Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାତି ପାହିଲେ ବିରାଜିବେ ଜ୍ଞାନର ଦେବୀ...ପୂଜା ପାଇଁ ଶୁଭ ସମୟ କ'ଣ ?

Odisha

ରାତି ପାହିଲେ ବିରାଜିବେ ଜ୍ଞାନର ଦେବୀ...ପୂଜା ପାଇଁ ଶୁଭ ସମୟ କ'ଣ ?

Smruti Parija
Browse all articles by Smruti Parija
·1 year ago·2 min read
ରାତି ପାହିଲେ ବିରାଜିବେ ଜ୍ଞାନର ଦେବୀ...ପୂଜା ପାଇଁ ଶୁଭ ସମୟ କ'ଣ ?

ଭୁବନେଶ୍ୱର: ରାତି ପାହିଲେ ପବିତ୍ର ସରସ୍ୱତୀ ପୂଜା । ବିଦ୍ୟାଦାତ୍ରୀ ମା' ସରସ୍ୱତୀଙ୍କୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଆରାଧନା କରାଯାଏ । ଏହି ଦିନକୁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି । ବିଶ୍ୱାସ ରହିଛି ସରସ୍ୱତୀ ପୂଜା ଦିନ ମା'ଙ୍କ ଆରାଧନା କଲେ ଭଲ ପାଠ ହୁଏ । ହେଲେ ଆପଣ ଜାଣନ୍ତି ସରସ୍ୱତୀ ପୂଜା କାହିଁକି ହୁଏ ? କେମିତି ଆଉ କେଉଁ ସମୟରେ ମାଙ୍କ ଆରାଧନା କଲେ ଭଲ ଫଳ ମିଳେ ।


ହେଲେ କାହିଁକି ପାଳନ ହୁଏ ସରସ୍ୱତୀ ପୂଜା ? ଏହା କ'ଣ ଦର୍ଶାଏ ?


ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ହେଉଛି ଶୀତରୁ ବସନ୍ତକୁ ପରିବର୍ତ୍ତନର ଚିହ୍ନିତ ଏକ ପର୍ବ । ହିନ୍ଦୁମାନେ ଜ୍ଞାନ, ବିଦ୍ୟା ଏବଂ କଳାର ଦେବୀ ସରସ୍ୱତୀଙ୍କ ସମ୍ମାନାର୍ଥେ ଏହି ପର୍ବ ପାଳନ କରନ୍ତି ।


ପୂଜା ପାଇଁ ଶୁଭ ସମୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବସନ୍ତ ପଞ୍ଚମୀରେ ଦେବୀ ସରସ୍ୱତୀଙ୍କ ପୂଜା କରିବାର ସବୁଠାରୁ ଶୁଭ ସମୟ ଫେବୃଆରୀ 2 ତାରିଖ ସକାଳ 7:09 ରୁ ଅପରାହ୍ନ 12:35 ପର୍ଯ୍ୟନ୍ତ ହେବ। ଏହି ପାଞ୍ଚ ଘଣ୍ଟା ମଧ୍ୟରେ ଛବିଶ ମିନିଟ୍ ସମୟକୁ ପୂଜା କରିବା ସର୍ବୋତ୍ତମ ବୋଲି କୁହାଯାଉଛି ।


ଦେବୀ ସରସ୍ୱତୀଙ୍କୁ କିପରି ପୂଜା କରିବେ ?


ମା'ଙ୍କ ଆରାଧନା ପାଇଁ ଶ୍ରଦ୍ଧାଳୁମାନେ ହଳଦିଆ କିମ୍ବା ଧଳା ପୋଷାକ ପରିଧାନ କରିବା ଉଚିତ । ପୂଜା କରିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରିବା ଉଚିତ । ପୂଜା ପାଇଁ ସର୍ବୋତ୍ତମ ସମୟ ହେଉଛି ସୂର୍ଯ୍ୟୋଦୟ ପୂର୍ବରୁ ଅଢ଼େଇ ଘଣ୍ଟା କିମ୍ବା ସୂର୍ଯ୍ୟାସ୍ତ ପୂର୍ବରୁ ଅଢ଼େଇ ଘଣ୍ଟା । ଡାହାଣ ହାତରେ ଧଳା ଚନ୍ଦନ ଏବଂ ହଳଦିଆ ଏବଂ ଧଳା ଫୁଲ ଦେବୀ ସରସ୍ୱତୀଙ୍କୁ ଅର୍ପଣ କରିବା ଉଚିତ।


ପ୍ରସାଦରେ ମା'ଙ୍କୁ ମିସ୍ରି ଓ ଦହିର ଏକ ମିଶ୍ରଣ ପ୍ରସ୍ତୁତ କରି ଅର୍ପଣ କରିବା ଉଚିତ୍ । କିମ୍ବା କ୍ଷୀରିରେ କେଶର ପକାଇ ଭୋଗ ଲଗାଇଲେ ଆହୁରି ଭଲ । କୁହାଯାଏ ଆଜିର ଦିନଟି ଭାରି ଶୁଭ । ଆଜିର ଦିନରେ ମା ହାତ ପାପୁଲିରେ ବାସ କରନ୍ତି । ତେଣୁ ଏହି ଦିନ ସକାଳୁ ଉଠିବା ପରେ ହାତ ପାପୁଲି ଦେଖି ମା'ଙ୍କ ଦିବ୍ୟ ଆଶୀର୍ବାଦ ନେବା ଉଚିତ୍ ।

Sponsored
know-basant-panchami-2025-celebration-worship-and-auspicious-rituals-time | Argus News