ସଂକ୍ଷେପରେ ପଢନ୍ତୁ ଅପଡେଟ୍ ଖବର...
·1 year ago·2 min read

- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା...ମହିଳା ଓ ଶିଶୁଙ୍କ ପାଇଁ ହେବ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା...ଆସିବ ଶ୍ରୀମନ୍ଦିର ସ୍ୱତନ୍ତ୍ର ଏଫ୍ ଏମ୍ ଷ୍ଟେସନ...ନାଟ ମଣ୍ଡପକୁ ଏୟାର କଣ୍ଡିସନିଂ କରିବାକୁ ନିଷ୍ପତ୍ତି
- ପୂର୍ବ ବିଜେଡି ସରକାରର ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର...UG ଓ PG ଷ୍ଟୁଡେଣ୍ଟସ ନାଁ ରେ ଆସିବ ନୂଆ ଯୋଜନା... ଏହି ନୂଆ ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିବେ ସରକାର
- ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଅଧିକ ରହିଛନ୍ତି ଶିକ୍ଷକ...ବିଜେଡି ବିଧାୟକ ଅଶ୍ବିନୀ ପାତ୍ରଙ୍କ ପ୍ରଶ୍ନରେ ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ଉତ୍ତର
- ରାଜ୍ୟର ଖୋଲିବ ନୂଆ ସରକାରୀ କଲେଜ ...ତିନି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର ଓ ଝାରସୁଗୁଡାରେ ସରକାରୀ କଲେଜ ନଥିବା ବେଳେ ଖୁବଶୀଘ୍ର ସରକାରୀ କଲେଜ ପ୍ରତିଷ୍ଠା କରିବେ ରାଜ୍ୟ ସରକାର..ଏନେଇ ଗୃହରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସୂଚନା
- ସର୍ବସାଧାରଣ ସ୍ଥାନରେ ହେବ ସ୍ତନ୍ୟପାନ କକ୍ଷ...ଏଣିକି ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ/ସ୍ଥାନ...ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ମହିଳା ଓ ଶିଶୁ ବିକାଶ ବିଭାଗ
- ଆନ୍ଧ୍ରପ୍ରଦେଶର ଏକ ଇଂଜିନିୟରିଂ କଲେଜରେ ଗୁପ୍ତ କ୍ୟାମେରା ଲଗାଇ ଭିଡିଓ କରାଯାଉଥିବା ସଂଗୀନ ଅଭିଯୋଗ ଆସିଛି... ଜଣେ ଇଂଜିନିୟରିଂ ଛାତ୍ର ଗିରଫ
- ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଭକ୍ତ ଦେଖିବେ ମହାପ୍ରଭୁଙ୍କ ବେଶ ଓ ସଂସ୍କୃତି ସମ୍ବଳିତ ଚିତ୍ର...ମାର୍ଚ୍ଚ ସୁଦ୍ଧା ସରିବ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି କାମ
- ଭିଜିଲାନ୍ସ ଜାଲରେ ବାଲେଶ୍ବର ଶିକ୍ଷା ବିଭାଗର ଜୁନିୟର ଆସିଷ୍ଟାଣ୍ଟ ପ୍ରଦୀପ ଦାସ...ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବରର ୬ଟି ସ୍ଥାନରେ ଏକକାଳୀନ ଚଢଉ
- ଖୁବଶୀଘ୍ର ରାଜ୍ୟର 6ଟି ସହରରେ ହେବ 19ଟି ପ୍ରାଇଭେଟ୍ ଏଫ୍ଏମ୍ ରେଡିଓ ଷ୍ଟେସନ୍ ...ପୁରୀ, ଭଦ୍ରକ, ବାଲେଶ୍ୱର, ବାରିପଦା ଓ ସମ୍ବଲପୁରରେ 3ଟି ଲେଖାଏଁ ଏବଂ ବ୍ରହ୍ମପୁରରେ ହେବାକୁ ଯାଉଛି 4ଟି ନୂଆ ଘରୋଇ ଏଫଏମ ରେଡିଓ ଷ୍ଟେସନ
- କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତାଙ୍କ ନିଆଁ ଜଳାଇବା ବୟାନ ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ...ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ଏଭଳି ବୟାନ୍ ଦେଶର ଏକତା ଓ ଅଖଣ୍ଡତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି କହିଲେ ରଘୁବର ଦାସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: