇବ ।
  • କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ଅତିକ୍ରମ କରିବ ସିଷ୍ଟମ ।
  • ସନ୍ଧ୍ୟାରୁ ବଢ଼ିବ ପଦନର ବେଗ ବଢ଼ିବା ନେଇ ଆଇଏମଡିର ସୂଚନା
  • ଦାନା ରିକର୍ଭ କରି ପଶ୍ଚିମଓଡିଶା ମୁହାଁଇବ
  • ବାତ୍ୟା 'ଦାନା' ଯୋଗୁଁ ଆଜି ୧୭ଟି ଟ୍ରେନ୍ ବାତିଲ୍
  • ୨୭ ତାରିଖ ପର୍ଯ୍ୟନ୍ତ ମୋଟ ୨୦୩ ଟ୍ରେନ୍ ବାତିଲ
  • ଇଷ୍ଟ କୋଷ୍ଟ ଓ ସାଉଥ୍‌ ଇଷ୍ଟର୍ଣ୍ଣ ରେଲଓ୍ୱେ ପକ୍ଷରୁ ସୂଚନା
  • ବାତ୍ୟା ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା
  • ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିବ
  • ୧୯ଟି NDRF, ୫୧ ଓଡ୍ରାଫ୍ , ୧୭୮ ଅଗ୍ନିଶମ ଟିମ୍ ପ୍ରସ୍ତୁତ
  • ୧୦ ମିନିଟରେ ଗଛ କାଟି ରାସ୍ତା କ୍ଲିୟର୍ କରିବାକୁ ବ୍ୟବସ୍ଥା ହୋଇଛି
  • ଏଯାଏଁ ବିଜୁଳି କାଟ୍ ଖବର ଆସିନି, ପବନ ହେଲେ କଟିପାରେ
  • ୩ ଜିଲ୍ଲାରେ ବେଶୀ ପବନ ହେବ କହିଲେ IMD ଡିଜି
  • କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ବେଶୀ ପବନ ହେବ
  • ଉକ୍ତ ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ପବନ ବହିପାରେ
  • ଏବେ ପାରାଦୀପଠାରୁ ୨ଶହ କିମି ଦୂରରେ ଅଛି ବାତ୍ୟା
  • ସେଠାରେ ଏବେ ପବନ ବେଗ ୯୫ରୁ ୧୦୫ କି.ମି ରହିଛି
  • କ୍ରମେ ବଢ଼ିବ, ଆଜି ରାତିରୁ କାଲି ସକାଳ ଯାଏଁ ବେଶୀ ପବନ
  • ଖୋର୍ଦ୍ଧା, ପୁରୀ, ମୟୂରଭଂଜରେ ୬୦ରୁ ୮୦ କି.ମି ପବନ ବହିବ
  • MBBS/BDS ୩ୟ ରାଉଣ୍ଡ କାଉନସେଲିଂକୁ ନେଇ ସଂଶୋଧିତ ନୋଟିସ୍‌
  • ଟାଇମ ଲାଇନ ପରିବର୍ତ୍ତନ କରି ସାନି ନୋଟିସ୍‌ କଲା OJEE
  • ଅପଗ୍ରେଡିଂ ସିଟ୍‌ ଆଲଟମେଣ୍ଟ ନେଇ OJEE ପକ୍ଷରୁ ସଂଶୋଧିତ ନୋଟିସ୍‌
  • ଚୂଡ଼ାନ୍ତ ଆଲଟମେଣ୍ଟ ଲେଟର ଡାଉନ୍‌ଲୋଡ କରି ରିପୋର୍ଟିଂ ନିର୍ଦ୍ଦେଶ
  • ବାତ୍ୟା ନେଇ ଆସନ୍ତା ୩୦ ତାରିଖରେ ରିପୋର୍ଟିଂ ପାଇଁ ସାନି ନିର୍ଦ୍ଦେଶ
  • ପ୍ରଥମ କରି ସିଟ୍‌ ଆଲଟ ଛାତ୍ରଛାତ୍ରୀ OJEE ଅଫିସ୍‌ରେ ରିପୋର୍ଟ କରିବେ
  • ୨୮ ତାରିଖ ସକାଳ ୧୦ରୁ ୪ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ
  • ଯଦି ରିପୋର୍ଟ ନ କରିବେ ଖାଲି ସିଟ୍‌ ପାଇଁ ପୁଣି କାଉନସେଲିଂ
  • ବାତ୍ୟା ‘ଦାନା’ ପାଇଁ ସମ୍ପୃକ୍ତ କଲେଜ ରିପୋର୍ଟିଂର ସ୍ବତନ୍ତ୍ର ବ୍ୟବସ୍ଥା କରିବେ
  • ବାତ୍ୟା ପାଇଁ ଭୁବନେଶ୍ୱରରେ ୪୦ ବିମାନ ସେବା ପ୍ରଭାବିତ ହେବ
  • ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ
  • ଆଜି କ୍ୱାଲାଲାମ୍ପୁରକୁ ବିମାନ ସେବା ବନ୍ଦ ରହିବ
  • ଭୁବନେଶ୍ୱରରେ ପବନର ବେଗ ୩୫ରୁ ୪୦ MPH ରହିବ
  • ଏହି ତୀବ୍ରତାରେ ବିମାନ ଉଡ଼ିବା ସୁରକ୍ଷିତ ନୁହେଁ
  • ଆଜି ସନ୍ଧ୍ୟା ୫ରୁ କାଲି ସକାଳ ୯ ପର୍ଯ୍ୟନ୍ତ ବିମାନ ବନ୍ଦ ରହିବ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Know all updates related to Cyclone Dana... | Argus News