ଚୁଟକିରେ ଆଜିର ୧୦ ତାଜା ଖବର ପଢ଼ିନିଅନ୍ତୁ

୧- ପହଲଗାମ୍ ହମ୍ଲା ପରେ ବଡ଼ ଦମନ ଅପରେସନ୍... ଆଉ ୩ ଆତଙ୍କୀଙ୍କ ଘର ଧୂଳିସାତ୍ କଲେ ସୁରକ୍ଷାକର୍ମୀ... ପୁଲୱାମା, ସୋପିଆନ୍ ଓ କୁଲଗାମ୍ରେ ଆତଙ୍କବାଦୀଙ୍କ ଘର ଧ୍ଵସ୍ତ...ଗତକାଲି ୨ ଆତଙ୍କୀଙ୍କ ଘର ମିଶିଥିଲା ମାଟିରେ...
୨- ପହଲଗାମ୍ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ବିଜେଡି ସାଂସଦଙ୍କ ଉପହାସ... ଧର୍ମ ପଚାରି ଆତଙ୍କବାଦୀ ଗୁଳି ମାରିବାକୁ ମନଗଢା କାହାଣୀ କହିଲେ ସୁଲତା ଦେଓ... ସମ୍ବେଦନଶୀଳ ଘଟଣାରେ ଏଭଳି ବୟାନ୍ ରଖି ଘା'ରେ ଚୂନ ଦେଇଛନ୍ତି ସୁଲତା...
୩- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ପାକିସ୍ତାନ ଏବେ ନୂତନ ଯୋଜନା ପାଇଁ ପ୍ରସ୍ତୁତି କରୁଛି। ଜମ୍ମୁ କଶ୍ମୀରରେ ପୁଣି ଆକ୍ରମଣ ଷଡ଼ଯନ୍ତ୍ର ଯୋଜନା କରୁଛନ୍ତି ଆତଙ୍କୀ। ଏନେଇ ଗୁଇନ୍ଦା ସୂଚନା ପରେ ଆଲର୍ଟରେ ଜମ୍ମୁ କଶ୍ମୀର। କଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀ ଟାର୍ଗେଟ କରିବାକୁ ଯୋଜନା କରିଛନ୍ତି।
୪- ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ... କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ୧୫ ଶହ ବର୍ଷ ଧରି ଲାଗି ରହିଛି ବିବାଦ... ମୁଁ ନିଶ୍ଚିତ ଯେ କୌଣସି ନା କୌଣସି ଉପାୟରେ ସମାଧାନ କରିବେ ଦୁଇ ଦେଶ...
୫- ପୁଣି LOCରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ... ପାକ୍ ସେନା ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ଼ ପରେ ଜବାବ୍ ଦେଉଛି ଭାରତୀୟ ସେନା... ସାରାରାତି LOCର ବିଭିନ୍ନ ସ୍ଥାନରେ ଫାୟାରିଂ...କୌଣସି କ୍ଷୟକ୍ଷତି ନେଇ ନାହିଁ ସୂଚନା...
୬- ଏପ୍ରିଲ ୨୯ଯାଏଁ ମେଡିକାଲ ଭିସାର ବୈଧତା...ପାକିସ୍ତାନୀ ନାଗରିକଙ୍କୁ ଦିଆଯାଉଥିବା ସମସ୍ତ ଭିସା ବାତିଲ... କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ...ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ...
୭- ଆଜି ପୋପ୍ ଫ୍ରାନ୍ସିସଙ୍କ ଶେଷକୃତ୍ୟ...ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇବାକୁ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ସେଣ୍ଟ ପିଟର୍ସ ସ୍କୋୟାରରେ ସାମୂହିକ ଅନ୍ତିମ ସଂସ୍କାରରେ ସାମିଲ ହେବେ ସାମିଲ୍ ...ଏପ୍ରିଲ ୨୧ରେ ୮୮ ବର୍ଷ ବୟସରେ ଆଖି ବୁଜିଥିଲେ ପୋପ ...
୮- ଅନଲାଇନ୍ କ୍ରିକେଟ୍ ଗେମରୁ ଗରିବ ଘର ପିଲା ଆଜି କୋଟିପତି... ଖୋର୍ଦ୍ଧା ଜଟଣୀର ସୌମ୍ୟରଞ୍ଜନ ବେହେରା ଜିତିଲେ ୩ କୋଟି ଟଙ୍କା ସହ ଥର୍ ଗାଡ଼ି...ପରିବାର ସହ ଗାଁରେ ଖୁସିର ଲହରୀ...
୯- ଭାରତରେ ରିଲିଜ୍ ହେବନି ପାକ୍ ଅଭିନେତା ଫୱାଦଙ୍କ ଫିଲ୍ମ ‘ଅବୀର ଗୁଲାଲ୍’, ରୋକ୍ ଲଗାଇଲେ କେନ୍ଦ୍ର ସରକାର
୧୦- ଚିଦାମ୍ବରମ୍ ଷ୍ଟାଡିୟମରେ ପୁଣି ଥରେ ମାତ୍ ଖାଇଲା ଚେନ୍ନାଇ ସୁପର କିଙ୍ଗସ....ସନ୍ ରାଇଜର୍ସ ହାଇଦ୍ରାବାଦ ଠାରୁ ୫ ଓ୍ବିକେଟରେ ପରାସ୍ତ ହୋଇଛି ଦଳ.....ଏସଆରଏଚ୍ ୧୫୫ ରନ୍ର ଟାର୍ଗେଟକୁ ସହଜରେ ଜିତି ନେଇଛି.....ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇକୁ ଚେନ୍ନାଇରେ ହରାଇଛି ହାଇଦ୍ରାବାଦ

