ଅଲୌକିକ ମା' ସିଦ୍ଧକାଳୀ ମନ୍ଦିର

କେନ୍ଦୁଝର: ଅଲୌକିକ ମା' ସିଦ୍ଧକାଳୀ ମନ୍ଦିର । ସେ ସର୍ବବ୍ୟାପୀ । ଯେତେବେଳେ ଡାକ ଯେଉଁଠି ଡାକ ସେ ଓ କରନ୍ତି । ମା'ଙ୍କ ଦର୍ଶନ ପାଇଁ ଏଠି ନିଇତି ଲୋକଙ୍କ ଭିଡ ଜମେ । କେନ୍ଦୁଝର ପୁରୁଣାସହର ସିଦ୍ଧମଠରେ ରହିଛି ଏହି ଅଲୌକିକ ମା' ସିଦ୍ଧକାଳୀଙ୍କର ମନ୍ଦିର । ଏଠାରେ ଶିକୁଳୀରେ ବନ୍ଧା ହୋଇଛନ୍ତି ମା' ସିଦ୍ଧକାଳୀ । ୮ଶହ ବର୍ଷର ପୁରୁଣା ମନ୍ଦିରରେ ମା' ସିଦ୍ଧକାଳୀ ପୂଜା ପାଇ ଆସୁଛନ୍ତି । କିମ୍ବଦନ୍ତୀ ଅନୁଯାୟୀ, ଜଣେ ସିଦ୍ଧବାବା ଏଠାରେ ସିଦ୍ଧକାଳୀ, ସିଦ୍ଧ ଜଗନ୍ନାଥ ଓ ସିଦ୍ଧ ହନୁମାନଙ୍କର ମନ୍ଦିର ସ୍ଥାପନ କରିଥିଲେ । ଉଗ୍ର ସ୍ବଭାବ ଯୋଗୁଁ ସିଦ୍ଧକାଳୀଙ୍କୁ ଶିକୁଳୀରେ ବନ୍ଧାଯାଇଥିବା ବିଶ୍ବାସ କରାଯାଏ । ଅତ୍ୟନ୍ତ ପ୍ରତ୍ୟକ୍ଷ ଦେବୀ ସିଦ୍ଧକାଳୀ ଭକ୍ତର ମନୋବାଞ୍ଛା ପୂରଣ କରିନ୍ତି ବୋଲି ବିଶ୍ବାସ ରହିଛି ।
ଏଠାରେ ମାଙ୍କର ପ୍ରତ୍ୟେକ ଦିନ ଯଥାରୀତି ପୂଜାର୍ଚ୍ଚନା କରାଯାଏ । କାଳୀପୂଜା ଅବସରରେ ସକାଳୁ ଅବକାଶ, ଷୋଡଶ ଉପଚାର ପୂଜା, ଚଣ୍ଡୀପାଠ ସହ, ଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ । ଏହାପରେ, ମା ସିଦ୍ଧକାଳୀଙ୍କ ନିକଟରେ ଅନ୍ନପ୍ରସାଦ ଭୋଗ ଲାଗି ହୋଇଥାଏ । କାଳୀପୂଜା ଅବସରରେ ଦୂରଦୂରାନ୍ତରୁ ଭକ୍ତମାନେ ସିଦ୍ଧକାଳୀ ପୀଠକୁ ଆସି ପୂଜାର୍ଚ୍ଚନା କରି ମା'ଙ୍କର ଆଶିଷ ଲାଭ କରିଥାନ୍ତି ।
📱 Get Argus News App
✨