Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏହି ରାଶି ପାଇଁ ଆଜିର ଦିନଟି ବହୁତ ଶୁଭ...

Odisha

ଏହି ରାଶି ପାଇଁ ଆଜିର ଦିନଟି ବହୁତ ଶୁଭ...

Smruti Parija
Browse all articles by Smruti Parija
·1 year ago·3 min read
ଏହି ରାଶି ପାଇଁ ଆଜିର ଦିନଟି ବହୁତ ଶୁଭ...

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... 

ମେଷ-

ଶରିରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । ବ୍ୟବସାୟୀ ନିଜର ଜରୁରୀ କାଗଜ ପତ୍ର ସମ୍ଭାଳି ରଖନ୍ତୁ । କର୍ମକ୍ଷେତ୍ରରେ ଅହେତୁକ ବାଧା ବିଘ୍ନ ଦେଇ ଗତିକରିବେ । ସାମୟିକ ଭାବରେ ସଯ୍ୟାସାୟି ହୋଇ ପାରନ୍ତି । ସାଂସାରିକ କ୍ଷେତ୍ରରେ ଭୁଲ ବୁଝାବଣା ଦେଖାଦେବ    
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ମହାମୃତ୍ୟୁଞୟ ମନ୍ତ୍ର  ପାଠ କରନ୍ତୁ 

ବୃଷ-

କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ । କୈାଣସି ବଡ ସୁବିଧା ମିଳିବା  ଯୋଗୁଁ ଧନ ଲାଭ ହେବ । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ । ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇବେ । ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ ।  ଜିବିକା ଅର୍ଜନରେ ସଫଳତା ଲାଭ  ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର- ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ-

ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ । ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ମହିଳା ମାନେ ସବୁ କାର‌୍ୟ୍ୟକୁ ସମ୍ଭାଳୀ ନେବେ ।ଭୂ-ସମ୍ପତିକୁ ନେଇ ବିବାଦ ଦେଖାଦେବ । ଅଫିସ୍ରେ ଆପଣଙ୍କ କାମ ଦେଖି କର୍ତୁପକ୍ଷ ଖୁସି ହେବେ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର- ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ

କର୍କଟ-

ବ୍ୟବସାୟରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ପାରିବାରକ ସ୍ଥିତି ସୁଧୁରି ଯାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କ ସହସ୍ର ନାମ ପାଠ କରନ୍ତୁ

ସିଂହ-

ପାରିବାରିକ କ୍ଷେତ୍ରରେ ବୁଝାବଣା ଠିକ୍ ରହିବ । ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ । ରାଜନୈତିକ କ୍ଷେତ୍ରରେ ଉଚ୍ଚ ପ୍ରଂଶସିତ ହେବେ । ଜାଗା, ଜମି, ବାହନ ଆଦି କ୍ରୟ କରି ପାରିବେ । ଦୂର ଯାତ୍ରାର ସୁଯୋଗ ପାଇ ପାରନ୍ତି । ରାଜନିତିରେ ଉନ୍ନତି ହୋଇପାରେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କନ୍ୟା-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାରିବାରିକ ଜୀବନ ଦୁଃଖ-ସୁଖ ଲାଗି ରହିବ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି ।ଦୂର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର-ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ତୁଳା-

କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ ।  ସଭା ସମିତି ପ୍ରଭୁତିରୁ ଆଶ୍ଵସ୍ଥି ଲାଭ କରିବେ କ୍ଷ କୈାଣସି  କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ । ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିବ । ଚାକିରି କ୍ଷେତ୍ରରେ ନିଜର ତୀକ୍ଷ୍ମ ବୁଦ୍ଧିମତାର ପରିଚୟ ଦେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର-ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ

ବିଛା-

ଘରୋଇ ଜୀବନ ସୁଖ, ଶାନ୍ତିମୟ ହେବ । କାର‌୍ୟ୍ୟରେ ନୂଆ ଉପାୟ ପ୍ରୟୋଗ କରିବାକୁ ଚେଷ୍ଟା କରିବେ । ମାନସିକ ଦୁଶ୍ଚିନ୍ତା ଟିକେ କମ୍ ରହିବ ।  ପେସାଦାର ବ୍ୟବସାୟୀ ମାନଙ୍କ ଠାରୁ ସାବଧାନ୍ ରୁହନ୍ତୁ । ଛାତ୍ରଛାତ୍ରିମାନେ ପରୀକ୍ଷାରେ ଉତମ ଫଳ ପ୍ରଦର୍ଶନ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର-ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ

ଧନୁ-

ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ  ଦିଅନ୍ତୁ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର-

ଅଧିକ ଆତ୍ମବିଶ୍ୱାସ ହାନିକାରକ ହୋଇପାରେ । ଯେତେ ଭଲ କାମ କରିଲେ ଅନ୍ୟ ମାନେ ଦୋଷ ଖୋଜିବୁଲିବେ କ୍ଷସବୁକାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ କରିବେ । କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ । ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିପାରେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର-ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ-

ଆଖ ପାଖ ଗତିବିଧି ଉପରେ ନଜର ରଖନ୍ତୁ । ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ କ୍ଷ କୋର୍ଟ କଚେରୀରେ ଶୁଭ ଫଳ ମିଳିବ । ସନ୍ତାନ ଆପଣଙ୍କୁ କୈାଣସି ଭଲ ଖବର ଶୁଣାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ- 

କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବା କାରଣରୁ ଟେନସନ୍ କମିଯିବ। ମନର ଅସ୍ଥିରତା ହେତୁ ଆପଣଙ୍କ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ।  ପରିବାରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମରେ ସାମାନ୍ୟ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କଦଳି ଗଛକୁ ଜଳ ପ୍ରଦାନ କରନ୍ତୁ

Sponsored
know-todays-horoscope | Argus News