Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପବିତ୍ର ଗୁରୁପୂର୍ଣ୍ଣିମା

Smruti Parija
Browse all articles by Smruti Parija
·1 year ago·2 min read
ଆଜି ପବିତ୍ର ଗୁରୁପୂର୍ଣ୍ଣିମା

Key Points

ଆଜି ହେଉଛି ପବିତ୍ର ଗୁରୁପୂର୍ଣ୍ଣିମା

କେମିତି କରିବେ ଗୁରୁପୂର୍ଣ୍ଣିମାର ପୂଜାର୍ଚ୍ଚନା

ଗୁରୁମାନଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ

ଆଜି ହେଉଛି ପବିତ୍ର ଗୁରୁପୂର୍ଣ୍ଣିମା । ଆଷାଢ ମାସର ଶୁକ୍ଳ ପକ୍ଷରେ ପଡ଼ୁଥିବା ପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଜୀବନରେ ଜ୍ଞାନ, ସୁଖ, ସମୃଦ୍ଧି ଗୁରୁଙ୍କ କୃପାରୁ ହିଁ ମିଳିଥାଏ । ଏହି ଦିନ ଗୁରୁଙ୍କ ବନ୍ଦନା କରିବା ସହ ଅଭିବାଦନ କରାଯାଇଥାଏ । ଶାସ୍ତ୍ରରେ ଗୁରୁମାନଙ୍କୁ ଈଶ୍ୱର ସହ ତୁଳନା କରାଯାଉଥିବାରୁ ଏହି ଦିନରେ ଗୁରୁମାନଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି ।


ଖାଲି ସେତିକି ନୁହେଁ ଆଜିର ଦିନରେ ମହର୍ଷି ବେଦବ୍ୟାସଙ୍କୁ ସମର୍ପିତ ହେବା ସହ ଏହି ଦିନ ଦେବଗୁରୁ ବୃହଷ୍ପତ୍ତିଙ୍କ ପୂଜା ମଧ୍ୟ କରାଯାଇଥାଏ ।


କେମିତି କରିବେ ଗୁରୁପୂର୍ଣ୍ଣିମାର ପୂଜାର୍ଚ୍ଚନା:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁପୂର୍ଣ୍ଣିମା ଦିନ ଗୁରୁଙ୍କୁ ଏକ ଉଚ୍ଚ ଆସନରେ ବସାଇ ତାଙ୍କ ପାଦ ଧୋଇବାକୁ ପଡ଼ିଥାଏ । ପରେ ତାଙ୍କ ଚରଣରେ ଧଳା ବା ହଳଦିଆ ପୁଷ୍ପକୁ ଅର୍ପଣ କରିବା ସହ ଏହି ରଙ୍ଗର ବସ୍ତ୍ର ମଧ୍ୟ ଦାନ କରାଯାଏ । ଫଳ, ମିଠା ଓ ଦକ୍ଷିଣା ଦେଇ ଗୁରୁଙ୍କୁ ପ୍ରଣାମ କରିବା ସହ ଗୁରୁବନ୍ଦନା କରାଯାଏ । ଜୀବନରେ କେମିତି ସତମାର୍ଗରେ ଯିବେ ଏନେଇ ଗୁରୁଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଆଯାଏ।


ଗୁରୁ ପୂର୍ଣ୍ଣିମାରେ କେଉଁ ୫ଟି ଭୁଲ୍ ନକରିବା ଉଚିତ ପଢନ୍ତୁ...


୧.ଶାସ୍ତ୍ର ଅନୁସାରେ ଗୁରୁଙ୍କ ଆସନରେ ଶିଷ୍ୟ କେବେ ବସିବା କଥା ନୁହେଁ । ଗୁରୁଙ୍କ ଆସନରେ ବସିବା ଦ୍ୱାରା ଗୁରୁଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ହେବ ।
୨.ଗୁରୁଙ୍କ ସାମ୍ନାରେ କୌଣସି ବସ୍ତୁର ସାହାରା ନେଇ ଛିଡ଼ା ନହେବା ସହ ଗୁରୁଙ୍କ ମୁହଁ ଆଡ଼କୁ ଗୋଡ଼ କରିବା ଉଚିତ ନୁହେଁ ।
୩.ଗୁରୁଙ୍କ ସାମ୍ନାରେ କୌଣସି ପ୍ରକାର ଅପଶବ୍ଦ ପ୍ରୟୋଗ ନକରିବା ଉଚିତ କାରଣ ଏହା ଦ୍ୱାରା ଗୁରୁଙ୍କ ମନକୁ ଆଘାତ ଲାଗିଥାଏ।
୪.ଗୁରୁଙ୍କ ସାମ୍ନାରେ ଭୁଲରେ ମଧ୍ୟ ନିଜ ଧନ ସମ୍ପର୍ତ୍ତିକୁ ନେଇ ଗର୍ବ ନକରିବା ଉଚିତ । ଯଦି ଅନ୍ୟ କୌଣସି ବ୍ୟକ୍ତି ଏପରି କରୁଥାଏ ତେବେ ଏଳି ଭୁଲ କାର୍ଯ୍ୟ ନକରିବା ପାଇଁ ବିରୋଧ କରିବା କଥା ।
୫.ଶେଷରେ ଗୁରୁଙ୍କ ନିନ୍ଦା ଅନ୍ୟ କାହା ପାଖରେ କରିବା ପାପ କରିବା ସହ ସମାନ ହୋଇଥାଏ ।

Sponsored
know-significance-of-guru-purnima | Argus News