Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୁଧବାରରେ ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ...

Odisha

ବୁଧବାରରେ ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ...

Smruti Parija
Browse all articles by Smruti Parija
·1 year ago·4 min read
ବୁଧବାରରେ ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ...

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... 

ମେଷ-

ଆଜି ଅର୍ଥଲାଭ ସାଙ୍ଗକୁ ବନ୍ଧୁମାନଙ୍କ ମତାନ୍ତର ଜନିତ କଳହର ମଧ୍ୟ ସୂଚନା ରହିଛି। ଅବଶ୍ୟ ଆନୁଷ୍ଠାନିକ କାର‌୍ୟ୍ୟ, ପ୍ରତ୍ୟୁଷ ଯାତ୍ରାଦିରେ ସଫଳତା ହାସଲ କରିବେ।କେତେକ ଆକସ୍ମିକ କାରଣରୁ ନିର୍ମାଣାଧୀନ କାର‌୍ୟ୍ୟ ସ୍ଥଗିତ ରହିପାରେ। ପ୍ରକାଶନ, ପ୍ରଶାସନ, କଳା, ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ମଙ୍ଗଳବାର ଦିନ ନିଜର ସ୍ନାନ ଜଳରେ କିଛି ହେଙ୍ଗୁ ମିଶାଇ ସ୍ନାନ କରନ୍ତୁ 

ବୃଷ-

ଉନ୍ନତ ଚିନ୍ତାକୁ ବାସ୍ତବତାରେ ପରିଣତ କରିବାର ଯୋଜନାରେ ସଫଳତା ହାସଲ କରିବେ। ଆଜିର ନୂତନ କର୍ମାରମ୍ଭ, ଧାର୍ମିକ କାର‌୍ୟ୍ୟ ତଥା ମନୋରଞ୍ଜନ ପ୍ରୀତିପ୍ରଦ ହେବ।ବିନା କାରଣରେ କାହା ସାଙ୍ଗରେ ଶତ୍ରୁତା କରିବା ଠିକ୍ ହେବନାହିଁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର- କୈାଣସି ଶୁକ୍ଲବର୍ଣ୍ଣ ଗାଇକୁ ଖାଇବାକୁ ଦିଅନ୍ତୁ 

ମିଥୁନ-

ଯାହାକୁ ଅତି ନିଜର ମନେ କରୁଥିବେ ସିଏହିଁ ମୁହଁ ପଛରେ ସମାଲୋଚନା କରିବ। ଅର୍ଥ ଓ ସମ୍ମାନ ପାଇବେ, ସହକର୍ମୀଙ୍କ ସହାନୁଭୂତି ଯୋଗୁ କର୍ମ ମୁଖର ହେବେ ଓ କାମ ମଧ୍ୟ ଅଟକିବ ନାହିଁ। ମୃଗଶିରା ନିଜ ବ୍ୟବହାର‌୍ୟ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହେବେ। କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
ଶୁଭ ସଂଖ୍ୟା- ୫ ଶୁଭ ରଙ୍ଗ- ସବୁଜ ଏବଂ
ପ୍ରତିକାର- ବୁଧବାର ଦିନ ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

କର୍କଟ-

ସ୍ବାସ୍ଥ୍ୟ ଚିନ୍ତା, ବୃଥା ସନ୍ଦେହ, ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେବାରେ ମନକୁ ନିୟୋଜିତ କରିବେ। ପର‌୍ୟ୍ୟାପ୍ତ ଖର୍ଚ୍ଚକୁ ରୋକିବା ଦିଗରେ ଅସମର୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତର, ବ୍ୟବସାୟରେ କ୍ଷତି, ବୃଥାଭ୍ରମଣ ଦ୍ୱାରା ଟେନ୍ସନରେ ରହିବେ।ପାରିବାରିକ ସୁଖ, ଆନୁଷ୍ଠାନିକ କାମର ସୁଯୋଗ ଲାଭକରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ସୋମବାର ଉପବାସ କରନ୍ତୁ

ସିଂହ-

ସ୍ଥଗିତ କାମକୁ ସମ୍ପନ୍ନ କରିବା ସକାଶେ ଖର୍ଚ୍ଚାନ୍ତ ହେବେ। ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମନକୁ ବିବ୍ରତ କରିପାରେ। ପାରିବାରିକ ଜୀବନରେ ଉଚିତ୍ ବୁଝାମଣା ପାଇଁ ଚେଷ୍ଟା କରିପାରନ୍ତି। ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ରବିବାର ଦିନ ନିରାମିଶ ରୁହନ୍ତୁ  

କନ୍ୟା-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁ କାମରେ ହାତ ଦେବେ ତାହା ପୂରଣ ହେବ। ଯାହାକୁ ଯାହା କହିବେ ସେ ନିର୍ବିବାଦରେ ତାହାକୁ ସ୍ବୀକାର କରିନେବ। ମାତ୍ର ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ଘରୋଇ ସମସ୍ୟା ସମାଧାନ କ୍ଷେତ୍ରରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା-

କର୍ମାରମ୍ଭ ସକାଶେ ମାନସିକତା ସୃଷ୍ଟି କରିବେ। ଅତୀତର ଅପମାନ, ସମସ୍ୟା ଓ କାର‌୍ୟ୍ୟ ସାଧନରେ ଅସାମର୍ଥ୍ୟତା ବିଷୟରେ ସମୀକ୍ଷା କରିପାରନ୍ତି। କାମ ହାସଲ ଉଦ୍ଦେଶ୍ୟରେ ବନ୍ଧୁଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବିବାଦୀୟ ଘଟଣାର ଫଳାଫଳ ସପକ୍ଷରେ ଯିବାର ସମ୍ଭାବନା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଇଷ୍ଟ ଦେବୀ ମା କମଳାଙ୍କର ଓଁ ଶ୍ରୀଂ ଏହି ମନ୍ତ୍ର ପାଠ କରନ୍ତୁ 

ବିଛା-

ସ୍ଥଗିତ ରହିଥିବା ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟଟି ଆଜି ସମ୍ପନ୍ନ ହୋଇଯିବ। ଘରୋଇ ସମସ୍ୟା କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୋଇ ମନ୍ତବ୍ୟ ଦେବା ଠିକ୍ ହେବନାହିଁ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ଖେଳକୁଦରେ ପ୍ରଶଂସା ପାଇବେ। ଆତ୍ମୀୟଙ୍କ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟକରି ସାମୟିକ ଚିନ୍ତା ପ୍ରକଟ କରିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦକ୍ଷିଣ ମୁଖା ହୋଇ ଖଇର ଗଛର ପୂଜାର୍ଚ୍ଚନା କରନ୍ତୁ

ଧନୁ-

ଆଜି ଆର୍ଥିକ ସ୍ବଚ୍ଛଳତା ଓ ବନ୍ଧୁଙ୍କ ସାନ୍ନିଧ୍ୟରୁ ଖୁସି ହେବେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ନିଜର କାମଗୁଡିକୁ ସ୍ଥଗିତ ରଖି ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି। 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଗୁରୁବାର ଦିନ ବିଷ୍ଣୁଙ୍କ ପାଖରେ ଖେଚୋଡି ଭୋଗ ଲଗାନ୍ତୁ 

ମକର-

ସାଧାରଣ କେତେକ ସମସ୍ୟାକୁ ବାଦ୍ ଦେଲେ ଦିନଟି ଭଲରେ ଭଲରେ କଟିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ଯୋଗୁ ଆଶ୍ୱସ୍ତି ଲାଭ କରିବେ। କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ପ୍ରିୟବ୍ୟକ୍ତି ସାହାଯ୍ୟ କରିବେ। ଈର୍ଷା ପରାୟଣ ବ୍ୟକ୍ତି ଆପଣଙ୍କ ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିବାର ଦିନ ଇଷ୍ଟ ଦେବୀ ମା ଦକ୍ଷିଣ କାଳୀଙ୍କର ଦର୍ଶନ କରନ୍ତୁ 

କୁମ୍ଭ-

ସମସ୍ୟା ରହିଥିଲେ ମଧ୍ୟ ହାତକୁ ନେଇଥିବା ଗୁରୁତ୍ୱପୂର୍ଣ୍ଣ କାମଟି ବାଧାପ୍ରାପ୍ତ ହେବ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତୀକ୍ଷା କରିଥିବା ଲୋକଟିକୁ ନ ପାଇ ବ୍ୟସ୍ତ ହୋଇପଡିବେ। ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଆମତ୍ୀୟଙ୍କ ସହୃଦୟତାରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ନୀଳ ରଙ୍ଗର ପୋଷାକ ବ୍ୟବହାର କରିବା ସହିତ ନିଜ ପାଖରେ ଲୁହାରେ ନିର୍ମିତ ଶନିଙ୍କର ଯନ୍ତ୍ରଟିଏ ରଖନ୍ତୁ 

ମୀନ-

ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହି ନ ପାରେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ଅଧିକାଂଶ ସମୟ ବିଚଳିତ ରହିବା କାରଣରୁ ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ବନ୍ଧୁଙ୍କ ଜରିଆରେ ଆଜି ଆପଣ ଶୁଭ ଖବର ପାଇପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ପ୍ରତିଦିନ ଜାଫ୍ରାନ୍ କେଶରକୁ ଘୋରି ମଥାରେ ଲଗାନ୍ତୁ

Sponsored
know-todays-horoscope | Argus News