|
logo
Live
Argus News App
GET APP

Argus News - ଉପଭୋକ୍ତାଙ୍କ ସୁବିଧା ପାଇଁ ହ୍ୱାଟ୍ସଆପ୍‌ ଆଣିଛି ନୂଆ ଜବରଦସ୍ତ ଫିଚର୍‌ ଜାଣନ୍ତୁ...

Odisha

ଉପଭୋକ୍ତାଙ୍କ ସୁବିଧା ପାଇଁ ହ୍ୱାଟ୍ସଆପ୍‌ ଆଣିଛି ନୂଆ ଜବରଦସ୍ତ ଫିଚର୍‌ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଉପଭୋକ୍ତାଙ୍କ ସୁବିଧା ପାଇଁ ହ୍ୱାଟ୍ସଆପ୍‌ ଆଣିଛି ନୂଆ ଜବରଦସ୍ତ ଫିଚର୍‌ ଜାଣନ୍ତୁ...

ଅର୍ଗସ ବ୍ୟୁରୋ: ଦୁନିଆର ସବୁଠାରୁ ଲୋକପ୍ରିୟ ତୁରନ୍ତ ମେସେଜିଙ୍ଗ୍‌ ପ୍ଲାଟ୍‌ଫର୍ମରୁ ଗୋଟିଏ ହେଉଛି ହ୍ୱାଟ୍ସଆପ୍‌ । ଉପଭୋକ୍ତାଙ୍କୁ ସୁବିଧା ଓ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍‌ ଦିନକୁ ଦିନ ନୂଆ ନୂଆ ଫିଚର୍‌ ଆଣୁଛି । ଉପଭୋକ୍ତାଙ୍କୁ ସୁବିଧା ପ୍ରଦାନ ପାଇଁ ହ୍ୱାଟ୍ସଆପ୍‌ ଆଣିଛି ଏକ ନୂଆ ଜବରଦସ୍ତ ଫିଚର୍‌ ।


ହ୍ୱାଟ୍ସଆପ୍ ଖୁବ ଶୀଘ୍ର ତାର ୟୁଜର୍ସଙ୍କ ପାଇଁ ଆଉ ଏକ ନୂଆ ଫିଚର୍ସ ଆଣିବାକୁ ଯାଉଛି । ମେଟାର ଇନଷ୍ଟାଣ୍ଟ ମେସେଜିଂ ଆପ୍ ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରନ୍ତି । ଭାରତରେ ଏହାର ୫୦ କୋଟିରୁ ଅଧିକ ଆକ୍ଟିଭ୍ ୟୁଜର୍ସ ଅଛନ୍ତି । ଏହି ଆପ୍ ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ ବହୁଳ ଭାବରେ ବ୍ୟବହୃତ ହୁଏ । ହ୍ୱାଟ୍ସଆପ୍ ବର୍ତ୍ତମାନ ଏହାର ୟୁଜର୍ସମାନଙ୍କ ପାଇଁ ମଲ୍ଟିପଲ୍ ଆକାଉଣ୍ଟ ଫିଚର୍ସ ଟେଷ୍ଟିଙ୍ଗ କରୁଛି । ଯେଉଁଥିରେ ୟୁଜର୍ସମାନେ ଗୋଟିଏ ଆପରେ ଏକାସାଙ୍ଗରେ ଏକାଧିକ ହ୍ୱାଟ୍ସଆପ୍ ଆକାଉଣ୍ଟ ଚଲାଇପାରିବେ ।


ବର୍ତ୍ତମାନ କମ୍ପାନୀ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି । ହ୍ୱାଟ୍ସଆପ୍ ବ୍ଲଗ୍ ଅନୁଯାୟୀ, ଏହି ଏକାଧିକ ଆକାଉଣ୍ଟ୍ ଫିଚର୍ସ ବର୍ତ୍ତମାନ ଆଇଫୋନ୍ ୟୁଜର୍ସଙ୍କ ପାଇଁ ରୋଲଆଉଟ୍ କରାଯାଇଛି । ଅନେକ ଏଭଳି ୟୁଜର୍ସ ଅଛନ୍ତି ଯେଉଁମାନେ ଗୋଟିଏ ଫୋନରେ ଦୁଇଟି ସିମ୍ ବ୍ୟବହାର କରନ୍ତି ଏବଂ ସେହି ନମ୍ବରରେ ହ୍ୱାଟ୍ସଆପ୍ ମଧ୍ୟ ବ୍ୟବହାର କରନ୍ତି । ଆପଣମାନେ ତ ଜାଣିଥିବେ ଦୁଇଟି ସ୍ମାର୍ଟଫୋନରେ ଦୁଇଟି ହ୍ୱାଟ୍ସଆପ୍ ଇନଷ୍ଟଲ୍ ହୋଇପାରିବ ନାହିଁ ।


ଏଭଳି ପରିସ୍ଥିତିରେ ୟୁଜରମାନଙ୍କୁ ହ୍ୱାଟ୍ସଆପ୍ ବ୍ୟବହାର କରିବାକୁ ଏକ ସେକେଣ୍ଡାରୀ ଫୋନ୍ ରଖିବାକୁ ପଡିଥାଏ । ହ୍ୱାଟ୍ସଆପର ଏହି ମଲ୍ଟି ଆକାଉଣ୍ଟ୍ ଫିଚର୍ସ iOS 25.2.10.70 ଭର୍ସନ ସହିତ ଅଣାଯାଇଛି । ଖୁବ୍ ଶୀଘ୍ର, ଏହି ଫିଚର୍ସ ଆଇଫୋନ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । WABetaInfo ଅନୁଯାୟୀ, ଏହି ଫିଚର୍ସ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ବିଟା ଟେଷ୍ଟିଂ କରାଯିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପରେ ଏହାର ଷ୍ଟେବଲ୍ ଭର୍ସନ ରୋଲଆଉଟ୍ କରାଯିବ । ରିପୋର୍ଟ ଅନୁଯାୟୀ, ୟୁଜର୍ସଙ୍କ ଉଭୟ ହ୍ୱାଟ୍ସଆପ୍ ଆକାଉଣ୍ଟର ଚାଟ୍ ବ୍ୟାକଅପ୍, ସେଟିଂସ୍ ଏବଂ ଚାଟ୍ ଭିନ୍ନ ହେବ ଯାହା ଦ୍ୱାରା ୟୁଜର୍ସମାନେ କୌଣସି ପ୍ରକାର କନଫ୍ୟୁଜନର ସମ୍ମୁଖୀନ ହେବେ ନାହିଁ । ୟୁଜର୍ସମାନେ ଆପରେ ଥିବା ଦୁଇଟି ଆକାଉଣ୍ଟ ମଧ୍ୟରେ ସୁଇଚ୍ କରି ମେସେଜ ଚେକ୍ କରି ରିପ୍ଲାଏ ଦେଇପାରିବେ ।


ଏଭଳି କରନ୍ତୁ ବ୍ୟବହାର

-ଆଇଫୋନ୍ ୟୁଜର୍ସମାନେ ପ୍ରଥମେ ସେମାନଙ୍କର ଆପକୁ ଲାଟେଷ୍ଟ ଭର୍ସନରେ ଅପଡେଟ୍ କରିବା ଜରୁରୀ ।

-ଏହା ପରେ, ୟୁଜରମାନଙ୍କୁ ଆପ୍ ସେଟିଂସର ଆକାଉଣ୍ଟ୍ ସେକ୍ସନକୁ ଯିବାକୁ ପଡିବ ।

-ଏଠାରେ ସେମାନେ ଏକ ଆକାଉଣ୍ଟ୍ ଯୋଡିବାର ଅପ୍ସନ ପାଇବେ । ୟୁଜରମାନେ ପ୍ରାଇଭେସି ପଲିସି ଇତ୍ୟାଦି ଗ୍ରହଣ କରି ତାପରେ ଅନ୍ୟ ଏକ ଆକାଉଣ୍ଟ ଯୋଡିପାରିବେ  ।

-ଏହା ପରେ ୟୁଜର୍ସଙ୍କୁ ତାଙ୍କ ଫୋନ୍ ନମ୍ବର ଇତ୍ୟାଦି ଭ୍ୟାରିଫାଏ କରିବାକୁ ପଡିବ ।

-ତା’ପରେ ଆପଣ ସମାନ ଆପରେ ସେକେଣ୍ଡାରୀ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ।

Sponsored
ଉପଭୋକ୍ତାଙ୍କ ସୁବିଧା ପାଇଁ ହ୍ୱାଟ୍ସଆପ୍‌ ଆଣିଛି ନୂଆ ଜବରଦସ୍ତ ଫିଚର୍‌ ଜାଣନ୍ତୁ... | Argus News