Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - speed 10; ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ଖବର...

Odisha

speed 10; ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ଖବର...

Smruti Parija
Browse all articles by Smruti Parija
·1 year ago·2 min read
speed 10; ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ଖବର...
  • ଆଜି ହେଉଛି କୁମାର ପୂର୍ଣ୍ଣିମା  I ଗାଁ ଠୁ ସହର ସବୁଠି ପାଳିତ ହେଉଛି କୁମାରୀ ମାନଙ୍କ କୁମରୋତ୍ସବ 
  • ଆଜି ହରିୟାଣା ଓ ମୁମ୍ବାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଅପରାହ୍ନରେ ହରିଆଣା ଅଭିମୁଖେ ଗସ୍ତ କରି ୧୭ ତାରିଖରେ ଚଣ୍ଡିଗଡରେ ନବଗଠିତ ହରିୟାଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ହରିଆଣା ଗସ୍ତରେ ଯିବେ... ଆସନ୍ତା ୧୭ ତାରିଖ ଦିନ ଚଣ୍ଡିଗଡ ଠାରେ ନବ ଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଦେବେ ଯୋଗ
  • ଶ୍ରୀମନ୍ଦିର ମଧ୍ୟରେ କେବଳ ବ୍ୟବହାର ହେବ ଓମଫେଡ୍ ଘିଅ । ଏନେଇ ସହଯୋଗ କରିବାକୁ ଓମେଫେଡକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ
  • ପହିଲି କାର୍ତ୍ତିକ ବ୍ରତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବୀକୃତି ପାଇଥିବା ପଞ୍ଜିକାକୁ ନେଇ ଦ୍ବନ୍ଦ୍ବ । କୁମାର ପୂର୍ଣ୍ଣିମା ଦିନ ନା କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ହବିଷ୍ୟାଳୀମାନେ ବ୍ରତ ଆରମ୍ଭ କରିବେ, ଏହାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ
  • ଆସନ୍ତା ୨୪ ତାରିଖରେ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ  ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ଅବତରଣ ପରେ  ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ କରିବେ ଦର୍ଶନ
  • ଖରିଫ ଧାନ ସଂଗ୍ରହ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଧାନ ସଂଗ୍ରହ ବ୍ୟବସ୍ଥାର ସୁପରିଚାଳନା ପାଇଁ ମନ୍ତ୍ରୀମାନେ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ
  • ବ୍ରହ୍ମପୁର ନିକଟ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼ । ବିଳମ୍ବିତ ରାତିରେ  କିଛି ଦୁବୃର୍ତ୍ତ ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଗ୍ରାମରେ ଆତଙ୍କ ଖେଳିଯାଇଛି 
  • ଭରତପୁର ଥାନା ମାମଲା । ଫରେନସିକ୍ ଟେଷ୍ଟ ସାରି ଗୁଜୁରାଟରୁ ଫେରିଲା କ୍ରାଇମବ୍ରାଞ୍ଚ ...ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ହେଲା ପଲିଗ୍ରାଫ ଟେଷ୍ଟ ...ଏଥି ସହିତ ବ୍ରେନ୍ ମ୍ୟାପିଙ୍ଗ୍ ଓ ନାରକୋ ଟେଷ୍ଟ ହୋଇଥିବା ସୂଚନା
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପାଲଟିଛି ଦାଦନ ଚାଲାଣର ହବ୍ ...ଖବର ପାଇ 18 ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ...ସର୍ଦ୍ଦାର ପ୍ରଦୀପ ବେହେରା ଓ ଡ୍ରାଇଭରଙ୍କୁ ଗିରଫ 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
know-todays-update-news | Argus News