Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅକ୍ଷୟ ତୃତୀୟା; ଜାଣନ୍ତୁ ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ...

Smruti Parija
Browse all articles by Smruti Parija
·1 year ago·2 min read
ଅକ୍ଷୟ ତୃତୀୟା; ଜାଣନ୍ତୁ ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ...

ଆଜି ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଦୁଇ ଦୁଇଟି ଅନନ୍ୟ ପର୍ବ ପାଳନ ହେବ । ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ପର୍ବ ଅନୁଷ୍ଠିତ ହେବା ସହ 21 ଦିନବ୍ୟାପି ନରେନ୍ଦ୍ର ପୁଷ୍କରିଣୀରେ ପ୍ରବଳ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡା କରିବେ ।


ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେଵୀ,ଶ୍ରୀଦେବୀ,ରାମକୃଷ୍ଣ ଓ ପଞ୍ଚ ମହାଦେବ ଯାହାକୁ ବାହାର ଚନ୍ଦନଯାତ୍ରା ବୋଲି କୁହାଯାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୂଡାନ୍ତ ହୋଇଛି ।


ପ୍ରାତଃ ୩ଟାରୁ ଦ୍ୱାରଫିଟା ନୀତି
୪ଟାରେ ମଙ୍ଗଳଆଳତୀ
୪.୩୦ରେ ମଇଲମ ଓ ତଡପଲାଗି
୫.୩୦ରେ ଅବକାଶ
୬.୧୫ରେ ସୂର୍ଯ୍ୟପୂଜା
ସକାଳ ୭ଟାରେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ନୀତି
ସକାଳ ୭.୩୦ରୁ ୯ଟା ମଧ୍ୟରେ ସକାଳଧୂପ
୧୦ଟାରେ ଯାତ୍ରାଙ୍ଗୀ ମହାସ୍ନାନ
ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ମଧ୍ୟାହ୍ନଧୁପ
ଅପରାହ୍ନ ୩ଟାରେ ଦ୍ୱାଦଶଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି
ଅପରାହ୍ନ ୩.୩୦ରେ ବିମାନକୁ ଦିଅଁ ବିଜେ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବା ନୀତି ପରେ ନରେନ୍ଦ୍ର ପୁଷ୍କରିଣୀରେ ଚାପଖେଳି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାତି ୧୦ଟାରେ ଶ୍ରୀମନ୍ଦିରକୁ ବାହୁଡା ବିଜେ ନୀତି ଅନୁଷ୍ଠିତ ହେବ ।


ସେପଟେ ଅକ୍ଷୟ ତୃତୀୟାକୁ ଦୃଷ୍ଟିରେ ରଖି ସୁରକ୍ଷା ଦାୟିତ୍ବରେ ରହିବେ ୫ ପ୍ଲାଟୁନ ଫୋର୍ସ । ଠାକୁରଙ୍କୁ ବିମାନରେ ନେବା ସମୟରେ ସ୍ଵତନ୍ତ୍ର ପୋଲିସ ନିୟୋଜିତ ରହିବେ । କ୍ରାଇମ୍ ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ ରହିବ । ଜଣେ ଅତିରିକ୍ତ ଏସପି,୫ ଜଣ ଡେପୁଟି ଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାହ୍ୟାର,୮ ଜଣ ଇନ୍ସପେକ୍ଟର,୨୦ ଜଣ ସବ୍ ଇନ୍ସପେକ୍ଟର ଅବା ଆସିଷ୍ଟାଣ୍ଟ ସବ୍ ଇନସ୍ପେକ୍ଟର ,୪ ଜଣ ହାବିଲଦାର , ୩୭ ଜଣ କନଷ୍ଟେବଳ ଙ୍କ ସମେତ ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ୫୮ ଜଣ ହୋମଗାର୍ଡ ମୁତୟନ ହେବେ ।


ସେପଟେ ଚନ୍ଦନ ଚକଡା ଓ ତାର ଚତୁଃପାର୍ଶ୍ଵରେରେ ବାଣ ଫୁଟାଇବା ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଏସପି । ପ୍ରଥମଥର ପାଇଁ ନରେନ୍ଦ୍ରକୋଣ ଠାରେ ପୁରୀ ପୋଲିସ ତରଫରୁ ଏକ ଫିଡ଼ବ୍ୟାକ ସେଣ୍ଟର ରହିବ । ଏଥିରେ ସମସ୍ତ ଅଭିଯୋଗ ଗ୍ରହଣ କରାଯିବା ସହ ନିଜର ଯାତ୍ରା ଅନୁଭୂତି ଦେଇପାରିବେ ଭକ୍ତ ଶ୍ରଦ୍ଧାଳୁ ।

Sponsored
know-rituals-of-lord-jagannatha-puri-temple | Argus News