Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅସଲି ଅଘୋରୀଙ୍କୁ ଚିହ୍ନିବେ କେମିତି ?

Odisha

ଅସଲି ଅଘୋରୀଙ୍କୁ ଚିହ୍ନିବେ କେମିତି ?

Smruti Parija
Browse all articles by Smruti Parija
·1 year ago·7 min read
ଅସଲି ଅଘୋରୀଙ୍କୁ ଚିହ୍ନିବେ କେମିତି ?

Key Points

ଅଘୋରୀ କିଏ ?

ଅସଲି ଅଘୋରୀଙ୍କୁ ଚିହ୍ନିବେ କେମିତି ?

କ'ଣ ସତରେ ଅଘୋରୀ ସାଧୁ ଶବ ମାଂସ ଖାଇଥାନ୍ତି ?

ଅଘୋରୀଙ୍କ ଅନ୍ତିମ ସଂସ୍କାର କିପରି ହୁଏ ?

ଅଘୋରୀ ହେବା ପାଇଁ କୌଣସି ବୟସ ଦରକାର ନାହିଁ

କଣ ଆପଣ ଜାଣିଛନ୍ତି ମହିଳା ବି ଅଘୋରୀ ହୋଇପାରିବେ !

ଅର୍ଗସ ବ୍ୟୁରୋ: ଅଘୋରୀ । ନାଁ ଶୁଣିବା ମାତ୍ରେ ମନରେ ଭୟ ସୃଷ୍ଟି ହୁଏ । ଆଖି ସାମନାକୁ ଚାଲି ଆସେ ପାଉଁଶରେ ଆବୃତ ଶରୀର, ଲମ୍ବା ଲମ୍ବା ଜଟ ଏବଂ ଲମ୍ବା ଦାଢ଼ୀ ସାଙ୍ଗକୁ ହାତରେ ମଣିଷ ଖପୁରୀ । ଅଘୋରୀ ସାଧୁ ସେହି ସବୁ ଜିନିଷ ବ୍ୟବହାର କରନ୍ତି..ଯାହାକୁ ସମାଜ ଅପବିତ୍ର ବା ବର୍ଜିତ ମାନନ୍ତି । ତାଙ୍କ ପାଇଁ ମଳ, ମୁତ୍ର, ଶବ, ଛାଡି ଚାଲିଯାଇଥିବା ସମସ୍ତ ଜିନିଷ ସାଧନାର ଏକ ଅଂଶ । ତାଙ୍କ କହିବା କଥା ଯେ ଶିବ ସର୍ବତ୍ର ବିଦ୍ୟମାନ । ଏମିତି କରିବା ଦ୍ୱାରା ତାଙ୍କ ମନରେ ଘୃଣା ଭାବ ଆସିନଥାଏ । ଅଘୋରୀ ନାଁ ଶୁଣିବାମାନେ ଲୋକଙ୍କ ମଧ୍ୟରେ ଭୟ ଆସେ । କିନ୍ତୁ ଅଘୋରୀ ନାମର ଅର୍ଥ କଣ ଜାଣିଛନ୍ତି । ଅଘୋରୀର ଅର୍ଥ ହେଉଛି ସରଳ ବ୍ୟକ୍ତିତ୍ୱ, ଭୟଭୀତ ନୁହେଁ ଏବଂ ଯିଏ କାହାକୁ ଭେଦଭାବ କରେ ନାହିଁ । ଠିକ୍ ସେମିତି ଅଘୋରୀଙ୍କୁ ନେଇ ରହିଛି ଅନେକ ରୋଚକମୟ କାହାଣୀ...



ଅଘୋରୀ ସାଧୁ ନିଜ ଭିତରେ ହିଁ ଗୋଟେ ରହସ୍ୟ । ଅଘୋରୀଙ୍କ ଜୀବନର ସମସ୍ତ ପର୍ଯ୍ୟାୟ ସମାଜରେ ବସବାସ କରୁଥିବା ଲୋକଙ୍କ ଜୀବନଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଦେହରେ ଶ୍ମଶାନର ପାଉଁଶ, ବେକରେ ହାଡରେ ତିଆରି ମାଳ ଆଉ ହାତରେ ମଣିଷ ଖପୁରୀ...ଆଉ ତାଙ୍କ ଆଖିର ଉର୍ଜା ଯାହାକୁ ଦେଖିଲେ ଶରୀରେ କମ୍ପନ ସୃଷ୍ଟି ହୁଏ । ଆଉ କଳା ପୋଷାକରେ ନିଜ ଶରୀରକୁ ଢାଙ୍କିଥିବା ଏହି ସାଧୁ ଏକ ରହସ୍ୟମୟ ଦୁନିଆର ପ୍ରତୀକ । ଅଘୋରୀଙ୍କ ଜୀବନ ସାଧାରଣ ମଣିଷଙ୍କ ଜୀବନ ଠାରୁ ଭିନ୍ନ । ଯେତେବେଳେ ସାଧାରଣ ମଇଷଟିଏ ନିଜ ଭୋଜନରେ ଖାଦ୍ୟ ଖାଇଥାଏ ସେତେବେଳେ ଅଘୋରୀମାନେ ଶବର ମାଂସ ଖାଇ ବଞ୍ଚିଥାନ୍ତି । ଆଉ ଏମିତି କରିବାକୁ ସେମାନଙ୍କୁ ଘୃଣା ଲାଗେନି ।


ଆଉ ଦେହରେ ଶ୍ମଶାନର ପାଉଁଶ ଲଗାଇଥାନ୍ତି । କାରଣ ପ୍ରତିଟି ଜିନିଷରେ ସେମାନେ ଶିବଙ୍କ ପ୍ରତୀକ ବୋଲି ବିବେଚନା କରନ୍ତି । ଅଘୋରୀ ମାନେ ଦେହରେ ଭସ୍ମ ଲଗାଇଥାନ୍ତି । ଯାହାକୁ ନେଇ ଅନେକ ଲୋକ ଅନେକ କଥା କୁହନ୍ତି । କିନ୍ତୁ ଏହା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏଥିରେ କ୍ୟାଲସିୟମ , ଫସଫରସ ଓ ଅନ୍ୟ ଖଣିଜ ପଦାର୍ଥ ଭରପୁର ରହିଛି । ଯାହା ବିଭିନ୍ନ ଚର୍ମ ରୋଗରୁ ବଞ୍ଚାଇଥାଏ । ଅଘୋରୀଙ୍କ ପାଇଁ ମାତା କାଳୀ ଓ ଭଗବାନ ଶିବଙ୍କ ଭୈରବ ରୂପ ହିଁ ତାଙ୍କ ପାଇଁ ଗୁରୁ । ଯେମିତି ଭଗବାନ ଶିବ ଓ ମା କାଳୀ ମଣିଷ ଖପୁରୀର ମାଳା ବେକରେ ପକାଇଥାନ୍ତି ଠିକ୍ ସେମିତି ଅଘୋରୀ ବାବା ମଧ୍ୟ ନିଜ ବେକରେ ଖପୁରୀ ମାଳ ପକାଇ ବୁଲିଥାନ୍ତି । ଅଘୋରୀ ବାବା ରାତିରେ ତନ୍ତ୍ର ସାଧନା କରନ୍ତି । ତନ୍ତ୍ର ମନ୍ତ୍ର ପ୍ରୟୋଗ କରି ସେମାନେ ଭଗବାନଙ୍କ ନିକଟବର୍ତ୍ତୀ ରୁହନ୍ତି ବୋଲି ଶୁଣିବାକୁ ମିଳେ । ଆଉ ତାଙ୍କର ଏହି ପ୍ରୟାସ ଏଭଳି କିଛି ଥାଏ ଯାହାକୁ ଶୁଣିଲେ ଆପଣ ଡ଼ରିଯିବେ । କୁହାଯାଏ ଅଘୋରୀ ମାନେ ଅଧାଜଳା ଶବକୁ ଖାଇଥାନ୍ତି । ଏହା କେତେ ଦୂର ସଠିକ ତାହା ଆମେ ଜାଣିନାହୁଁ ।


ଅଘୋରୀଙ୍କ ଯାତ୍ରା କେଉଁଠୁ ଆରମ୍ଭ ହୋଇଥାଏ...ଆଉ ପ୍ରକୃତ ଅଘୋରୀଙ୍କୁ କେମିତି ଚିହ୍ନିବେ ? ତେବେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଥିବ ଯେ, ଜଣେ ସାଧାରଣ ମଣିଷ ଅଘୋରୀ କେମିତି ହେବ । କ'ଣ ଏହା କେବଳ ସାଧାନା ଦ୍ୱାରା ପ୍ରାପ୍ତ କରିହେବ । ନା ଏହା ପଛରେ ରହିଛି କିଛି ଗୁଢ ରହସ୍ୟ । ଅଘୋରୀ ସାଧୁ ହେବାର ପ୍ରକ୍ରିୟା ଏତେ ସରଳ ନୁହେଁ ଯେତିକି ଦେଖାଯାଏ । ଏହା ସାଧାରଣ ବ୍ୟକ୍ତିଙ୍କ ଜୀବନ ଶୈଳୀରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ସବୁଠାରୁ ପ୍ରଥମ କଥା ହେଉଛି, ଯଦି ଜଣେ ବ୍ୟକ୍ତି ଅଘୋରୀ ହେବା ପାଇଁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ନିଜ ଘର ଦ୍ୱାର, ବନ୍ଧୁବାନ୍ଧବ ଏପରିକି ନିଜ ପରିଚୟକୁ ମଧ୍ୟ ପଛରେ ଛାଡିଆସିବାକୁ ପଡିଥାଏ ।


ସନାତନ ଧର୍ମରେ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ 16ଟି ସଂସ୍କାର ରହିଥାଏ । ଯିଏ ବି ଏହି ସଂସାରରେ ଜନ୍ମ ନେଇଛି, ତାକୁ ଗୋଟିଏ ଦିନ ଏ ସଂସାର ଛାଡି ଯିବାକୁ ପଡିଥାଏ । ଆଉ ଅଘୋରୀଙ୍କ ସହ ମଧ୍ୟ ଆରମ୍ଭରୁ କିଛି ଏମିତି ହୋଇଥାଏ । ପ୍ରଥମେ ତାଙ୍କୁ ନିଜର ଶ୍ରାଦ୍ଧ ଦେବାକୁ ପଡିଥାଏ । ଏହାଦ୍ୱାରା ପୁରା ଦୁନିଆକୁ ଏହି ସନ୍ଦେସ ଯାଏ ଯେ ସେ ବଞ୍ଚିଛନ୍ତି । କିନ୍ତୁ ଏବେ ଠାରୁ ସମସ୍ତ ମୋହ ମାୟା ତ୍ୟାଗ କରିଦେଇଛନ୍ତି । ନା ଏବେ ତାଙ୍କର କୌଣସି ପରିବାର ଅଛି ନା ଘର...ନା ତାଙ୍କର ଏହି ଦୁନିଆରେ ଅଛି କୌଣସି ଅସ୍ତିତ୍ୱ । ଏହିଠାରୁ ଆରମ୍ଭ ହୁଏ ଏକ ସାଧାରଣ ମଣିଷର ଯାତ୍ରା । ନିଜକୁ ଅଘୋରୀ ସାଧୁ ରୂପରେ ପରିବର୍ତ୍ତନ କରିବାର ଯାତ୍ରା... ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଅଘୋରୀ ହେବା ପାଇଁ କୌଣସି ବୟସ ଦରକାର ନାହିଁ । ଆପଣ 10 ବର୍ଷ ହୁଅନ୍ତୁ କିମ୍ବା 50 ବର୍ଷ ।


ଆପଣ ଚାହିଁଲେ ଅଘୋରୀ ହୋଇପାରିବେ । ଜାତି, ଧର୍ମ, ପୁରୁଷ, ମହିଳା ସମସ୍ତେ ଅଘୋରୀ ହୋଇପାରିବେ । ହଁ ଆପଣ ଠିକ୍ ଶୁଣୁଛନ୍ତି । ମହିଳା ବି ଅଘୋରୀ ହୋଇପାରିବେ । ଏହି ସାଧନା କେବଳ ବିଶେଷ ବର୍ଗ ପାଇଁ ନୁହେଁ । ବରଂ ଏହା ସେ ସମସ୍ତଙ୍କ ପାଇଁ ଯେଉଁମାନେ ସଂସାରର ମୋହ ମାୟା ଛାଡି ଏକ ନୂଆ ଦିଗରେ ନିଜର ଯାତ୍ରା ଆରମ୍ଭ କରନ୍ତି । ଅଘୋରୀ ହେବାର ଯାତ୍ରାରେ ସବୁଠୁ ପ୍ରଥମ କାମ ହେଉଛି ଗୁରୁଙ୍କୁ ସନ୍ଧାନ କରିବା । ଏହା ସାଧନାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଂଶ । କିନ୍ତୁ ଯଦି ଆପଣଙ୍କୁ କୌଣସି ମାନବ ଗୁରୁ ମିଳୁନାହାନ୍ତି ତେବେ ଆପଣ କାଳଭୈରବଙ୍କୁ ନିଜ ଗୁରୁ ବୋଲି ବିବେଚନା କରିପାରିବେ । ବାବା କାଳବୈରବ ଭଗବାନ ଶିବଙ୍କ ରୌଦ୍ର ରୂପ । ତାଙ୍କୁ ହିଁ ଗୁରୁ ମାନିବାକୁ ପଡିଥାଏ । ଏହାପରେ ଆସେ ସବୁଠାରୁ ବଡ ପଦକ୍ଷେପ ପିଣ୍ଡଦାନ । ଅର୍ଥାତ୍ ନିଜକୁ ଏହି ସଂସାରରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ କରିଦେବା । ଆଉ କେବଳ ଶିବଙ୍କ ସାଧକ ପାଲଟିଯିବା । ଶିଷ୍ୟଙ୍କ ଚୟନ ହେବା ପରେ ଏକ ଗୁପ୍ତ ମନ୍ତ୍ର ଦିଆଯାଏ । ଯାହାକୁ ଗୋଟିଏ ଦିନ ବି ବନ୍ଦ ନ କରି ଲଗାତାର 12 ବର୍ଷ ଧରି ଜପ କରିବାକୁ ପଡିଥାଏ । ଯେଉଁ ଶିଷ୍ୟ ଏହାକୁ ମାନିଥାଏ..ସେ ହିଁ ଏହି କଠିନ ରାସ୍ତାରେ ଆଗକୁ ବଢିଥାଏ ।


ଅଘୋରୀ 3 ପ୍ରକାରର ସାଧନା କରିଥାନ୍ତି । ଶ୍ମଶାନ ସାଧନା । ଶିବ ସାଧନା । ଶବ ସାଧନା । ଆଉ ସବୁଠୁ ଖାସ କଥା ହେଉଛି ଏହି 3 ପ୍ରକାରର ସାଧନା ଶ୍ମଶାନ ଘାଟ ମଧ୍ୟରେ ହିଁ ହୋଇଥାଏ । ସାଧନା ଆରମ୍ଭ କରିବା ପୂର୍ବରୁ ଅଘୋରୀ ନିଜ ଶରୀରରେ ଶ୍ମଶାନର ଭଷ୍ମ ବୋଳିଥାନ୍ତି । କଳା ବସ୍ତ୍ର ପରିଧାନ କରିଥାନ୍ତି । ଆଉ ତା ପରେ ଆରମ୍ଭ ହୁଏ ଏହି ରହସ୍ୟମୟ ସାଧନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଥମ ସାଧନା ହେଉଛି ଶବ ସାଧନା ଅଘୋରୀ ତନ୍ତ୍ର ବିଦ୍ୟାରେ ଧନୀ । ଆଉ ଏହି ସାଧନା ନିଶାର୍ଦ୍ଧ ରାତିରେ ହୁଏ । ଆଉ ସାଧନାର ଶେଷ ମୁହୂର୍ତ୍ତରେ କୁହାଯାଏ ଯେ ଶବ ମଧ୍ୟ କଥା କହି ଉଠେ । ଏହି ସାଧନା କେବଳ କାମାକ୍ଷା ପୀଠ, ତ୍ରୟମ୍ବକେଶ୍ୱର, ଉଜ୍ଜେନ ଓ ତାରାପୀଠର ଶ୍ମଶାନରେ କରାଯାଏ । ଯେଉଁଠି କେବଳ ଅଘୋରୀ ହିଁ ଉପସ୍ଥିତ ରହିଥାନ୍ତି ।


ଦ୍ୱିତୀୟ ସାଧନା ହେଉଛି ଶିବ ସାଧନା ଯେଉଁଠି ଶବକୁ ମାଂସ ଓ ମଦର ଭୋଗ ଲଗାଯାଏ । ଆଉ ଶିବଙ୍କ ଭଳି ଅଘୋରୀ ଶବ ଉପରେ ଗୋଟିଏ ଗୋଡରେ ଛିଡା ହୋଇଯାଆନ୍ତି । ଯେମିତି ଶିବଙ୍କ ଛାତି ଉପରେ ମାତା ପାର୍ବତୀ ପାଦ ରଖିଥିଲେ । ଘଣ୍ଟା ଘଣ୍ଟା ଧରି ଅଘୋରୀ ଏହି ସାଧନା କରି ନିଜ ଶକ୍ତିକୁ ବଢାଇଥାନ୍ତି ।


ତୃତୀୟ ସାଧନା ହେଉଛି ଶ୍ମଶାନ ସାଧନା । ଏହି ସାଧନାରେ ଶବ ଓ ଶିବ ସାଧନାରୁ ଅଲଗା ହୋଇଥାନ୍ତି । ଏଥିରେ ଅଘୋରୀ ମୃତକଙ୍କ ପରିବାରକୁ ବି ସାମିଲ କରିଥାନ୍ତି । ଶବ ସ୍ଥାନରେ ଶବ ପୀଠକୁ ପୂଜା କରାଯାଏ । ପ୍ରସାଦରେ ମାଂସ ଓ ମଦ ବଦଳରେ କ୍ଷୀରରେ ତିଆରି ହାଲୁଆ ଭୋଗ କରାଯାଏ ।


ତେବେ ଏବେ ଜାଣିବା ଅସଲି ଅଘୋରୀ ସାଧୁଙ୍କୁ କେମିତି ଚିହ୍ନିବେ ? ଅସଲି ଅଘୋରୀ ସାଧୁଙ୍କୁ ଚିହ୍ନିବା ଏତେ ସହଜ ନୁହେଁ । ସେମାନେ ସାଧାରଣ ସାଧୁଙ୍କ ଭଳି ଦେଖାଯାଆନ୍ତି ସତ ହେଲେ, ସେମାନଙ୍କର ଜୀବନ ଶୈଳୀ ଓ ସାଧନା ବହୁତ ଗଭୀର ଓ ରହସ୍ୟମୟ । ଅସଲି ଅଘୋରୀ କେବେ ବି ସାଧାରଣ ଦୁନିଆରେ ସକ୍ରିୟ ନଥାନ୍ତି । ଯଦି ସେମାନେ ସମାଜରେ ବି ରୁହନ୍ତି ତେବେ ତାହା ଦେଖାନ୍ତି ନାହିଁ । ସେମାନେ କେବଳ ନିଜ ସାଧନାରେ ଲୀନ ରୁହନ୍ତି । ଯଦି କୌଣସି ଅଘୋରୀ ଆପଣଙ୍କୁ ଟଙ୍କା ପଇସା ମାଗୁଛନ୍ତି ତେବେ ଜାଣି ରଖନ୍ତୁ ସେମାନେ ପ୍ରକୃତ ଅଘୋରୀ ନୁହନ୍ତି । କାରଣ ଅସଲି ଅଘୋରୀ କେବେ କାହାକୁ କିଛି ମାଗନ୍ତି ନାହିଁ । କଳିଯୁଗରେ କେହି ବି ଦେହରେ ଭସ୍ମ ବୋଳି , ଦେହରେ କଳା ବସ୍ତ୍ର ପିନ୍ଧି, ହାତରେ ମଣିଷ ଖପୁରୀ ଧରି ଅଘୋରୀ ଭଳି ଦେଖାଯାଇପାରେ ସତ, ହେଲେ ଅସଲି ପରିଚୟ ତାଙ୍କ ସାଧନାରେ ଥାଏ । ଯେଉଁଠି ଟଙ୍କା ପଇସାର ଖେଳ ଥାଏ । ସେଠାରୁ ଦୂରେଇ ରହିବା ହିଁ ଉଚିତ୍ । କାରଣ ଟଙ୍କା ମଣିଷ ମାନେ ହିଁ ତିଆରି କରିଛନ୍ତି । ଭଗବାନଙ୍କୁ ଏହାର ଦରକାର ନାହିଁ । ସେଥିପାଇଁ ଏଥିରୁ ଅଘୋରୀ ମାନେ ଦୂରେଇ ରୁହନ୍ତି । ଅଘୋରୀ ବାହାରୁ ରାଗି ଦେଖାଯାଆନ୍ତି ସତ ହେଲେ, ହେଲେ ତାଙ୍କ ଅନ୍ତର ଆତ୍ମାରେ ଜନକଲ୍ୟାଣ ହିଁ ଥାଏ ତାଙ୍କର ପ୍ରକୃତ ଉଦେଶ୍ୟ । ଯଦି କାହା ଉପରେ ଅଘୋରୀଙ୍କର କୃପା ଆସିଯାଏ, ତେବେ ସେମାନେ ତା ଉପରେ ନିଜର ସିଦ୍ଧିର ଫଳ ଦେବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଆଉ ଯଦି ତାଙ୍କର କିଏ ପସନ୍ଦ ଆସିଯାଏ ତେବେ ସେ ତାକୁ ନିଜର ତନ୍ତ୍ର ବିଦ୍ୟା ଶିଖାଇବାକୁ ବି ରାଜି ହୋଇଯାଆନ୍ତି । କିନ୍ତୁ ଏହା ମଧ୍ୟ ଧ୍ୟାନ ରଖିବା ଦରକାର ଯେ ତାଙ୍କ କ୍ରୋଧ ବହୁତ ପ୍ରଚଣ୍ଡ ହୋଇଥାଏ ।


କ'ଣ ଆପଣ ଜାଣିଛନ୍ତି ଅଘୋରୀ ସାଧୁଙ୍କ ଅନ୍ତିମ ସଂସ୍କାର କିପରି କରାଯାଏ ?


ଅଘୋରୀଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁଯାୟୀ କିଛି କ୍ଷେତ୍ରରେ ମେଳ ଖାଏ । କିନ୍ତୁ ଏଥିରେ ଅନେକ ନୂଆ ନୂଆ କଥା ମଧ୍ୟ ରହିଛି ଯାହା ଆପଣ ଜାଣିନଥିବେ । ଯେତେବେଳେ ଜଣେ ଅଘୋରୀ ମୃତ୍ୟୁକୁ ପ୍ରାପ୍ତ କରେ..ସେତେବେଳେ ସାଧାରଣ ମଣିଷ ଭଳି ତାଙ୍କର ଶରୀରକୁ ପୋଡାଯାଏ ନାହିଁ । ତାଙ୍କ ଜୀବନ ଭଳି ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ଅନ୍ୟ ଠାରୁ ଭିନ୍ନ ଓ ରହସ୍ୟମୟ । ସାଧାରଣତଃ ଅଘୋରୀଙ୍କ ଅନ୍ତିମ ସଂସ୍କାର ଗଙ୍ଗା କିମ୍ବା କୌଣସି ପବିତ୍ର ନଦୀ କୂଳରେ କରାଯାଏ । ମୃତ ଅଘୋରୀଙ୍କ ସାଥୀ ତାଙ୍କୁ ପୋଡିଦିଅନ୍ତି, ପୋତିଅନ୍ତି କିମ୍ବା ଜଳେଇ ଦିଅନ୍ତି । ଅଘୋରୀ କେବେ ବି ନିଜ ସାଥୀ ଅଘୋରୀଙ୍କ ଶବକୁ ଖାଆନ୍ତି ନାହିଁ । ଏପରିକି କିଛି ଅଘୋରୀ ନିଜ ଶେଷ ଇଚ୍ଛା ଯେମିତିକି ନିଜ ଶବକୁ ଗଙ୍ଗାରେ ପ୍ରବାହିତ କରିବାକୁ କିମ୍ବା ଶ୍ମଶାନରେ ସେମିତି ଛାଡିଦେବାକୁ ବି କହିଥାନ୍ତି । ତାଙ୍କ ଇଚ୍ଛା ଅନୁସାରେ ମଧ୍ୟ ତାଙ୍କ ଅନ୍ତିମ ସଂସ୍କାର କରାଯାଏ ।


ଅଘୋରୀ ବହୁତ ସରଳ ସ୍ୱଭାବର ହୋଇଥାନ୍ତି । ପ୍ରକୃତି ସହ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି । ସେ କାହାଠରୁ କିଛି ମାଗନ୍ତି ନାହିଁ । ନା ସେ କାହାଠାରୁ ପଇସା ନିଅନ୍ତି । ତାଙ୍କ ଜୀବନ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିବାରେ ସମର୍ପିତ । ଅଘୋରୀ ପ୍ରତ୍ୟେକ ଜିନିଷକୁ ଶିବଙ୍କ ଅଂଶ ଭାବରେ ହିଁ ଦେଖିଥାନ୍ତି । ନା ସେ କାହାକୁ ଘୃଣା କରନ୍ତି, ନା କେଉଁ ଜିନିଷକୁ ଅସ୍ୱୀକାର କରନ୍ତି । ସେଥିପାଇଁ ସେମାନେ ମଣିଷ ଓ ପଶୁଙ୍କ ମାଂସ ମଧ୍ୟରେ କୌଣସି ଭେଦ ଭାବ କରନ୍ତି ନାହିଁ । ସେମାନେ ଗଞ୍ଜେଇ ସେବନ କରନ୍ତି ସତ, ହେଲେ ନିଶାରେ ବି ନିଜ ବିଷୟରେ ପୁରା ପୁରି ହୋସ ଥାଏ । ତାଙ୍କ ସାଧନା ଓ ଜୀବନର ପ୍ରତ୍ୟେକ ସୋପାନ ଶିବଙ୍କ ସହ ଜଡିତ ଶିବଙ୍କ ପାଇଁ ଉଦ୍ଧିଷ୍ଟ ।


Sponsored
know-what-are-the-secrets-of-aghoris | Argus News