Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଂକ୍ଷେପରେ ପଢନ୍ତୁ ଏଇ ମୁହୂର୍ତ୍ତର ଖବର...

Smruti Parija
Browse all articles by Smruti Parija
·1 year ago·2 min read
ସଂକ୍ଷେପରେ ପଢନ୍ତୁ ଏଇ ମୁହୂର୍ତ୍ତର ଖବର...
  • ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ.. ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ ଓ ପୌରାଞ୍ଚଳ ଅଫିସ୍, ମୋ ସେବା ଏବଂ ସାଧାରଣ ସେବା କେନ୍ଦ୍ରରୁ ମାଗଣାରେ ମିଳିବ ଫର୍ମ
  • ଆଜିଠାରୁ ରାଜ୍ୟରେ ଲାଗୁ ହେଲା ନୂଆ ଅବକାରୀ ନୀତି .. ଆସନ୍ତା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ...୧୬ଟି ଜିଲ୍ଲାରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା...ନୂଆ ଦୋକାନ ଖୋଲିବା ଉପରେ ରୋକ୍ 
  • ଭିଜିଲାନ୍ସ ଜାଲରେ କାଶୀପୁର ବ୍ଲକ ଯନ୍ତ୍ରୀ ପୁର୍ଣଚନ୍ଦ୍ର ଚୌଧୁରୀ ... 25000 ଟଙ୍କା ଲାଞ୍ଚ ନେବା ଅଭିଯୋଗରେ  ରାୟଗଡା ସ୍ଥିତ ବାସଭବନରୁ ଗିରଫ କଲା ଭିଜିଲାନ୍ସ 
  • ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପ ସାଗରରେ ଅବପାତ ରୂପ ନେଇଛି। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ଉପକୂଳ ଅତିକ୍ରମ କରିବ 
  • ବଢ଼ିଲା କମର୍ସିଆଲ୍ ଗ୍ୟାସ ଦର । ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ୩୯ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । 
  •  ନିର୍ବାଚନରେ ହାରିବା ପରେ ରକ୍ତମୁଖା ବିଜେଡି...ବଲାଙ୍ଗୀର ୧୫ନମ୍ବର ଜୋନ ବିଜେପିର ମଣ୍ଡଳ ସଭାପତି ସରୁପା ପରୁଆ ବିଜେଡି କର୍ମୀଙ୍କ ଆକ୍ରମଣରେ ଲହୁ ଲୁହାଣ... ପାଟଣାଗଡ ବ୍ଲକ ଚେୟାରମେନ ନୀଳକଣ୍ଠ ବାଗ ସହ ଅନ୍ୟ ୫ ଜଣ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା..ଘଟଣାରେ 3 ଗିରଫ
  • ସେପଟେ ଧର୍ମଶାଳା ଦୁର୍ନୀତିର ପର୍ଦ୍ଦାଫାସକୁ ନେଇ ମୁହାଁମୁହିଁ ଶାସକ ଓ ବିରୋଧୀ ଦଳ ନେତା...ବିଜେଡି ଜିଲ୍ଲା ପରିଷଦ ଓ ଯୁବ ବିଜେଡି ସଭାପତି ବିଧାୟକଙ୍କ ଜାରକା କୁମାରୀ ସ୍ଥିତ କାର୍ଯ୍ୟାଳୟରେ ଧମକ ଚମକ୍ ଦେବା ଓ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ
  • ସହଜ ଓ ସୁବିଧା ହେବ ଜଗା ଦର୍ଶନ...ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ସହ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି...ଶ୍ରୀମନ୍ଦିର ଭିତରେ ମହିଳା, ଦିବ୍ୟାଙ୍ଗ, ବୟସ୍କଙ୍କ ପାଇଁ ଗୋଟିଏ ଧାଡ଼ି ଓ ପୁରୁଷ ଭକ୍ତଙ୍କ ଅନ୍ୟ ଏକ ଧାଡ଼ି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ପ୍ରଶାସନ
  • ଶ୍ରୀମନ୍ଦିରରୁ 32 ଜଣ ଅବସରପ୍ରାପ୍ତ ଅଧିକାରୀ ବିଦା...ଶ୍ରୀମନ୍ଦିରରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ କରାଯାଉଥିବା ନେଇ ଅଭିଯୋଗ ପରେ କଡ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ
  • ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଯୌନ ନିର୍ଯାତନା...ପୂର୍ବରୁ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯୌନ ନିର୍ଯାତନା ଦୋହଲାଇ ଦେଇଥିବାବେଳେ...ଏବେ ଟିଭି ସିରିୟର ପ୍ରଯୋଜିକା କୁଟ୍ଟୀ ପଦ୍ମିନୀଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର୍
     

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
know-todays-update-news | Argus News