Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମେ ଦେଖାଇବୁ ବାତ୍ୟାର ନିଚ୍ଛକ ଛବି 

Smruti Parija
Browse all articles by Smruti Parija
·1 year ago·2 min read
ଆମେ ଦେଖାଇବୁ ବାତ୍ୟାର ନିଚ୍ଛକ ଛବି 

Key Points

  • ହାଇଆଲର୍ଟ ଇଲାକାରେ ଅର୍ଗସ୍
  • ଆମେ ଦେଖାଇବୁ ବାତ୍ୟାର ନିଚ୍ଛକ ଛବି 
  • ବାତ୍ୟାକୁ ନେଇ ଅତିରଞ୍ଜିତ ଖବର ପରିବେଷଣଠୁ ଆମେ ଦୂରରେ
  • ଆପଣଙ୍କ ପାଖରେ ସଠିକ୍ ବାତ୍ୟା ଖବର ପହଞ୍ଚାଉଛି ଅର୍ଗସ
  • ବାତ୍ୟା ପ୍ରଭାବିତ ଅଞ୍ଚଳରେ ୨୪ ଘଣ୍ଟା ସଜାଗ ଆମ ପ୍ରତିନିଧି

ଅର୍ଗସ ବ୍ୟୁରୋ: ଆସୁଛି ବାତ୍ୟା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ମଧ୍ୟରାତ୍ର ଓ 25 ତାରିଖ ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା । ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ଅର୍ଗସର ଅପିଲ୍ । ଲୋକଙ୍କୁ ସଠିକ ବାତ୍ୟା ଖବର ଦେବାକୁ ଅର୍ଗସ ନ୍ୟୁଜର ବଡ଼ ପ୍ରସ୍ତୁତି । 


ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ 14 ଜିଲ୍ଲାରେ ପ୍ରସ୍ତୁତ ପ୍ରଶାସନ। ବାତ୍ୟାରେ ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାରେ NDRF ସହ ମୁତୟନ ହୋଇଛନ୍ତି ଓଡ୍ରାଫ ଟିମ୍ । ମହଜୁଦ ରଖାଯାଇଛି ଯଥେଷ୍ଟ ପରିମାଣର ରିଲିଫ ସାମଗ୍ରୀ । ଜାରି ହୋଇଛି ହେଲ୍ପ ଲାଇନ ନମ୍ବର । ଖାଦ୍ୟ ଓ ଚିକିତ୍ସା ସେବା ପାଇଁ  ଜାରି ହୋଇଛି 1962 ନମ୍ବର । 


ବାତ୍ୟାରେ ପ୍ରଭାବିତ ହୋଇପାରେ ବାଲେଶ୍ବର ଜିଲ୍ଲା ସମେତ ଭଦ୍ରକ, କେନ୍ଦ୍ରପଡ଼ା, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା ।  ଏହିସବୁ ଜିଲ୍ଲାରେ ଲୋକଙ୍କ ପାଇଁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିବା ସହ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । 


ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାରେ ପର୍ଯ୍ୟାପ୍ତ ମାତ୍ରାରେ ଶୁଖିଲା ଖାଦ୍ୟ, ଔଷଧ, ଗୋ-ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମତ୍ସ୍ୟଜୀବୀଙ୍କୁ ବାତ୍ୟା ନେଇ ସତର୍କ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ 25 ତାରିଖ ପର୍ଯ୍ୟନ୍ତ 14 ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି । ସରକାରୀ ଅଧିକାରୀମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯେଉଁ ଜିଲ୍ଲାରେ ବାତ୍ୟା ପ୍ରଭାବ ରହିବ ସେଠାରେ ଲୋକଙ୍କ ରହିବା ଖାଇବା ବ୍ୟବସ୍ଥା ପାଇଁ ବ୍ଲକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଟ୍ୟାଙ୍କର ମାଧ୍ୟମରେ ତଳୁଆ ଓ ପାଣି ଘେରରେ ଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି । ପଞ୍ଚାୟତ ଓ RD ବିଭାଗ ରାସ୍ତା ମଧ୍ୟ ଚିହ୍ନଟ ହୋଇଛି । କୌଣସି ସ୍ଥାନରେ ଘାଇ ସୃଷ୍ଟି ହେଲେ ତୁରନ୍ତ ବାଲି ବସ୍ତା ଦ୍ୱାରା ଘାଇ ମରାମତି କରାଯିବ । 


ବାତ୍ୟା ପ୍ରଭାବିତଙ୍କୁ ସେବା ଯୋଗାଇବା ପାଇଁ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରସ୍ତୁତ ଅଛନ୍ତି । ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିବାବେଳେ ପୁରୀ, ଧାମରା, ପାରାଦୀପ ବନ୍ଦରରେ ଜାରି ହୋଇଛି ବିପଦ ସଂକେତ ।  ବାତ୍ୟା ପ୍ରଭାବିତ ହେବା ଆଶଙ୍କା ଥିବା ସବୁ ସ୍ଥାନରୁ ସଠିକ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ  ଲୋକଙ୍କ ସହ ଗ୍ରାଉଣ୍ଡ ଜିରୋରେ ଅଛି ଅର୍ଗସ ଟିମ ।

ଓଡ଼ିଶାକୁ ପଶିଲା ଦାନା: ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର

 

Sponsored
know-every-updates-about-cyclone-Dana-in-Argus-news | Argus News