Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେଶ ଦୁନିଆର ୧୦ ବଡ଼ ଅପଟେଡ୍‌ ନ୍ୟୁଜକୁ ଜାଣି ନିଅନ୍ତୁ

Ritu Das
Browse all articles by Ritu Das
·1 year ago·2 min read
ଦେଶ ଦୁନିଆର ୧୦ ବଡ଼ ଅପଟେଡ୍‌ ନ୍ୟୁଜକୁ ଜାଣି ନିଅନ୍ତୁ

Key Points

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ

୨୮ ଦିନରେ ଚଳଚଞ୍ଚଳ ରଥଖଳା

ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ ସଜା

ଚିନ୍ତା ବଢାଉଛି କୋଭିଡ୍

୧- ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ….. ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଯୋଗୁଁ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ୍…..ଜ୍ୟେଷ୍ଠ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ହେବ `ବନକଲାଗି' ନୀତି ....ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଦର୍ଶନ ବନ୍ଦ୍‌ ରହିବ….....
୨- ୨୮ ଦିନରେ ଚଳଚଞ୍ଚଳ ରଥଖଳା... ଚାଲିଛି ତିନି ରଥର ଚାରି ନାହାକା, ପୋଲ ଗୟଳ, ଗରଗରା କାମ... ସରିଛି ୩୯ ଚକ... ଆଉ ୩ଟି ଚକ ହେବ ପ୍ରସ୍ତୁତ... ଶୀତଳ ଷଷ୍ଠୀ ସୁଦ୍ଧା ଶେଷ ହେବ ଅଖ ଚକ ସଂଯୋଗ କାମ...
୩- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଦୀର୍ଘ ୭ବର୍ଷ ପରେ ଆସିଲା ରାୟ: ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ ସଜା ସହ ୫୦ ହଜାର ଜରିମାନା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ
୪- ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଏନଏଚ୍ ୧୮ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା... ଟ୍ରାକ୍ଟରକୁ ଧକ୍କା ଦେଇ ଚମ୍ପଟ ମାରିଲା ଟ୍ରକ୍... ୨ମୃତ, ୩ ଗୁରୁତର... ସେପଟେ ରାୟଗଡ଼ାକେ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍... ଦୁଇ ମୃତ..
୫- ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ଓ ଜଗଜ୍ଜନନୀ ମା ପାର୍ବତୀଙ୍କର ପତରପେଣ୍ଡି ସମ୍ପନ୍ନ ... ଭବ୍ୟ ପଟୁଆରରେ ଘଣ୍ଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର ...ବରପକ୍ଷଙ୍କୁ କନ୍ୟା ଘର ତରଫରୁ ଭବ୍ୟ ସ୍ୱାଗ ... ଆଜି ଦେବ ନିମନ୍ତ୍ରଣ...
୬- ଚିନ୍ତା ବଢାଉଛି କୋଭିଡ୍ ... ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ... ତୀବ୍ର ହେଉଛି ଭାରିଆଣ୍ଟ NB 1.8.1 ସଂକ୍ରମଣ....ଗତ ସପ୍ତାହେ ମଧ୍ୟରେ ଦେଶରେ ୭୫୨ଟି ନୂଆ ମାମଲା....କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ......ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
୭- ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଦିନ 12ଟାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଭିଡିଓ କନଫରେନ୍ସିଂରେ ପ୍ରତି ରାଜ୍ୟର ସ୍ବାସ୍ଥ୍ୟ ସଚିବ ଏବଂ ଅଧିକାରୀ ସାମିଲ ହେବେ ।
୮- ଷ୍ଟେଜ ୨ ଯକୃତ କର୍କଟ ସହିତ ଲଢୁଛନ୍ତି ଦୀପିକା କକ୍କର, ପୁଅକୁ ନେଇ ଭାବବିହ୍ବଳ ପୋଷ୍ଟ କରିଛନ୍ତି ସେପଟେ ଡାକ୍ତରମାନେ କହିଛନ୍ତି ଯେ ଏହା ସମୟ ମଧ୍ୟରେ ଚିହ୍ନଟ ହୋଇଥିବାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ
୯- କ୍ବାଲିଫାୟର-୧ରେ ପଞ୍ଜାବ VS ବେଙ୍ଗାଲୁରୁ: ରିଷଭ ପନ୍ତଙ୍କ ପରାକ୍ରମୀ ଶତକକୁ ଫିକା କରିଛନ୍ତି ଜିତେଶ ଶର୍ମା ଓ ମୟଙ୍କ ଅଗ୍ରୱାଲ.....ଗତକାଲି ଏକାନାରେ ହୃଦୟ ଜିତିଲା ଆରସିବି....ସେପଟେ ବିରାଟ କୋହଲିଙ୍କ ଖୁସି ଦେଖି ଚଳିତ ଆଇପିଏଲ ଟ୍ରଫି ଆଶାରେ RCB ଫ୍ୟାନ୍ସ
୧୦- ବଙ୍ଗୋପସାଗରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନଟ ଲଘୁଚାପ... ୨୪ ଘଣ୍ଟାରେ ଉତ୍ତର ଆଡକୁ ଗତି କରି ଅବପାତରେ ହେବ ପରିଣତ... ପ୍ରଭାବରେ ୩୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା... ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ... ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ... ସେପଟେ ୨ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
know-the-10-biggest-updated-news-stories-from-around-the-world | Argus News