ସଂକ୍ଷେପରେ ଦିନର ବଡ ଖବର...
·1 year ago·2 min read

- ଓଡ଼ିଶାରେ ହକି ବିଜେତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା...ଭୁବନେଶ୍ବରରେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍...ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବାଗତ କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
- ସ୍କୁଲ ପିଲାଙ୍କୁ ମିଳୁଥିବା ଖାଦ୍ୟର ମାନ ବୃଦ୍ଧି କରିବାକୁ ମୋହନ ସରକାରଙ୍କ ନିଷ୍ପତ୍ତି...ବଢ଼ିବ ମଧ୍ୟାହ୍ନ ଭୋଜନ ସହାୟତା...ପ୍ରତି ମିଲରେ କରାଯିବ ୧ ଟଙ୍କା ବୃଦ୍ଧି...ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା
- ବିପୁଳ ପରିମାଣର କଫ୍ ସିରପ୍ ଜବତ...ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଚୌଧୁରୀ ଛକରେ ବେଆଇନ ଭାବେ ୨୪୦୦ ବୋତଲ କଫ ସିରପ ଚାଲାଣ ବେଳେ ଜବତ କଲା ଅବକାରୀ ବିଭାଗ...4 ଗିରଫ
- ପୁରୀ ଖଜା ଦୋକାନକୁ ନେଇ ହତ୍ୟା ଘଟଣାରେ ୯ ଗିରଫ...ଗିରଫ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୭ ନାବାଳକ...ଦୀନେଶ ଖୁଣ୍ଟିଆ ହତ୍ୟାର ପ୍ରତିଶୋଧ ପାଇଁ ହୋଇଥିଲା ମର୍ଡର
- ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି...ବିଧାନସଭାରେ ଶକ୍ତି ମନ୍ତ୍ରୀ କେଭି ସିଂହଦେଓଙ୍କ ଉତ୍ତର...ବିଦ୍ୟୁତକରଣ ହୋଇନଥିବା ଘରକୁ ସେପ୍ଟେମ୍ବର ସୁଦ୍ଧା ପହଞ୍ଚିବ ବିଜୁଳି...ସବୁ ଘରକୁ ବିଜୁଳି ପାଇଁ ଡିସ୍କମ୍କୁ ୪୧୫ କୋଟି ଦେଇଛନ୍ତି ସରକାର
- କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା...ସାରା ଦେଶରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ ଜାରି...CISFକୁ ଦିଆଗଲା ହସ୍ପିଟାଲର ସୁରକ୍ଷା ଦାୟିତ୍ବ...ବ୍ୟବସ୍ଥାର ଯାଞ୍ଚ କଲେ ସିଆଇଏସଏଫ୍ ଡିଆଇଜି
- ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ମମତା ମହାନ୍ତ...ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ନେତୃବୃନ୍ଦଙ୍କ ଗହଣରେ କଲେ ପ୍ରାର୍ଥିପତ୍ର ଦାଖଲ
- ସିମବକ୍ସ ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ NIA ଟିମ୍…ସିମବକ୍ସ ମାମଲାରେ ଗିରଫ ରାଜୁ ମଣ୍ଡଳକୁ ଜେରା କରିବ NIA
- ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ, ୩ ଗୁରୁତର...ଭଦ୍ରକ ଆଗରପଡ଼ା ଭଗାରାମରେ ବିଲରେ କାମ କଲାବେଳେ ଜଣେ ମୃତ...ବାଲେଶ୍ୱର ଖଇରା ଥାନା ପଦୁନା ଗାଁର ଆଉ ଜଣେ ବଜ୍ରାଘାତରେ ମୃତ
- କୋଲକାତା ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ଗାଙ୍ଗୁଲି...କହିଲେ ଦୋଷୀକୁ ଏମିତି ଦଣ୍ଡ ଦିଅ, କେହି ମୁହଁ ଖୋଲିବାକୁ ସାହସ କରିବେନି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: