|
logo
Live

Argus News - ଆଜି କେମିତି କଟିବ ଆପଣଙ୍କ ଦିନ

Odisha

ଆଜି କେମିତି କଟିବ ଆପଣଙ୍କ ଦିନ

Smruti Parija
Browse all articles by Smruti Parija
·1 year ago·3 min read
ଆଜି କେମିତି କଟିବ ଆପଣଙ୍କ ଦିନ

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ଦେଖନ୍ତୁ... 

ମେଷ-
ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଆର୍ଥିକ ମାମଲାକୁ ନେଇ ସତର୍କ ରୁହନ୍ତୁ । ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ । ମଉଜ ମସ୍ତିରେ ସମୟ କଟିପାରେ ।  
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ
ବୃଷ-
ଦେହ ଭଲ ରହିଲେ ମଧ୍ୟ ପୁରାତନ ରୋଗପୀଡ଼ାରେ କଷ୍ଟ ପାଇପାରନ୍ତି। ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ।କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହେବାର ଆଶଙ୍କା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ଦୈନଦିନ କାର୍ଯ୍ୟ ସୂଚୀରେ ପରିବର୍ତନ କରିବାକୁ ଚେଷ୍ଟା କରିବେ । ଜୀବନ ସାଥୀଙ୍କ ସହ ଘରକିଣିବା ପାଇଁ ଯୋଜନା କରିବେ । କାହାରୀକୁ ଅଧିକ ସମାଲୋଚନା କରନ୍ତୁ ନାହିଁ । ଆପଣ ପ୍ରତ୍ୟେକ କାମ ନିଜେ କରନ୍ତୁ । ବାପାମାଆଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 
କର୍କଟ-
ଠିକ୍ ବିଚାର ଓ ସମୟୋପଯୋଗୀ ପଦକ୍ଷେପ ନେଇ କୃତକାର‌୍ୟ୍ୟ ହେବେ। ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲାଭଳି ଅନୁଭବ କରିବେ। ଅନ୍ୟମାନଙ୍କ ଉପରେ ବିରକ୍ତ ହେବା ଦ୍ୱାରା ସମସ୍ୟା କମିବା ବଦଳରେ ବୃଦ୍ଧି ପାଇବ। ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର‌୍ୟ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ପରିବାରରେ ସମସ୍ୟା ଭିତରେ ଗତିକରି ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟାବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ 
କନ୍ୟା-
କର୍ମକ୍ଷେତ୍ରରେ ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡ଼ା ହୋଇପାରେ। ଆମତ୍ୀୟମାନଙ୍କ ସହ ମତପାର୍ଥକ୍ୟ ହେବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ନିଜ ଆଶା ଅନୁଯାୟୀ କାମରେ ପ୍ରବୃତ୍ତ ରହିଲେ ସଫଳତା ପାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  
ତୁଳା-
ଦେହ ଓ ମନ ଭଲ ରହିବ । କାର୍ଯ୍ୟରେ ସଫଳତା ମିଳିବାରୁ ଆପଣଙ୍କ ମନ ପ୍ରଶଂନ୍ନ ରହିବ । ଆୟରେ ଉନ୍ନତି ଘଟିବ । ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ମଉଜ ମଜଲିସରେ ଦିନ ବିତାଇ ପାରନ୍ତି। ଧାର୍ମିକ ହେବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା-
କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ବୁଝାମଣାରେ ଅଗ୍ରଗତି ସହ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ବନ୍ଧୁଙ୍କ ପରାମର୍ଶକ୍ରମେ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ଲୋକମାନେ ଆପଣଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିପାରନ୍ତି । ହୋଟେଲ୍ ବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପଢାପଢି ଖେଳ କୁଦରେ ପ୍ରଶଂସା ମିଳିପାରେ । ଶତୃମାନଙ୍କ କାଯ୍ରରୁ ଲାଭ ମିଳିବ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟିହେବ ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ମକର-
ନ୍ଧୁଙ୍କ ସହ ବିଭିନ୍ନ ଯୋଜନା ସମ୍ପର୍କିତ ଆଲୋଚନାରେ ଅଗ୍ରଗତି ଘଟିପାରେ। ରାଜନୈତିକ ତଥା ସାଙ୍ଗଠନିକ କାର‌୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଆଶାନୁଯାୟୀ ସଫଳତା ନ ପାଇବା କାରଣରୁ ସନ୍ତାନଙ୍କ ଉପରେ କ୍ଷୁବ୍ଧ ହୋଇପାରନ୍ତି।ଧୈର‌୍ୟ୍ୟର ସହ କାର‌୍ୟ୍ୟକଲେ ଉପକୃତ ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ । ସମ୍ମାନ ହାନି ଘଟିପାରେ । ଚାକିରିରେ ସେବାକୁ ବିସ୍ତାର କରିବା ପାଇଁ ଚେଷ୍ଟା କରିବେ । ଭୂମି ଲାଭର ସୂଚନା ମିଳିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ 
ମୀନ-
ପରିବାରର ଆବଶ୍ୟକତା ପୂରଣ ଲାଗି ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିପାରେ। ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବଦମାନ ସ୍ଥିତି ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ। ସାଙ୍ଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି କେମିତି କଟିବ ଆପଣଙ୍କ ଦିନ | Argus News