Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏହି ରାଶି ପାଇଁ ଆଜିର ଦିନଟି ବହୁତ ଭଲ....

Smruti Parija
Browse all articles by Smruti Parija
·1 year ago·3 min read
ଏହି ରାଶି ପାଇଁ ଆଜିର ଦିନଟି ବହୁତ ଭଲ....

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନଟି । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ ପଢନ୍ତୁ... 

ମେଷ-

ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବା ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିରୋଧ ଲାଗି କେତେକ କାମ ଅଟକିଯିବାରୁ ଟେନସନ୍ ଲାଗିରହିବ। ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ ଓ ବନ୍ଧୁଙ୍କ ସହ ଆଲୋଚନା ପାଇଁ ଦିନଟି ଭଲ।ଅର୍ଥ ସଙ୍କଟ ଯୋଗୁ କାମରେ  ବାଧା ସୃଷ୍ଟି ହୋଇପାରେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ

ବୃଷ-

ଦୃଢ ମନୋବଳ ନେଇ କାମ କଲେ ସଫଳତା ପାଇବେ । ସମସ୍ତଙ୍କ ମନଧରି ଚଳିଲେ ମଧ୍ୟ ପରିବାରରେ ପ୍ରଶଂସା ସୂଚକ ପଦୁଟିଏ ଶୁଣିବାକୁ ମିଳିବ ନାହିଁ। ବ୍ୟବସାୟରେ ଲାଭ କମ୍ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇରହିବ। ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି।ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁମିଥୁନ-
କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ। ଅର୍ଥାଭାବ ଯୋଗୁ ବିଚଳିତ ହେବେ।ପ୍ରଶାସନ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଲାଗିରହିଥିଲେ ମଧ୍ୟ ବିଶେଷ ଖରାପ ହେବନାହିଁ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

କର୍କଟ-

ପାରିବାରିକ ଜୀବନ ଶାନ୍ତିରେ କଟିବ । ଆନୁଷ୍ଠାନିକ କାର‌୍ୟ୍ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ। ଜମିଜମା କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ-

ମନରେ ବିଭିନ୍ନ ଅଶାନ୍ତି ଓ ଦ୍ୱନ୍ଦ୍ୱ ରହିଥିଲେ ମଧ୍ୟ ମୁହଁଖୋଲି କିଛି କହିପାରିବେନାହିଁ। ବନ୍ଧୁ ପରିଜନ ତଥା ଆମତ୍ୀୟମାନଙ୍କ ସହ ଦୂରଯାତ୍ରା କରିବାକୁ ମନସ୍ଥ କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ।  
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ 

କନ୍ୟା-

ବହୁଦିନରୁ ଚିନ୍ତାକରିପାରି ନ ଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ହେତୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ଘଟିବ। ପରିବାର ଭିତରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସଭାସମିତ, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୁଳା-

କର୍ମକ୍ଷେତ୍ରରେ ସାଧାରଣ ଯୁକ୍ତତର୍କ ବିବାଦର ରୂପ ଗ୍ରହଣ କରିବ। କାର‌୍ୟ୍ୟବ୍ୟସ୍ତ ଯୋଗୁ ମଜା ମଉଜ କରିବାକୁ ଅବସର ପାଇବେ ନାହିଁ। ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜକୁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ପ୍ରତ୍ୟେକ କଥାକୁ ସହଜ, ସରଳ ଢଙ୍ଗରେ ଗ୍ରହଣକଲେ କ୍ଷତିରେ ପଡ଼ିପାରନ୍ତି। 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ

ବିଛା- 

ସତ କହିବା କାରଣରୁ ନିଜ ଲୋକମାନେ ଦୂରେଇ ଯାଉଥିବା ଲକ୍ଷ୍ୟକରିବେ। ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଘରୋଇ କାମ ସକାଶେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା  ପାଠ  କରନ୍ତୁ

ଧନୁ-

ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ ଅସୁବିଧା ହେବ ନାହିଁ।  ଭୁଲ୍ ବୁଝାମଣା ବୃଥା ସନ୍ଦେହଜନିତ ପାରିବାରିକ କ୍ଷେତ୍ର ଅସନ୍ତୁଳିତ ରହିବ। ରାଜନୈତିକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ  ଗୋପନୀୟ କଥା ପ୍ରଘଟ ହେବା କାରଣରୁ ଚିନ୍ତିତ ରହିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ମକର-

ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ କାମରେ ଶିଥିଳତା ପରିଲକ୍ଷିତ ହେବ। ନିର୍ମାଣ, ମରାମତି କାମ ଓ ପ୍ରତିଟି ପଦକ୍ଷେପରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।  ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି। ଅତ୍ୟାବଶ୍ୟକ ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

କୁମ୍ଭ-

ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ।  ସମ୍ପର୍କୀୟଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ। ଅଫିସ୍ ସମ୍ବନ୍ଧୀୟ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ ଦପ୍ତରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ 

ମୀନ-

ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ପାଖ ପଡ଼ୋଶୀଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ା ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

Sponsored
know-your-todays-horoscope | Argus News