ସଂକ୍ଷେପରେ ପଢନ୍ତୁ ଦିନକର ଖବର...
·1 year ago·2 min read

- ଆଜିଠାରୁ ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ମେଗା ମେମ୍ବରସିପ୍ ଡ୍ରାଇଭ୍ ...ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନୂଆଦିଲ୍ଲୀରୁ ଏହି କ୍ୟାମ୍ପେନ୍ ଆରମ୍ଭ ହେବ... ୨୦ କୋଟି ଲୋକଙ୍କୁ ବିଜେପି ସହ ଯୋଡିବାକୁ ଟାର୍ଗେଟ୍
- ଆରମ୍ଭ ହେଲା `ସୁଭଦ୍ରା' ପଞ୍ଜିକରଣ...ସାରା ଓଡ଼ିଶାରେ `ସୁଭଦ୍ରା'ରେ ମହିଳାଙ୍କ ଭିତରେ ବଡ଼ ଉତ୍ସାହ...ଘର ଘର ବୁଲି ଫର୍ମ ବାଣ୍ଟୁଛନ୍ତି ଅଙ୍ଗନବାଡ଼ି କର୍ମୀ...ସ୍ବତନ୍ତ୍ର କ୍ୟାମ୍ପ ମାଧ୍ୟମରେ ଫର୍ମ ପୂରଣ ଓ ଆବେଦନ ପାଇଁ ଅଭିଯାନ
- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ବିତ୍ପାତ...ବୁଡି ଯାଇଛି ରାସ୍ତା, ଆପାର୍ଟମେଣ୍ଟ ବେସମେଣ୍ଟରେ ପାଣି...ପାଣିରେ ପଶି ଯାଆସ କରୁଛନ୍ତି ଲୋକ...ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଜିଲ୍ଲାରେ ହଜାର ହଜାର ହେକ୍ଟର ଜମି ଜଳମଗ୍ନ...ପୋଲିସ, ଏସଡିଆରଏଫ୍, ଏନଡିଆରଏଫକୁ ଉଦ୍ଧାର କାର୍ଯ୍ୟରେ ସାମିଲ
- ପ୍ରବଳ ବର୍ଷା ହେତୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଧୋଇ ଯାଇଛି ରେଲୱେ ଟ୍ରାକ...ସାଉଥ ସେଣ୍ଟ୍ରାଲ୍ ରେଲୱେ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ...୯୯ଟି ଟ୍ରେନ ଚଳାଚଳ ବାତିଲ, ୫୪ ଟ୍ରେନର ଗତିପଥ ପରିବର୍ତ୍ତନ
- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ...ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା...ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ...ଅବପାତଟି ଛତିଶଗଡ଼ ମୁହାଁ ହେବା ନେଇ ପାଣିପାଗ ବିଭାଗର ଆକଳନ
- ବାର୍ଡ଼ଫ୍ଲୁ ବ୍ୟାପିବା ପରେ ଚିନ୍ତା ବଢ଼ାଉଛି ଭିତରକନିକା...ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ହଜାର ହଜାର ସଂଖ୍ୟାରେ ଦେଶୀୟ ପକ୍ଷୀମାନେ ଅଣ୍ଡା ଦେଉଥିବାବେଳେ ବାର୍ଡ ଫ୍ଲୁକୁ ନେଇ ଚିନ୍ତା ଘାରିଛି
- ଆରାମ ଦାୟକ ଯାତ୍ରା ସାଙ୍ଗକୁ ଦ୍ରୁତ ଗତିର ମଜା...ଖୁବ୍ ଶୀଘ୍ର ଟ୍ରାକରେ ଦଉଡ଼ିବ ବନ୍ଦେଭାରତ ସ୍ଲିପର୍ ଟ୍ରେନ୍ ...ଯାତ୍ରୀଙ୍କ ସାଟିସଫେକ୍ସନକୁ ନଜରରେ ରଖି ଉନ୍ନତମାନର ଟେକ୍ନୋଲୋଜିରେ ପ୍ରସ୍ତୁତ ହେଉଛି ଏହି ଟ୍ରେନ୍
- ବଲାଙ୍ଗୀର ଦେଓଗାଁ ଜଙ୍ଗଲରୁ ଉଦ୍ଧାର ହୋଇ ଚନ୍ଦକା ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରୀଠାରେ ଚିକିତ୍ସିତ ହେଉଥିବା ୩ ବର୍ଷର ହାତୀ ଛୁଆର ମୃତ୍ୟୁ
- କେନ୍ଦୁଝରରେ ଡେଙ୍ଗୁ ଆତଙ୍କ...ଚାଲିଗଲା ଜଣଙ୍କ ଜୀବନ...୧୦ ଜଣ ମୂଖ୍ୟଚିକିତ୍ସାଳୟରେ ଭର୍ତ୍ତି
- ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍...ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍...ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: